ETV Bharat / bharat

ଅମୃତସର ସେକ୍ଟରରୁ 3.29 କୋଟିର ହେରୋଇନ ଜବତ

ଅମୃତସର ସେକ୍ଟରରୁ ପାଟ୍ରୋଲିଂ ସମୟରେ ସେନା ହାତରେ ଲାଗିଛି 3.29 କୋଟି ଟଙ୍କାର ହେରୋଇନ । ଅଧିକ ପଢନ୍ତୁ

author img

By

Published : Jun 9, 2022, 8:56 AM IST

ଅମୃତସର ସେକ୍ଟରରୁ 3.29  କୋଟି ଟଙ୍କାର ହିରୋଇନ ଜବତ

ଚଣ୍ତିଗଡ: ଖୋଇ ଛାଡୁନି ପାକିସ୍ତାନ । ସୀମାର କରୁଛି ନିଶା କାରବାର । କେତେବେଳେ ଡ୍ରୋନ ସହାୟତାରେ ତ ଆଉ କେତେବେଳେ ସନ୍ଧିଗ୍ଧଙ୍କ ହାତରୁ ମିଳୁଛି ଡ୍ରଗ୍ସ ଓ ହେରୋଇନ । ଏନେଇ ସେନା ପକ୍ଷରୁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପଞ୍ଜାବ ଅମୃତସର ସେକ୍ଟରରେ ପାଟ୍ରୋଲିଂ ସମୟରେ ସେନା ହାତରେ ଲାଗିଛି କୋଟି କୋଟି ଟଙ୍କାର ହେରୋଇନ । ଯାହାର ଆନ୍ତର୍ଜାତିକ ବଜାର ଦର 3.29 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି ।

ସୂଚନା ଅନୁସାରେ, ପଞ୍ଜାବ ଅମୃତସର ସେକ୍ଟରରେ ସୁରକ୍ଷା ବାହିନୀ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ଅମୃତସର ସେକ୍ଟର ଭାଇରାପୋଲ ବିପିଓ (Bhairapal BOP under Amritsar sector) ନିକଟରୁ ୪୭୦ ଗ୍ରାମର ହେରୋଇନ (470 grams of heroin) ଜବତ କରିଛି ବିଏସଏଫ । ଯାହାର ବଜାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି ।

ସେପଟେ, ପାକିସ୍ତାନ ମଧ୍ୟ ନିଶା କାରବାରକୁ ସୀମାରେ ଅଧିକ ଜୋରଦାର କରିବା ପାଇଁ ଡ୍ରୋନର ବ୍ୟବହାର କରୁଛି । ସୀମାରେ ଡ୍ରୋନ ସହାୟତାରେ ଏ କାରନାମା ଜାରି ରଖିଛି । କେବଳ ହେରୋଇନ ନୁହେଁ, ଅସ୍ତ୍ରଶସ୍ତ୍ର ମଧ୍ୟ ଡ୍ରୋନ ଯୋଗ ଚାଲାଣ କରୁଛି । ଚୋରା ଚାଲାଣ ସମୟର ଭାରତର ସେନା ହାତରେ ପାକିସ୍ତାନର ଏ କଳା କାରନାମା ଧରାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.