ETV Bharat / bharat

ନୁପୂର ଶର୍ମାଙ୍କୁ ହତ୍ୟା ପାଇଁ ଭାରତ ସୀମାରେ ପଶିଥିଲା ପାକିସ୍ତାନୀ, ରାଜସ୍ଥାନରୁ ଗିରଫ - ନୁପୂର ଶର୍ମାଙ୍କୁ ହତ୍ଯା ପାଇଁ ଭାରତରେ ଅନୁପ୍ରବେଶ

ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ହତ୍ୟା କରିବା ପାଇଁ ଅନ୍ତର୍ଜାତୀୟ ସୀମା ଡେଇଁ ଭାରତରେ ପଶିଥିଲା ପାକିସ୍ତାନୀ । ରାଜସ୍ଥାନରେ ଧରିଲା ବିଏସଏଫ । ମାରଣାସ୍ତ୍ର ଓ ଧାର୍ମିକ ପୁସ୍ତକ ଜବତ । ଜାରି ରହିଛି ପଚାର ଉଚରା । ଅଧିକ ପଢନ୍ତୁ

ନୁପୂର ଶର୍ମାଙ୍କୁ ହତ୍ୟା ପାଇଁ LOC ଡେଇଁ ଭାରତରେ ପଶିଥିଲା ପାକିସ୍ତାନୀ, ରାଜସ୍ଥାନରୁ ଗିରଫ

author img

By

Published : Jul 19, 2022, 6:07 PM IST

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଥିବା ନିଲମ୍ବିତ ବିଜେପି ନେତ୍ରୀ ମୁପୂର ଶର୍ମାଙ୍କୁ ହତ୍ୟା କରିବା ପାଇଁ ଦେଶ ଓ ବିଦେଶରୁ ବିଭିନ୍ନ ଆତଙ୍କବାଦୀ ଓ ମୌଳବାଦୀ ସଂଗଠନ ଧମକ ଦେବାରେ ଲାଗିଛନ୍ତି । ତେବେ ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟଚକିତ କଲା ପରି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ନୁପୂରଙ୍କୁ ହତ୍ୟା କରିବା ପାଇଁ ଜଣେ ପାକିସ୍ତାନୀ ନାଗରିକ ଅନ୍ତର୍ଜାତୀୟ ସୀମା (IB) ଅତିକ୍ରମ ଭାରତରେ ପ୍ରବେଶ କରିଥିବା ବେଳେ ରାଜସ୍ଥାନରେ ବିଏସଏଫ ହାତରେ ଧାରପଡିଛି । ଇଣ୍ଟେଲିଜେନ୍ସି ବ୍ୟୁରୋ ଓ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବର୍ତ୍ତମାନ ଉକ୍ତ ଅଭିଯୁକ୍ତକୁ ପଚରା ଉଚରା ଜାରି ରଖିଛନ୍ତି । ଅଭିଯୁକ୍ତଜଣଙ୍କ ଜିହାଦୀ ଗୋଷ୍ଠୀର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇ ସୀମା ସୁରକ୍ଷା ବଳର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ‘‘ଜୁଲାଇ 16 ତାରିଖରେଲ ରାତି ପ୍ରାୟ 11ଟା ବେଳେ ନିୟନ୍ତ୍ରଣ ରେଖାର ହିନ୍ଦୁମାଲକୋଟ ଆଉଟପୋଷ୍ଟ ନିକଟରେ ଉକ୍ତ ବ୍ୟକ୍ତିଙ୍କୁ ସନ୍ଦେହଜନକ ଅବସ୍ଥାରେ ଠାବ କରିଥିଲା BSFର ପାଟ୍ରୋଲିଂ ଟିମ । ପରେ ତାକୁ ଅଟକ ରଖାଯାଇ ପଚରାଉଚରା ଓ ତଲାସି କରିବାରୁ ସେ ଜଣେ ପାକିସ୍ତାନୀ ନାଗରିକ ଓ ସୀମା ଡେଇ ଭାରତରେ ଅନୁପ୍ରବେଶ କରିଥିବା ଜଣାପଡିଥିଲା । ତା ନିକଟରୁ ଏକ 11 ଇଞ୍ଚର ଧାରୁଆ ଅସ୍ତ୍ର, କିଛି ଧାର୍ମିକ ପୁସ୍ତକ ସହ ଅନ୍ୟ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା ।’’

ଜେରା ବେଳେ ଅଭିଯୁକ୍ତଜଣଙ୍କ ପାକିସ୍ତାନର ଉତ୍ତର ପଞ୍ଜାବ ପ୍ରଦେଶର ବାସିନ୍ଦା ଓ ତାର ନାମ ରିଜଓ୍ବାନ ଅସରଫ ବୋଲି ସ୍ବୀକାର କରିଥିଲା । ଧର୍ମୀୟ ବିବାଦୀୟ ମନ୍ତବ୍ୟ ଦେଇଥିବା ନୁପୂର ଶର୍ମାଙ୍କୁ ହତ୍ୟା କରିବା ପାଇଁ ଭାରତରେ ଅନୁପ୍ରବେଶ କରିଥିଲା । ତେବେ ଏହି ହତ୍ୟାକାଣ୍ଡକୁ ରୂପ ଦେବା ପୂର୍ବରୁ ସେ ପ୍ରଥମେ ଆଜମେର ଦରଘା ଯାଇ ପ୍ରାର୍ଥନା କରିବାକୁ ଯୋଜନା ରଖିଥିବା ନେଇ ପୋଲିସକୁ ସୂଚନା ଦେଇଛି । ତେବେ ଅଭିଯୁକ୍ତକୁ ବିଏସଏଫ ସ୍ଥାନୀୟ ପୋଲିସକୁ ଜିମା ଦେବା ପରେ ତାକୁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ମଧ୍ୟ କରାଯଇଥିଲା । ଅଧିକ ପଚରା ଉଚରା ପାଇଁ ତାକୁ 8 ଦିନିଆ ରିମାଣ୍ଡରେ ପଠାଯାଇଛି । ଇଣ୍ଟେଲିଜେନ୍ସି ଟିମର ବରିଷ୍ଠ ଅଧିକାରୀ ପଚରା ଉଚରା ଜାରି ରଖିଛନ୍ତି । ଏପରି ଘଟଣା ପରେ ସୀମାରେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରିଛି ବିଏସଏଫ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.