ETV Bharat / bharat

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୭୦୦ କାଶ୍ମୀରୀ ହୋଇଛନ୍ତି ଗିରଫ: ମେହେବୁବା ମୁଫତି - Amit Shah jk visit update

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ନେଇ ବର୍ଷିଲେ ମେହେବୁବା ମୁଫତି । କହିଲେ ଶାହଙ୍କ ଗସ୍ତ ପୂର୍ବରୁ ଗିରଫ ହୋଇଛନ୍ତି ୭୦୦ରୁ ଉର୍ଦ୍ଧ୍ବ ସାଧାରଣ କାଶ୍ମୀର ନାଗରିକ । ଅଧିକ ପଢନ୍ତୁ...

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୭୦୦ କାଶ୍ମୀରି ହୋଇଛନ୍ତି ଗିରଫ

author img

By

Published : Oct 24, 2021, 7:00 AM IST

ଶ୍ରୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୩ ଦିନିଆ ଗସ୍ତରେ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଆତଙ୍କବାଦ ପ୍ରସଙ୍ଗରେ ବର୍ଷିଛନ୍ତି ଶାହ । ତେବେ ଶାହଙ୍କ କାଶ୍ମୀର ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଡିପି ମୁଖ୍ୟ ମେହେବୁବା ମୁଫତି । ମେହେବୁବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ କେବଳ ଲୋକ ଦେଖାଣିଆ । ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କ କାଶ୍ମୀର ଗସ୍ତ ଓ ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ କେନ୍ଦ୍ର ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟକ୍ରମ ହାତକୁ ନେଇନାହିଁ ।

ଏକ ଟୁଇଟ୍ ଜରିଆରେ ମେହବୁବା କହିଛନ୍ତି, ଶ୍ରୀନଗରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଏବଂ ନୂତନ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କିଛି ନୂଆ ପ୍ରକଳ୍ପ ନୁହେଁ । ଅର୍ଦ୍ଧଡଜନରୁ ଉର୍ଦ୍ଧ୍ବ ମେଡିକାଲ କଲେଜକୁ ୟୁପିଏ ସରକାର ଅନୁମୋଦନ କରିଛନ୍ତି ଏବଂ ବର୍ତ୍ତମାନ ତାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଧାରା 370 ରଦ୍ଦ କରିବା ପରେ ଜମ୍ମୁ କାଶ୍ମୀରରେ ସଙ୍କଟ ସୃଷ୍ଟି ହେବା ସହ ଅରାଜକତା ଲାଗି ରହିଛି ।

ଅପରପକ୍ଷେ, ମେହେବୁବା ଅଭିଯୋଗ କରିଛନ୍ତି ଯେ, ଶାହାଙ୍କ ଗସ୍ତ ପୂର୍ବରୁ 700 ସାଧାରଣ ନାଗରିକଙ୍କୁ ଗିରଫ କରାଯାଇଛି । ଜନ ସୁରକ୍ଷା ଆଇନ ଅନୁଯାୟୀ ବୁକ୍ କରାଯାଇଛି । ସେହିପରି ସେମାନଙ୍କ ମଧ୍ୟରୁ ଅନେକଙ୍କୁ କାଶ୍ମୀର ବାହାରେ ଥିବା ଜେଲକୁ ମଧ୍ୟ ପଠାଯାଇଥିବା ଅଭିଯୋଗ କରିଛନ୍ତି ମେହେବୁବା । ଏଭଳି ଦମନକାରୀ ପଦକ୍ଷେପ ଫଳରେ ଉତ୍ତେଜନା ସୃଷ୍ଟି ହୋଇଥାଏ ବୋଲି କହିଛନ୍ତି ମେହେବୁବା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.