ETV Bharat / bharat

Vaccination: ୫୦ ପ୍ରତିଶତ ଭାରତୀୟ ନେଲେଣି ଉଭୟ ଡୋଜ ଟିକା - ଭାରତରେ ଟୀକାକରଣ ଡ୍ରାଇଭ

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା, ବର୍ତ୍ତମାନ ସୁଦ୍ଧା 50 ପ୍ରତିଶତ ଭାରତୀୟ ନେଇସାରିଲେଣି ଉଭୟ ଡୋଜ । ସାମଗ୍ରିକ ଟୀକାକରଣରେ ସାମିଲ ହୋଇଛନ୍ତି ୧୨୭ କୋଟି ଭାରତୀୟ । ଅଧିକ ପଢନ୍ତୁ

ବର୍ତ୍ତମାନ ସୁଦ୍ଧା 50 ପ୍ରତିଶତ ଭାରତୀୟ ନେଇସାରିଲେଣି ଉଭୟ ଡୋଜ: Union health minister

author img

By

Published : Dec 5, 2021, 4:43 PM IST

ନୂଆଦିଲ୍ଲୀ: ଦେଶର ୪ ରାଜ୍ୟରେ କୋଭିଡ ନୂଆ ଭ୍ୟାରିଏଣ୍ଟ ଚିହ୍ନଟ ହେବା ପରେ ଭୟ ଓ ଆଶଙ୍କା ମଧ୍ୟ ବଢିବାରେ ଲାଗିଛି । ଏହି ଦ୍ବନ୍ଦ ମଧ୍ୟରେ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଭାରତରେ ଚାଲିଥିବା ଟୀକାକରଣ (vaccination drive) ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଉଭୟ ଡୋଜ ଟିକା ଗ୍ରହଣ କରିସାରିଛନ୍ତି ।

ଭାରତ ପରି ଏକ ଜନସଂଖ୍ୟା ବହୁଳ ରାଷ୍ଟ୍ରରେ ଏତେ ସ୍ବଳ୍ପ ଅବଧି ମଧ୍ୟରେ ୫୦ ପ୍ରତିଶତ ଲୋକସଂଖ୍ୟାକୁ ଉଭୟ ଡୋଜ ଟିକାକରଣରେ ସାମିଲ କରିପାରିବା ଏକ ବଡ ଉପଲବ୍ଧି ବୋଲି କହିବା ସହ ସେ ଏଥିପାଇଁ ଦେଶବାସୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ସେହପରି ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨୭.୬୧ କୋଟି ଦେଶବାସୀ ଟୀକାକରଣରେ ସାମିଲ ହୋଇସାରିଲେଣି ।

ଚଳିତ ମାସ ଜାନୁୟାରୀ ୧୬ ତାରିଖରେ ଭାରତରେ ପ୍ରସ୍ତୁତ କୋଭିଡ ଭ୍ୟାକ୍ସିନକୁ ବ୍ୟବହାରିକ ଅନୁମତି ସହ ଟୀକାକରଣ ଡ୍ରାଇଭ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ପରେ ସାର୍ବଜନୀନ ଭାବେ ଟୀକାକରଣ ଡ୍ରାଇଭ ଜାରି ରହିଥିଲା । ଏହାକୁ ଯୁଦ୍ଧକାଳୀନ ଭାବେ ଜାରି ରଖିବା ସହ ସମଗ୍ର ବିଶ୍ବରେ କୋଭିଡ ମୁକାବିଲାରେ ଭାରତ ସଫଳତାର ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିଆ ।

ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ୧୮ରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଟୀକାକରଣ ଚାଲିଥିବାବେଳେ, ଶିଶୁଙ୍କ ପାଇଁ ଟିକା ପ୍ରସ୍ତୁତି ମଧ୍ୟ ଜାରି ରହିଛି । ଭାରତରେ କିଛି ଟିକା ଉତ୍ପାଦନାକାରୀ କମ୍ପାନୀ ଶିଶୁଙ୍କ ପାଇଁ ଟିକା ବିକଶିତ କରିସାରିଥିବା ବେଳେ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.