ETV Bharat / bharat

ଦେଶରେ ହୋଇଛି 37.57 କୋଟିରୁ ଊର୍ଦ୍ଧ୍ବ ଟୀକାକରଣ - କୋରୋନା ଭ୍ୟାକ୍ସିନ

ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଦେଶରେ ଏପର୍ଯ୍ୟନ୍ତ 37.57 କୋଟିରୁ ଅଧିକ ଟିକା ଦିଆଯାଇଛି । ଅଧିକ ପଢନ୍ତୁ...

Over 37.57 crore vaccine doses administered in India so far
ଦେଶରେ ହୋଇଛି 37.57 କୋଟିରୁ ଉର୍ଦ୍ଧ ଟୀକାକରଣ
author img

By

Published : Jul 11, 2021, 7:44 AM IST

ନୂଆଦିଲ୍ଲୀ: ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଦେଶରେ ଏପର୍ଯ୍ୟନ୍ତ 37.57 କୋଟିରୁ ଅଧିକ ଟିକା ଦିଆଯାଇଛି । ଶନିବାର ସୁଧା 34 ଲକ୍ଷ 1 ହଜାର 696 ଟିକା ଦିଆଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମନ୍ତ୍ରଣାଳୟ କହିଛି ଯେ, ଶନିବାର ଦିନ 18ରୁ 44 ବର୍ଷ ବୟସ୍କର ଲୋକଙ୍କୁ 15 ଲକ୍ଷ 72 ହଜାର 451 ପ୍ରଥମ ଡୋଜ ଭାବେ ଦିଆଯାଇଥିବା ବେଳେ ଦ୍ବିତୀୟ ଡୋଜ ହିସାବରେ 1 ଲକ୍ଷ 74 ହଜାର 472 ଡୋଜ ଦିଆଯାଇଛି । ତେବେ ଏପର୍ଯ୍ୟନ୍ତ ଦେଶରେ 11 କୋଟି 16 ଲକ୍ଷ 46 ହଜାର 387 ଜଣ 18-44 ବର୍ଷ ବୟସ୍କର ଲୋକେ ସେମାନଙ୍କର ପ୍ରଥମ ଡୋଜ ନେଇସାରିଛନ୍ତି । ତୃତୀୟ ପର୍ଯ୍ୟାୟ ଟିକାକରଣରେ 36 ଲକ୍ଷ 93 ହଜାର 265 ଲୋକଙ୍କୁ ଦ୍ବିତୀୟ ଡୋଜ ଦିଆଯାଇଛି ।

ସେପଟେ ,ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ ରାଜ୍ୟରେ ମଧ୍ୟ ଟୀକାକରଣ ଜୋରଦାର ଜାରି ରହିଛି । ବିହାର, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ 18-44 ବର୍ଷ ବୟସର ଲୋକଙ୍କୁ 50 ଲକ୍ଷରୁ ଅଧିକ ପ୍ରଥମ ଡୋଜ ଦିଆସରିଛି ।

ଏଥିସହ ଆନ୍ଧ୍ରପ୍ରଦେଶ,ଆସାମ, ଛତିଶଗଡ,ଦିଲ୍ଲୀ, ହରିୟାଣା,ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଝାଡଖଣ୍ତ, କେରଳ,ଓଡିଶା, ପଞ୍ଜାବ,ତେଲେଙ୍ଗାନା,ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ 18-44 ବର୍ଷ ବୟସର ଲୋକଙ୍କୁ 10 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.