ETV Bharat / bharat

ଅକ୍ସଫୋର୍ଡ ଟିକା ୯୫% ସୁରକ୍ଷା ଦେବ: ଆଷ୍ଟ୍ରାଜେନେକା ସିଇଓ - Oxford Vaccine Will Protect 95 Per Cent

ଅକ୍ସଫୋର୍ଡ କୋରୋନାଭାଇରସ ଟିକା 95% ରୋଗୀଙ୍କୁ ସୁରକ୍ଷା ଦେବ ଏବଂ ଏହା ଫାଇଜର ଏବଂ ମଡର୍ନା ଟିକାର ସମକକ୍ଷ ଏବଂ ସମାନ ପ୍ରଭାବଶାଳୀ ବୋଲି ଆଷ୍ଟ୍ରା ଜେନେକାର ମୁଖ୍ୟ କାର୍ଯ୍ୟନିର୍ବାହୀ ପାସ୍କାଲ ସୋରିଏଟ କହିଛନ୍ତି । ଅଧିକ ପଢନ୍ତୁ...

ଅକ୍ସଫୋର୍ଡ ଟିକା ୯୫% ସୁରକ୍ଷା ଦେବ: ଆଷ୍ଟ୍ରାଜେନେକା ସିଇଓ

author img

By

Published : Dec 28, 2020, 11:49 AM IST

ନୂଆଦିଲ୍ଲୀ: ଅକ୍ସଫୋର୍ଡ କୋରୋନାଭାଇରସ ଟିକା 95% ରୋଗୀଙ୍କୁ ସୁରକ୍ଷା ଦେବ ଏବଂ ଏହା ଫାଇଜର ଏବଂ ମଡର୍ନା ଟିକାର ସମକକ୍ଷ ଏବଂ ସମାନ ପ୍ରଭାବଶାଳୀ ବୋଲି ଆଷ୍ଟ୍ରା ଜେନେକାର ମୁଖ୍ୟ କାର୍ଯ୍ୟନିର୍ବାହୀ ପାସ୍କାଲ ସୋରିଏଟ କହିଛନ୍ତି । ବ୍ରିଟିଶ୍‌ ଖବରକାଗଜ ‘ସଣ୍ଡେ ଟାଇମ୍‌ସ’କୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ଭାଇରସ୍‌ ବିରୋଧରେ ୯୫ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଭାରତରେ ପୁଣେ ସ୍ଥିତ ସିରମ ଇନ୍‌ଷ୍ଟିଚ୍ୟୁଟ ଅକ୍ସଫୋର୍ଡ ସହ ଚୁକ୍ତି କରି ଏହି ଟିକା ପ୍ରସ୍ତୁତ କରୁଛି । ଭାରତରେ ଏହାର ନାମ କୋଭିସିଲ୍‌ଡ ରହିଛି ଏବଂ କେନ୍ଦ୍ର ସରକାର ଏହାକୁ ଜରୁରୀ ବ୍ୟବହାର ପାଇଁ ମଂଜୁରି ଦେବାକୁ ବିଚାର କରୁଛନ୍ତି ।

ଆମେରିକା ଏବଂ ୟୁରୋପରେ ଟିକାକରଣ ପ୍ରକ୍ରିୟା ଏବେ ଜାରି ରହିଥିବା ବେଳେ ଭାରତରେ ମଧ୍ୟ ଏ ଦିଗରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅକ୍ସଫୋର୍ଡ ଟିକାର ପରିବହନ ଓ ସଂରକ୍ଷଣ ଦିଗରେ ବିଶେଷ ସମସ୍ୟା ନଥିବାରୁ ଦେଶରେ ଟିକାକରଣ ପ୍ରକ୍ରିୟାରେ ଏହା ଅଗ୍ରଣୀ ଭୂମିକା ନେବ ବୋଲି କୁହାଯାଉଛି । ତେବେ ପିଫାଇଜର ଏପର୍ଯ୍ୟନ୍ତ ଏହାର ତଥ୍ୟ ଉପସ୍ଥାପନ କରି ନାହିଁ ଏବଂ ଭରତ ବାୟୋଟେକ ଏପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ପରୀକ୍ଷା ସମାପ୍ତ କରି ନାହିଁ, ତେଣୁ ଏହା ସମ୍ଭବତଃ ସୂତ୍ରରୁ ପ୍ରକାଶ ଯେ, ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ, ଭାରତରେ ବ୍ୟବହୃତ ପ୍ରଥମ କୋଭିଡ ଟିକା ହେବ । ଅନ୍ୟପଟେ ଭାରତ ବାୟୋଟିକ ଦ୍ବାରା ବିକଶିତ କୋରୋନା ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆଜିଠାରୁ ଆରମ୍ଭ ହୋଇଛି । ଅହମ୍ମଦାବାଦର ସୋଲା ସିଭିଲ ହସ୍ପିଟାଲରେ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଉଛି ।

ପଞ୍ଜାବ, ଗୁଜୁରାଟ, ଆସାମ ଏବଂ ଆନ୍ଧ୍ରପ୍ରଦେଶ- ଏହି 4ଟି ରାଜ୍ୟ ଟୀକାକରଣ ପ୍ରକ୍ରିୟାର ପରୀକ୍ଷଣରେ ଅଂଶଗ୍ରହଣ କରିବେ । ଏହି ହସ୍ପିଟାଲର ଟିବି ଏବଂ ଛାତି ରୋଗ ବିଭାଗ ମୁଖ୍ୟ ଡାକ୍ତର କିରଣ ରାମି କହିଛନ୍ତି, ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଡାକ୍ତର, ନର୍ସିଂ ଷ୍ଟାଫ୍‌, ପାରାଚିକିତ୍ସକ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ୭୫୦ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ଭ୍ୟାକ୍ସିନ୍‌ର ପ୍ରଥମ ଡୋଜ୍‌ ଦିଆଯାଇଛି । ଭ୍ୟାକ୍ସିନ୍‌ ଦିଆଯିବା ପରେ କାହାରି କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନାହିଁ । ତେବେ କୋଭାକ୍ସିନ୍‌ ଦିଆଯାଇଥିବା ସ୍ବେଚ୍ଛାସେବୀମାନଙ୍କୁ ନିୟମିତ ନିରୀକ୍ଷଣରେ ରଖାଯିବ ବୋଲି ସେ କହିଛନ୍ତି । ଜାନୁଆରୀରୁ ଯେକୌଣସି ସପ୍ତାହରେ ଟୀକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.