ETV Bharat / bharat

Children Vaccination: ୩ କୋଟିରୁ ଅଧିକ କିଶୋର ନେଲେ ପ୍ରଥମ ଡୋଜ୍

author img

By

Published : Jan 13, 2022, 4:44 PM IST

ଭାରତରେ ତିନି କୋଟି ଟପିଲା କିଶୋର-କିଶୋରୀଙ୍କ ଟୀକାକରଣ । ଟ୍ବିଟ୍ କରି ସୂଚନା ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Children Vaccination: ୩ କୋଟିର ଅଧିକ ପିଲା ନେଲେ ପ୍ରଥମ ଡୋଜ୍

ନୂଆଦିଲ୍ଲୀ: ଭାରତରେ ତିନି କୋଟି ଟପିଲା କିଶୋର-କିଶୋରୀଙ୍କ ଟୀକାକରଣ । ବର୍ତ୍ତମାନ ସୁଦ୍ଧା ଦେଶରେ ପାଖାପାଖି ୩ କୋଟିରୁ ଊର୍ଦ୍ଧ୍ବ ୧୫-୧୮ ବର୍ଷ ବୟସ୍କ ପିଲା ପ୍ରଥମ ଡୋଜ୍ ଟିକା ନେଇଛନ୍ତି (over 3 crore teens jabbed first dose) । ଦେଶବ୍ୟାପୀ ଜାନୁୟାରୀ ୩ରୁ କିଶୋର-କିଶୋରୀ ଟୀକାକରଣ ଆରମ୍ଭ ହୋଇଥିଲା । ୧୦ ଦିନରେ ହିଁ ଏହା ୩ କୋଟିର ସଫଳତା ଛୁଇଁଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ (Union Health Minister Mansukh Mandaviya) ସୂଚନା ଦେଇଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି, ଭାରତର ଯୁବପିଢୀଙ୍କ ମଧ୍ୟରେ ଦାୟିତ୍ବ ଏବଂ ଅପୂର୍ବ ଉତ୍ସାହ ରହିଛି । ୩ କୋଟି କିଶୋର ସଫଳତାର ସହ ପ୍ରଥମ ଡୋଜ୍ ନେଇଛନ୍ତି । ସମସ୍ତ ଯୋଗ୍ୟ ଯୁବପିଢିଙ୍କୁ ଯଥାଶୀଘ୍ର ଟୀକା ନେବା ପାଇଁ ମୁଁ ଅପିଲ୍ କରୁଛି । ସଂକ୍ରମଣ ବୃଦ୍ଧି ସହ ସରକାର ଟୀକାକରଣକୁ ବିଶେଷ ଗୁରୁତ୍ବ ଦେଉଛନ୍ତି । ଦେଶବ୍ୟାପୀ ଏ ଯାବତ୍ ସମୁଦାୟ ୧୫୪.୬୧ କୋଟି ଡୋଜ୍ ଟୀକାକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.