ETV Bharat / bharat

ଖ୍ବାଜା ଦରଘା ପରିଦର୍ଶନ କଲେ ପାକ ଉଚ୍ଚାୟୁକ୍ତ, ଦୁଇ ଦେଶର ସୁସମ୍ପର୍କ ପାଇଁ କଲେ ପ୍ରାର୍ଥନା

author img

By

Published : Feb 16, 2021, 10:46 PM IST

ରାଜସ୍ଥାନର ଆଜମେରରେ ଥିବା ବିଶ୍ବ ପ୍ରସିଦ୍ଧ ଖ୍ବାଜା ମଇଉଦ୍ଦୀନ ଚିସ୍ଥି ଦରଘା ପରିଦର୍ଶନ କରିଛନ୍ତି ପାକ ଉଚ୍ଚାୟୁକ୍ତ ଅଫତାଫ ଇସନ । ଅଧିକ ପଢନ୍ତୁ...

ଖ୍ବାଜା ଦରଘା ପରିଦର୍ଶନ କଲେ ପାକ ଉଚ୍ଚାୟୁକ୍ତ , ଦୁଇ ଦେଶର ସୁସମ୍ପର୍କ ପାଇଁ କଲେ ପ୍ରାର୍ଥନା

ଜୟପୁର: ରାଜସ୍ଥାନର ଆଜମେରରେ ଥିବା ବିଶ୍ବ ପ୍ରସିଦ୍ଧ ଖ୍ବାଜା ମଇଉଦ୍ଦୀନ ଚିସ୍ଥି ଦରଘା ପରିଦର୍ଶନ କରିଛନ୍ତି ପାକ ଉଚ୍ଚାୟୁକ୍ତ ଅଫତାଫ ଇସନ । ଦରଘାର 809 ତମ ଉର୍ସ ଅବସରରେ ସେ ଏହି ପୀଠ ପରିଦର୍ଶନ କରିଥିବା ସୂଚନା ମିଳିଛି । ଏହି ପରିଦର୍ଶନ ବେଳେ ସେ ପାକ ସରକାରଙ୍କ ପକ୍ଷରୁ ହାଜିର ଲଗାଇଛନ୍ତି । ଏହି ଅବସରରେ ସେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ପାଇଁ ସେ ମଧ୍ୟ ପ୍ରାର୍ଥନା କରିଥିବା ଗଣମାଧ୍ୟକୁ ସୂଚନା ଦେଇଛନ୍ତି ।

ଏହି ଗସ୍ତ ସମୟରେ ସେ ତାଙ୍କୁ କରାଯାଇଥିବା ସ୍ବାଗତ ଓ ଆତିଥ୍ୟ ପ୍ରଦାନ ପ୍ରସଙ୍ଗରେ ସେ ଖୁସି ଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସେ ଉଭୟ ଦେଶର ସମ୍ପର୍କ , ସୁଖ ଶାନ୍ତି ସହ ସମଗ୍ର ବିଶ୍ବର ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି । ସେ ପୂର୍ବରୁ ଥରେ ସେ ଏହି ପୀଠ ପରିଦର୍ଶନ କରିଥିବାବେଳେ ଏହା ତାଙ୍କର ଦ୍ବିତୀୟ ଗସ୍ତ।

ପାକ ଉଚ୍ଚାୟକ୍ତ ଦରଘାରେ ପହଞ୍ଚି ପରେ ଦରଘାର ଖାଦିମ ନାତିକ ଚିସ୍ତି ତାଙ୍କୁ ସ୍ବାଗତ କରିବା ସହ ଚାଦର ପ୍ରଦାନ କରିଥିଲେ । ଏଠାକୁ ଆସି ତାଙ୍କୁ ଶାନ୍ତି ଅନୁଭବ ହୋଇଥିବା କହିଛନ୍ତି ପାକ ହାଇ କମିଶନର ଅଫତାଫ ଇସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.