ETV Bharat / bharat

ଦେଶରେ 45.55 କୋଟି ପାର କଲା ଟୀକାକରଣ

author img

By

Published : Jul 30, 2021, 7:44 AM IST

ସଂକ୍ରମଣ ବିରୋଧରେ ଦେଶରେ ଜାରି ରହିଛି ଟୀକାକରଣ । ଏପର୍ଯ୍ୟନ୍ତ ଦେଶରେ 45.55 କୋଟିରୁ ଅଧିକ ଟୀକାକରଣ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

Over 45.55 crore Covid vaccine doses administered in India so far
ଦେଶରେ 45.55 କୋଟି ପାର କଲା ଟୀକାକରଣ

ନୂଆଦିଲ୍ଲୀ: ସଂକ୍ରମଣ ବିରୋଧରେ ଦେଶରେ ଜାରି ରହିଛି ଟୀକାକରଣ । ଏପର୍ଯ୍ୟନ୍ତ ଦେଶରେ 45.55 କୋଟିରୁ ଅଧିକ ଟୀକାକରଣ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଗୁରୁବାର ୪୭ ଲକ୍ଷ ଟିକା ହିତାଧିକାରୀଙ୍କୁ ଦିଆଯାଇଛି । ଏହାସହ 22,83,018 ପ୍ରଥମ ଡୋଜ ଲୋକଙ୍କୁ ଦିଆଯାଇଥିବା ବେଳେ 4,34,990 ଦ୍ବିତୀୟ ଡୋଜ ୧୮-୪୪ ବୟସ୍କଙ୍କୁ ଦିଆଯାଇଛି ।

ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର 18-44 ବର୍ଷ ବୟସ୍କଙ୍କୁ 14 କୋଟି 66 ଲକ୍ଷ 22 ହଜାର 393 ପ୍ରଥମ ଡୋଜ ଦିଆଯାଇଛି । ଏହାସହ 76 ଲକ୍ଷ 51 ହଜାର 261 ଦ୍ବିତୀୟ ଡୋଜ ଭାବେ ହିତାଧିକାରୀଙ୍କୁ ଦିଆଯାଇଛି ।

ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ମଧ୍ୟ ଟୀକାକରଣକୁ ଜୋରଦାର କରାଯାଇଛି । 18-44 ବର୍ଷ ବୟସ୍କଙ୍କୁ ଏକ କୋଟିରୁ ଅଧିକ ଟିକା ଦିଆଯାଇଛି । ଏଥିସହ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଦିଲ୍ଲୀ, ହରିୟାଣା, ଝାଡଖଣ୍ଡ, କେରଳ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଓଡିଶା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ 18-44 ବର୍ଷ ବୟସ୍କଙ୍କୁ 10 ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ ଡୋଜ ଦିଆସରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.