ETV Bharat / bharat

ଅକ୍ସିଜେନ ଏକ୍ସପ୍ରେସରେ 2067 ଟନ ସଞ୍ଜିବନୀ ପହଞ୍ଚାଇଛି ଭାରତୀୟ ରେଳ

author img

By

Published : May 5, 2021, 9:51 PM IST

କୋରୋନା ରୋଗୀଙ୍କ ଜୀବନ ରକ୍ଷା ପାଇଁ ଭାରତୀୟ ରେଳ ଚଲାଇଛି ଅକ୍ସିଜେନ ଏକ୍ସପ୍ରେସ । ଏହା ମାଧ୍ୟମେର ଗତ 16 ଦିନରେ ରେଳବାଇ ସମଗ୍ର ଦେଶରେ 2067 ସଞ୍ଜୀବନୀ ପହଞ୍ଚାଇଛି । ଅଧିକ ପଢନ୍ତୁ..

ଅକ୍ସିଜେନ ଏକ୍ସପ୍ରେସରେ 2067 ଟନ ସଞ୍ଜିବନୀ ପହଞ୍ଚାଇଛି ରେଳ

ନୂଆଦିଲ୍ଲୀ: କୋରୋନା ଭାଇରସର ଦ୍ବିତୀୟ ଲହରରେ ଜୁଝୁଛି ଦେଶ । ଆଉ ଏଭଳି ଘଡିସନ୍ଧି ସମୟରେ ଜାରି ରହିଥିବା ଅକ୍ସିଜେନ ସଙ୍କଟକୁ ଦୂର କରିବା ପାଇଁ ଦାୟିତ୍ବ ବୋହିଛି ଭାରତୀୟ ରେଳ । କୋରୋନା ରୋଗୀଙ୍କ ଜୀବନ ରକ୍ଷା ପାଇଁ ଭାରତୀୟ ରେଳ ଚଲାଇଛି ଅକ୍ସିଜେନ ଏକ୍ସପ୍ରେସ । ଏହା ମାଧ୍ୟମେର ଗତ 16 ଦିନରେ ରେଲବାଇ ସମଗ୍ର ଦେଶରେ 2067 ସଞ୍ଜୀବନୀ ପହଞ୍ଚାଇଛି ।

ଏଥିରେ ଦିଲ୍ଲୀକୁ ସର୍ବାଧିକ 707 ଓ ଏହା ପରେ ଉତ୍ତରପ୍ରଦେଶକୁ 641 ଟନ ଅକ୍ସିଜେନ ଯୋଗାଣ ହୋଇଛି । ବର୍ତ୍ତମାନ ସମୟରେ ସମଗ୍ର ଦେଶରେ 344 ଟନ ଲିକ୍ୟୁଡି ମେଡିକାଲ ଅକ୍ସିଜେନ ଅର୍ଥାତ ଏଲଏମଓ ( (Liquid Medical Oxygen)ରେ ଭର୍ତ୍ତି ବହୁ ଟ୍ୟାକ ଟ୍ରେନ ମାର୍ଗରେ ରହିଛି ।

ରେଳମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି, ଭାରତୀୟ ରେଳ ଦେଶର ବିଭିନ୍ନ ରାଜ୍ୟରେ ଲିକ୍ୟୁଡ ମେଡିକାଲ ଅକ୍ସିଜେନ ପହଞ୍ଚାଇଛି । ଏବେ ସୁଦ୍ଧା ଭାରତୀୟ ରେଳ ବିଭିନ୍ନ ରାଜ୍ୟରେ 137 ଟ୍ୟାଙ୍କରରେ 2,067 ଟନ ଲିକ୍ୟୁ଼ଡ ମେଡିକାଲ ଅକ୍ସିଜନେ ପହଞ୍ଚାଇସାରିଛି ।

ମନ୍ତ୍ରାଳୟ କହିଛି କି ଏବେ ସୁଦ୍ଧା 34 ଅକ୍ସିଜେନ ଏକ୍ସପ୍ରେସ ଟ୍ରେନ ନିଜର ଯାତ୍ରା ପୂରା କରିସାରିଛି । ଏବେ ସୁଦ୍ଧା ମହାରାଷ୍ଟ୍ରକୁ 174, ଉତ୍ତରପ୍ରଦେଶକୁ 641, ମଧ୍ୟପ୍ରଦେଶକୁ 190, ହରିୟାଣାକୁ 229 , ତେଲଙ୍ଗାନାକୁ 123 , ଦିଲ୍ଲୀକୁ 707 ଟନ ଲିକ୍ୟୁଡ ମେଡିକାଲ ଅକ୍ସିଜେନ ପହଞ୍ଚାଯାଇଛି ।

ପ୍ରତି ଅକ୍ସିଜେନ ଏକ୍ସପ୍ରେସ ଟ୍ରେନରେ ପ୍ରାୟ 16 ଟନ ମେଡିକାଲ ଅକ୍ସିଜେନ ଭର୍ତ୍ତି ହୋଇଥାଏ । ଆଉ ଏହି ଟ୍ରେନ ପ୍ରାୟ ଘଣ୍ଟା ପ୍ରତି 65 କିମି ବେଗରେ ଚାଲିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.