ETV Bharat / bharat

8 ବର୍ଷରେ ଦେଶରେ ଜୀବନ ହାରିଛନ୍ତି 2 ଲକ୍ଷରୁ ଅଧିକ ଦିନ ମଜୁରିଆ - ଦେଶରେ ଦିନ ମଜୁରିଆ ଆତ୍ମହତ୍ୟା

2014ରୁ 2021 ମଧ୍ୟରେ ଦେଶରେ 235,799 ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି (daily wage labourers committed suicides) । ସରକାରଙ୍କ ପକ୍ଷରୁ ଲୋକସଭାରେ ଏହି ତଥ୍ୟ ପ୍ରଦାନ କରାଯାଇଛି। ଅଧିକ ପଢ଼ନ୍ତୁ

ଦେଶରେ ଦିନ ମଜୁରିଆ ଜୀବନ ହାରୁଛନ୍ତି
ଦେଶରେ ଦିନ ମଜୁରିଆ ଜୀବନ ହାରୁଛନ୍ତି
author img

By

Published : Dec 21, 2022, 4:00 PM IST

ନୂଆଦିଲ୍ଲୀ: ଦେଶରେ ଅନେକ ଦିନ ମଜୁରିଆ ଜୀବନ ହାରୁଛନ୍ତି । 2014ରୁ 2021 ମଧ୍ୟରେ ଦେଶରେ 235,799 ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି । ସବୁଠୁ ଅଧିକ ମାମଲା ତାମିଲନାଡୁରେ ଘଟିଥିବା ତଥ୍ୟରୁ ଜଣାପଡିଛି । ଏଠାରେ ଦିନ ମଜୁରିଆ ଆତ୍ମହତ୍ୟା ସଂଖ୍ୟା 44, 254 ଥିବାବେଳେ ମହାରାଷ୍ଟ୍ରରେ 29,516, ମଧ୍ୟପ୍ରଦେଶରେ 25,486, ତେଲେଙ୍ଗାନାରେ 23,838, କେରଳରେ 19,930 ଏବଂ ଗୁଜୁରାଟରେ 17,908 ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି । ସରକାରଙ୍କ ପକ୍ଷରୁ ଲୋକସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

କଂଗ୍ରେସ ସାଂସଦ ମହମ୍ମଦ ଜାବେଦଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ । ଯେଉଁଥିରେ ପ୍ରଶ୍ନ ଥିଲା କି କଣ ଏହା ସତ 2014 ପରେ ଦେଶ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦିନ ମଜୁରିଆଙ୍କ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ତଥ୍ୟ ଅନୁସାରେ 2014-21 ମଧ୍ୟରେ ଦେଶରେ 235,799 ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି । ତାମିଲନାଡୁରେ 2019, 2020 ଏବଂ 2021ରେ ଯଥାକ୍ରମେ 5186, 6495, 7673 ଜଣ ଆତ୍ମହତ୍ୟା କରିଥିଲେ । ସେହି ସମାନ ବର୍ଷ ମହାରାଷ୍ଟ୍ରରେ ଯଥାକ୍ରମେ 4128, 4176, 5272, ମଧ୍ୟପ୍ରଦେଶରେ 3964, 4945, 4657 ଏବଂ ତେଲେଙ୍ଗାନାରେ 2858, 3831, 4223 ଦିନ ମଜୁରିଆ ଜୀବନ ହାରିଛନ୍ତି ।

ଏହା ବି ପଢନ୍ତୁ...ରାଜ୍ୟରେ ଧାନକିଣା ଦୁର୍ନୀତି, ପୀୟୁଷ ଗୋଏଲଙ୍କୁ ଭେଟିଲେ ବିଜେପି ସାଂସଦ

ନ୍ୟାସନାଲ କ୍ରାଇମ୍ ବ୍ୟୁରୋ (ଏନ୍‌ସିଆରବି) ପକ୍ଷରୁ ମିଳିଥା ତଥ୍ୟକୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗତକାଲି ଲୋକସଭାରେ ଉପସ୍ଥାପିତ କରିଥିଲେ । ସେ କହିଥିଲେ ଦେଶରେ ଗତବର୍ଷ 1, 64,003 ଜଣ ଆତ୍ମହତ୍ୟା କରିଛନ୍ତି । ସେଥିରୁ 42 ହଜାର 4 ଜଣ ଦିନ ମଜୁରିଆ ଓ 23 ହଜାର 179 ଜଣ ଗୃହିଣୀ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ 20 ହଜାର 231 ଜଣ ରୋଜଗାରକ୍ଷମ ବ୍ୟକ୍ତି, 15 ହଜାର 870 ଜଣ ଦରମା ପାଉଥିବା ବ୍ୟକ୍ତି, 13 ହଜାର 714ଜଣ ବେକାର, 13 ହଜାର 89 ଜଣ ବିଦ୍ୟାର୍ଥୀ, 12 ହଜାର 77 ଜଣ ବ୍ୟବସାୟୀ, ୧୧ ହଜାର ୪୩୧ ଜଣ ଘରୋଇ ସଂସ୍ଥା ଚାକିରି କରିଥିବା ବ୍ୟକ୍ତି ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.