ETV Bharat / bharat

ଲାଲ ଡାଏରୀ ପୃଷ୍ଠା ଖୋଲୁଛି ଗେହଲଟଜୀଙ୍କ ଫ୍ୟୁଜ ଉଡୁଛି: ପ୍ରଧାନମନ୍ତ୍ରୀ - କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟାର୍ଗେଟ

ନିର୍ବାଚନୀ ମୁହାଁ ରାଜସ୍ଥାନର ତାରାନଗରରେ ଏକ ରାଲିକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

pm modi addressing a public rally in Rajasthan

author img

By ETV Bharat Odisha Team

Published : Nov 19, 2023, 3:08 PM IST

ଜୟପୁର: ତୁମେ ବିଜେପିକୁ ବାଛିବ ତେବେ ଆମେ ରାଜସ୍ଥାନରେ ଯେଉଁ ଭ୍ରଷ୍ଟାଚାରୀ ଦଳ ଅଛନ୍ତି ତାଙ୍କୁ ଆଉଟ କରିଦେବୁ । ବିଜେପି ବିକାଶର ସ୍କୋର ଦ୍ରୁତ କରିବେ କରିବ ଏବଂ ବିଜୟ ରାଜସ୍ଥାନର ହେବ ରାଜସ୍ଥାନର ଭବିଷ୍ୟତ, ମହିଳା, ଚାଷୀଙ୍କର ହେବ । କଂଗ୍ରେସ 10 ବର୍ଷରେ କେବଳ ଘୋଟାଲା କରିଛି । ଦୁନିଆରେ ଭାରତକୁ ବଦନାମ କରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଫ୍ୟୁଜ ଉଡାଇ ଦେଇଛି ଲାଲ ଡାଏରୀ । ଆଜି ଭାରତର ଯୁବଗୋଷ୍ଠୀଙ୍କୁ ଜଣା ଅଛି ଦେଶର ସରକାର ତାଙ୍କ ସହିତ ଅଛନ୍ତି । ନିର୍ବାଚନୀ ମୁହାଁ ରାଜସ୍ଥାନରେ ଏକ ରାଲିକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | Churu, Rajasthan: Prime Minister Narendra Modi while addressing a public rally in Taranagar, says "...If you choose BJP, we will throw out the team of corrupt people from Rajasthan. BJP will score development rapidly and victory will be for Rajasthan, victory will be for… pic.twitter.com/1TKiYWTEnS

    — ANI (@ANI) November 19, 2023 " class="align-text-top noRightClick twitterSection" data=" ">

ଲାଲ ଡାଏରୀରେ ଅଛି କଂଗ୍ରେସ ଦୁର୍ନୀତିର କାହାଣୀ: ନିର୍ବାଚନୀ ମୁହାଁ ରାଜସ୍ଥାନରେ ଏକ ରାଲିକୁ ସମ୍ବୋଧନ କରି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଲୁଟର ପୁରା କାହାଣୀ ଲାଲ ଡାଏରୀରେ ରହିଛି । ଧିରେ ଧିରେ ଲାଲ ଡାଏରୀ ପୃଷ୍ଠା ଖୋଲିବାକୁ ଲାଗିଛି । ଏପଟେ ଲାଲ ଡାଏରୀ ପୃଷ୍ଠା ଖୋଲୁଛି ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗେହଲଟଜୀଙ୍କ ଫ୍ୟୁଜ ଉଡିଯାଉଛି । ଯାଦୁଗରଙ୍କ ଯାଦୁଗରୀ ଲାଲା ଡାଏରୀରେ ଦେଖିବାକୁ ମିଳୁଛି । କଂଗ୍ରେସ ଏହି ବୀର ଭୂମି ସନ୍ତାଙ୍କ ସହ କଂଗ୍ରେସ ଛଳନା କରିଛି । ଏଠାକାର ବୀରଙ୍କୁ ୱାନ ରାଙ୍କ ୱାନ ରାଙ୍କ ପେନସନ ମୁଦ୍ଦାରେ ଅଟକାଇଛି । କଂଗ୍ରେସ ଏହି ଭୂମି ଉପରେ ଇଶ୍ବରଙ୍କ ନାମ ନେବା ବି ମୁସ୍କିଲ । ସମଗ୍ର ଦେଶ କ୍ରିକେଟ ଜୋସରେ ଭରି ରହିଛି । କ୍ରିକେଟରେ ବ୍ୟାଟ୍ସମ୍ୟାନ ଦଳ ପାଇଁ ରନ କରିନ୍ତି । ମାତ୍ର କଂଗ୍ରେସ 5 ବର୍ଷ ହେବ ପରସ୍ପରକୁ ରନ ଆଉଟ କରିଛନ୍ତି । କିଛି କଂଗ୍ରେସ ମହିଳାଙ୍କ ଉପରେ ମନ୍ତବ୍ୟ ଦେଇ ହିଟ ୱିକେଟ ହେଉଛନ୍ତି ତ କିଛି ମ୍ୟାଚ ଫିକ୍ସିଂ କରୁଛନ୍ତି । ଏମାନଙ୍କ ଦଳ ଏତେ ଖରାପ ଯେ ସେ କଣ ରନ କରିବେ ତୁମ ମାନଙ୍କର ସାହାଯ୍ୟ କରିବେ । ଦେଶର କୋଣ ଅନୁକୋଣରୁ କଂଗ୍ରେସ ବିଦା ହେବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...ରାଜସ୍ଥାନରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ: କହିଲେ 5 ବର୍ଷରେ ରାଜ୍ୟକୁ ଲୁଟିଛି, ଫେରୱେଲ୍‌ କାଉଣ୍ଟଡାଉନ ଆରମ୍ଭ

  • #WATCH | Churu, Rajasthan: Prime Minister Narendra Modi while addressing a public rally in Taranagar, says "The entire story of Congress's license to loot is recorded in the Lal Diary and now slowly the pages of the Lal Diary have started opening. Here the pages of Lal Diary open… pic.twitter.com/LSBdXms0AH

ପ୍ରକାଶ ଥାଉ କି, ଦେଶରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି । ମିଜୋରାମ, ଛତିଶଗଡ ଓ ମଧ୍ୟପ୍ରଦେଶରେ ନିର୍ବାଚନ ଶେଷ ହୋଇଛି । ଆସନ୍ତା 25 ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ 2.73 କୋଟି ପୁରୁଷ ଭୋଟର ଓ 2.52 କୋଟି ମହିଳା ଭୋଟର ଥିବାବେଳେ 22.04 ଲକ୍ଷ ପ୍ରଥମ ଥର ଭୋଟ ହେବେ । ଡିସେମ୍ବର 3 ତାରିଖରେ ସମସ୍ତ 5 ରାଜ୍ୟର ଭୋଟ ଗଣତି ପ୍ରକାଶ ପାଇବ । କଂଗ୍ରେସ ଶାସନଧୀନ ରାଜସ୍ଥାନରେ 2024 ଜାନୁଆରୀ 14 ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବ । ରାଜ୍ୟରେ 200ଟି ଆସନରେ ମତଦାନ ହେବ । 2018 ନିର୍ବାଚନରେ କଂଗ୍ରେସ ବାଜି ମାରି ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.