ETV Bharat / bharat

ଉରିରେ ଏନକାଉଣ୍ଟର: ଜଣେ ଆତଙ୍କୀ ସଫା, ଜଣେ ଗିରଫ

author img

By

Published : Sep 28, 2021, 12:04 PM IST

ଜମ୍ମୁକାଶ୍ମୀର ଉରିରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଜଣେ ପାକିସ୍ତାନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଉ ଜଣଙ୍କୁ ଗିରଫ କରିଛନ୍ତି ଭାରତୀୟ ସେନା । ଅଧିକ ପଢନ୍ତୁ...

ଉରିରେ ଏନକାଉଣ୍ଟର: ଜଣେ ପାକିସ୍ତାନ ଆତଙ୍କବାଦୀ ନିହତ, ଜଣେ ଗିରଫ

ଶ୍ରୀନଗର: ଜମ୍ମୁକାଶ୍ମୀର ଉରି ଅଞ୍ଚଳ LOC ନିକଟରେ ମଙ୍ଗଳବାର ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ । ଏଥିରେ ଜଣେ ପାକ୍‌ ଆତଙ୍କବାଦୀକୁ ସେନା କାବୁ କରିଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ତେବେ ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଛି ସୂଚନା ।

ଏହି ଗୁଳି ବିନିମୟରେ ୪ ଭାରତୀୟ ଯବାନ ଆହତ ହୋଇଛନ୍ତି । ଏହି ଆତଙ୍କବାଦୀଙ୍କ ସମ୍ପର୍କରେ ଖବର ପାଇଁ ଯବାନମାନେ ସେପ୍ଟେମ୍ବର ୧୮ ଓ ୧୯ ତାରିଖରେ ଉରି ଅଞ୍ଚଳରେ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ ସମୟରେ ଏମାନଙ୍କୁ କାବୁ କରିଥିଲେ ଭାରତୀୟ ଯବାନ ।

ସେପଟେ ସେନା ଗତ ୨ ଦିନ ମଧ୍ୟରେ ୩ଟି ଭିନ୍ନ ସ୍ଥାନରେ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖିଥିଲା । ଆତଙ୍କବାଦୀଙ୍କ ନିକଟରୁ ଅନେକ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ସେନା ଜବତ କରିଛି । ଉରି ଅଞ୍ଚଳରେ ଏହା ଆତଙ୍କବାଦୀଙ୍କ ଦ୍ବିତୀୟ ଅନୁପ୍ରବେଶ ବୋଲି ମଧ୍ୟ ଜଣାପଡ଼ିଛି । ଏହି ଆତଙ୍କବାଦୀମାନେ LOC ଦେଇ ଭାରତକୁ ପ୍ରବେଶ କରିଥିଲେ । ଯବାନମାନେ ବିଶେଷ ସୂତ୍ରରୁ ଖବର ପାଇବା ପରେ ଏମାନଙ୍କୁ କାବୁ କରିବା ପାଇଁ ଅପରେସନ ଆରମ୍ଭ କରିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.