ETV Bharat / bharat

Bogus Voters in AP: ଭୋଟର ଲିଷ୍ଟରେ ମୃତ ବ୍ୟକ୍ତି, ୨୮୦ ଭୋଟରଙ୍କ ନାହିଁ ହାଉସ ନଂ, ସମସ୍ତଙ୍କ ଗୋଟିଏ ଠିକଣା

author img

By ETV Bharat Odisha Team

Published : Aug 28, 2023, 5:28 PM IST

ଆନ୍ଧ୍ରପ୍ରଦେଶ କାଙ୍ଗିରି ବିଧାନସଭା ମଣ୍ଡଳୀରେ ଭୋଟର ତାଲିକାରେ ବଡ଼ ଧରଣର ଜାଲିଆତି । ତାଲିକାରେ ରହିଛନ୍ତି ୧୦ ବର୍ଷରୁ ମୃତ୍ୟୁବରଣ କରିଥିବା ଅନେକ ଭୋଟର । ଅଧିକ ପଢନ୍ତୁ

Etv Bharat
Etv Bharat

ଅମରାବତୀ: ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତିଟି ଭୋଟ ହୋଇଥାଏ ମୂଲ୍ୟବାନ । ଜନତାଙ୍କ ଭୋଟ ଦ୍ବାରା ଜନ ପ୍ରତିନିଧି ଚୟନ ହୋଇଥାନ୍ତି । ହେଲେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର କାଙ୍ଗିରି ବିଧାନସଭା ମଣ୍ଡଳୀରୁ ଦେଖିବାକୁ ମିଳିଲେଣି ମାଳ ମାଳ ନକଲି ଭୋଟର । କାହାର ହାଉସ ନମ୍ବର ନାହିଁ ତ ଆଉ କେଉଁଠି ତାଲିକାରେ ରହିଛନ୍ତି ୧୦ ବର୍ଷରୁ ମୃତ୍ୟୁବରଣ କରିଥିବା ଭୋଟର । ଏଭଳି କରିବାକୁ ବ୍ଲକ ସ୍ତରୀୟ ଅଫିସରଙ୍କ ଉପରେ କିଛି ନେତା ଚାପ ପକାଉଥିବା ଅଭିଯୋଗ ହୋଇଛି । ନକଲି ଭୋଟରଙ୍କୁ ତାଲିକାରୁ ହଟାଇବା ଲାଗି ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଭୋଟର ତାଲିକାରେ ୨୮୦ ଜଣ ଭୋଟରଙ୍କ ହାଉସ ନମ୍ବର ପଞ୍ଜୀକୃତ ହୋଇନାହିଁ । ସେହିପରି ୫ରୁ ୧୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ପ୍ରାୟ ୨୦ ଜଣ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ରହିଛି । ଏପରିକି ଗୋଟିଏ ହାଉସ ନମ୍ବରରେ ଅନେକ ଜଣ ଭୋଟରଙ୍କ ନାମ ରହିଛି । ଭାରତୀୟ ନିର୍ବାଚନ ଆୟୋଗ (ECI)ର ନିୟମ ଅନୁସାରେ ଜଣେ ଭୋଟରଙ୍କ ନାମରେ ଗୋଟିଏ ହାଉସ ନମ୍ବର ରହିବା ଉଚିତ । ମାତ୍ର କାଙ୍ଗିରି ବିଧାନସଭା ମଣ୍ଡଳୀରେ ଆୟୋଗଙ୍କ ନିୟମକୁ ଫୁ କରାଯାଇଛି । କିଛି ରାଜନେତା ଏଥିଲାଗି ବ୍ଲକ ସ୍ତରୀୟ ଅଫିସରଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- ଭୋଟର ତାଲିକାରେ ନକଲି ଭୋଟର ! ନିର୍ବାଚନ ଅଧିକାରୀଙ୍କୁ ଭେଟିଲା BJP

ଏହି ଖବର ସାମ୍ନାକୁ ଆସିବା ପରେ ଭାରତୀୟ ନିର୍ବାଚନ ଆୟୋଗ ନକଲି ଭୋଟରଙ୍କୁ ତାଲିକାରୁ ବିଦା କରିବା ଲାଗି ବ୍ୟବସ୍ଥା କରିଛି । କାଙ୍ଗିରି ସହରର ୧ ନଂ ୱାର୍ଡରେ ୨୮୦ ଜଣ ଭୋଟରଙ୍କ ହାଉସ ନମ୍ବର ନାହିଁ । ଏହି ଭୋଟରମାନେ ଇନ୍ଦିରା କଲୋନି, ବିସି କଲୋନି ଓ ରାଜୀବନଗର କଲୋନିର ଅଧିବାସୀ ବୋଲି ଜଣାପଡ଼ିଛି । କାନ୍ଦୋଲାରାଓ ନାମକ ଜଣେ ଦୋକାନୀଙ୍କ ଦୋକାନ କାଙ୍ଗିରି ସହରର ୧୪୨ ନଂ ପୋଲିଂ ବୁଥ୍‌ରେ ରହିଛି । ତାଙ୍କ ହାଉସ ନମ୍ବରର ନାମ ୪୯୮ । ଏହି ହାଉସ ନମ୍ବରରେ ପ୍ରାୟ ୧୦୦ ଜଣ ଭୋଟରଙ୍କ ନାମ ପଞ୍ଜୀକୃତ ହୋଇଛି ।

ଅନ୍ୟ ଏକ ଘଟଣା ଦେଖିଲେ ପାମୁରୁ, ଶୀଲାମୱାରିପଲ୍ଲୀ ଓ ପେଡା ଆଲାଭାଲାପଡୁ ଅଞ୍ଚଳରେ ପ୍ରାୟ ୪୦ ଭୋଟରଙ୍କ ହାଉସ ନମ୍ବର '00' ରହିଛି । ସେହପରି ୫୦ ଜଣ ଭୋଟରଙ୍କ ହାଉସ ନମ୍ବର '1-1' ରହିଛି । ୭୦ ଜଣ ଭୋଟରଙ୍କ ହାଉସ ନମ୍ବର '000' ରହିଛି । ଗାର୍ଲାପେଟ ରୋଡରେ ଗତ ୫ରୁ ୧୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ଏବେ ବି ଭୋଟର ତାଲିକାରେ ରହିଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ନିର୍ବାଚନ ଆୟୋଗ କଡା ଆଭିମୁଖ୍ୟ ଗ୍ରହଣ କରିଛି ।

ଭୋଟର ତାଲିକା ପ୍ରସ୍ତୁତ ସମୟରେ କୌଣସି ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି । ସେପଟେ ରାଜନେତାମାନଙ୍କ ଦ୍ବାରା ଭୋଟର ତାଲିକାରେ ଏଭଳି ଜାଲିଆତି ହେଉଥିବା ଅଭିଯୋଗ ହେଉଛି । ବ୍ଲକ ସ୍ତରରେ କାମ କରୁଥିବା ଅଧିକାରୀମାନଙ୍କୁ ଡରାଇ ଧମକାଇ ରାଜନେତାମାନେ ଏଭଳି ବେଆଇନ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏ ନେଇ କାଙ୍ଗିରି ଉପଖଣ୍ଡ ରାଜସ୍ବ ଅଧିକାରୀ ଟି ଅଜୟକୁମାରଙ୍କୁ ଏ ନେଇ ଜବାବ ମାଗିଛି ଆୟୋଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.