ETV Bharat / bharat

ଆଜାଦଙ୍କୁ ପଦ୍ମ ଭୂଷଣ ପୁରସ୍କାର, କଂଗ୍ରେସରେ ଫାଟ

author img

By

Published : Jan 26, 2022, 9:41 PM IST

ଗୁଲାମ ନବୀ ଆଜାଦଙ୍କୁ ପଦ୍ମ ଭୂଷଣ ଘୋଷଣା ପରେ କଂଗ୍ରେସରେ ପୁଣି ସୃଷ୍ଟି ହୋଇଛି ବିବାଦ । ସାଧାରଣତନ୍ତ୍ର ଦିବସ ଅବସରରେ କଂଗ୍ରେସ ନେତା ଆଜାଦଙ୍କୁ ପଦ୍ମ ଭୂଷଣ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶଙ୍କ ଟ୍ବିଟ ପରେ ସୃଷ୍ଟି ହୋଇଛି ବିବାଦ । ଅଧିକ ପଢନ୍ତୁ

Jairams tweet divides Cong
ଆଜାଦଙ୍କୁ ପୁରସ୍କାରକୁ ନେଇ ଜୟରାମ ରମେଶଙ୍କ ଟ୍ବିଟ ସୃଷ୍ଟି କଲା ବିବାଦ, G-୨୩ ନେତା ଦେଲେ ଜବାବ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ପଦ୍ମ ଭୂଷଣ ସମ୍ମାନ ନେଇ ଘୋଷଣା ପରେ କଂଗ୍ରେସରେ ସୃଷ୍ଟି ହୋଇଛି କମ୍ପନ । ପୁଣି ପଦାକୁ ବାହାରିଛି କଂଗ୍ରେସର ଗୋଷ୍ଠୀକନ୍ଦଳ । ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏହି ଅବସରରେ କଂଗ୍ରେସ ନେତା ତଥା ରାଜ୍ୟସଭାର ପୂର୍ବତନ ବିରୋଧୀଦଳ ନେତା ଗୁଲାମନବୀ ଆଜାଦଙ୍କୁ ପଦ୍ମ ଭୂଷଣ ପୁରସ୍କାର ଘୋଷଣା କରିଥିଲେ। ଏହାକୁ ନେଇ କଂଗ୍ରେସର ଜି-୨୩ ଗୋଷ୍ଠୀ କେନ୍ଦ୍ର ସରକାର ଉପଯୁକ୍ତ ଲୋକଙ୍କୁ ସମ୍ମାନ ଦିଆଗଲା ବୋଲି ସମର୍ଥନରେ କରିଛନ୍ତି । ସେପଟେ କଂଗ୍ରେସର ଜି-୨୩ ବିରୋଧୀ ଗୋଷ୍ଠୀ ତଥା ସୋନିଆ ଓ ରାହୁଲ ଗାନ୍ଧୀଙ୍କ ଗୋଷ୍ଠୀର ନେତା ମାନେ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ।

ଗୁଲାମ ନବୀ ଆଜାଦଙ୍କ ପଦ୍ମ ଭୂଷଣ ସମ୍ମାନ ନେଇ ବରିଷ୍ଠ କଂଗ୍ରେସର ନେତା ତଥା ଜି-୨୩ ନେତା କପିଲ ସିବଲ, କିହଛନ୍ତି ଯେ ଆଜାଦ ଦେଶର ଜନସାଧାରଣଙ୍କ ନେତା । ସେ ଇନ୍ଦିରାଗାନ୍ଧୀ କ୍ୟାବିନେଟରେ ସ୍ଥାନ ପାଇଥିଲେ ଏବଂ ଦେଶର ଜଣେ ଦୀର୍ଘ ଦିନ କେନ୍ଦ୍ର କ୍ୟାବିନେଟରେ କାର୍ଯ୍ୟ କରିଥିବା ନେତା । କୌଣସି ଦଳକୁ ଦେଖି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇନାହିଁ । ଏହା ସରକାରଙ୍କ ପକ୍ଷରୁ ଦିଆଯାଇଛି। ତେବେ ଏ ଭଳି ଘଟଣାକୁ ବିବାଦ ଭିତରକୁ ଟାଣିବା ଅନୁଚିତ। ଏହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କପିଲ ସିବଲ କହିଛନ୍ତି। ସେହିପରି କଂଗ୍ରେସ ନେତା ମନୀଷ ତିୱାରୀ, ଆନନ୍ଦ ଶର୍ମା, ରାଜ ବବ୍ବର, ଶଶୀ ଥରୁର ପ୍ରମୁଖ ଗୁଲାମନବୀ ଆଜାଦଙ୍କ ପଦ୍ମ ଭୂଷଣ ସମ୍ମାନକୁ ସମର୍ଥନ କରିଛନ୍ତି ଏବଂ ଦେଶର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯାଇଛି ବୋଲି କହିଛନ୍ତି ।

ସେପଟେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ପଦ୍ମବିଭୂଷଣ ଘୋଷଣା ପରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଟାର୍ଗେଟ କରିଥିଲେ। ଆଜାଦ କେନ୍ଦ୍ର ସରକାରଙ୍କ ନିକଟରେ ଗୁଲାମ ହୋଇଗଲେ ବୋଲି ଟ୍ବିଟ କରିଥିଲେ । ଏହାକୁ କିନ୍ତୁ କଂଗ୍ରେସର G-23 ନେତା ତୀବ୍ର ବିରୋଧ କରିଥିଲେ। ସେହିପରି ପଶ୍ଚିବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ପଦ୍ମ ଭୂଷଣ ପ୍ରଦାନକୁ ପ୍ରତ୍ୟଖ୍ୟାନ କରିଛନ୍ତି । ଗୁଲାମନବୀ ଆଜାଦ ମଧ୍ୟ ପ୍ରତ୍ୟାଖ୍ୟାନ କରନ୍ତୁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଗୁଲାମ ନ ହୋଇ ଆଜାଦ ରହିବା ପାଇଁ ଚାହିଁଲେ ତେଣୁ ପ୍ରତ୍ୟାଖାନ କଲେ ବୋଲି ଜୟରାମ ରମେଶ ଟ୍ବିଟ କରିଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.