ଶ୍ରୀନଗର: ଜାମ୍ମୁ କାଶ୍ମୀର ସୀମା କାଠୁଆରେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର ପୋଲିସ ଅଧିକାରୀ ପଦବୀ ପାଇଁ ହୋଇଥିବା ଚୟନ ପ୍ରକ୍ରିୟାରେ 4ଶହରୁ ଅଧିକ ଯୁବତୀ ଅଶଂ ଗ୍ରହଣ କରିଛନ୍ତି । ଏହି ଚୟନ ପ୍ରକ୍ରିୟା ଫେବ୍ରୁଆରୀ 15ରୁ ଆରମ୍ଭ ହୋଇଛି ବୋଲି କହିଛନ୍ତି ଅତିରିକ୍ତ ପୋଲିସ ଅଧିକାରୀ ରମନିଷ ଗୁପ୍ତା ।
ଶନିବାର ଏହି ଚୟନ ପ୍ରକ୍ରିୟାର ଶେଷ ଦିନ ଥିଲା । ଏହି ପୋଲିସ ଅଧିକାରୀ ଚୟନ ପ୍ରକ୍ରିୟାରେ କେବେଳ ମହିଳା ପାର୍ଥୀ ଭାଗ ନେଇଥିଲେ । ସମୁଦାୟ 415 ଜଣ ମହିଳା ପାର୍ଥୀ ଏହି ପଦ ପାଇଁ ଆବେଦନ କରିଥିଲେ । ଜମ୍ମୁ କାଶ୍ମୀର ପୋଲିସରେ ଯୋଗ ଦେବାକୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା । ସେମାନେ ଦେଶକୁ ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ଗଣମାଧ୍ୟମକୁ କହିଛନ୍ତି ।
ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ ଦୁର୍ନୀତି ରୋକିବା ଦିଗରେ କାମ କରିବେ ବୋଲି କହିଛନ୍ତି ଜଣେ ଅଶଂଗ୍ରହଣକାରୀ ଡିମ୍ପି ଶର୍ମା । ସେ ଆହୁରି କହିଛନ୍ତି ମୁଁ ମୋ ଦେଶ ପାଇଁ କିଛି କରିବାକୁ ଚାହୁଁଛି । ଦେଶରେ ମହିଳାମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଓ ଦୁର୍ନୀତିକୁ ରୋକିବା ଦିଗରେ କାମ କରିବି ।
ଅନ୍ୟ ଜଣେ ଅଶଂଗ୍ରହଣକାରୀ ପରବିନ କହିଛନ୍ତି, ମୁଁ ପୋଲିସ ବାହିନୀରେ ଯୋଗଦେବାକୁ ଚାହୁଁଥିଲି । ଏହା ଏକ ଭଲ ସୁଯୋଗ । ମୁଁ ମୋ ଦେଶକୁ ସୁରକ୍ଷା ଦେବାକୁ ଚାହେଁ ।
@ANI