ETV Bharat / bharat

ଜମିଜମାକୁ କେନ୍ଦ୍ର କରି ଦେବଭୂମିରେ ଆଜିସୁଦ୍ଧା ଗଡିଛି ୨୨ ସାଧୁଙ୍କ ମୁଣ୍ଡ - ଉତ୍ତରଖଣ୍ଡ ସନ୍ୟାସୀ ହତ୍ୟା

ଅଖିଳ ଭାରତୀୟ ଆଖଡା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ପଛରେ ଜମିଜମା ବିବାଦ ରହିଥିବା ସନ୍ଦେହ କରାଯାଉଛି । ତେବେ ଜାଣନ୍ତୁ ଆଜି ଯାଏଁ ଦେବଭୂମିରେ ଗଡିଛି କେତେ ସାଧୁଙ୍କ ମୁଣ୍ଡ...

ଉତ୍ତରଖଣ୍ଡରେ ଜମିଜମାକୁ କେନ୍ଦ୍ର କରି ଗଡିଛି ୨୨ ସାଧୁଙ୍କ ମୁଣ୍ଡ

author img

By

Published : Sep 21, 2021, 2:46 PM IST

ଡେରାଡୁନ: ଅଖିଳ ଭାରତୀୟ ଆଖଡା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହଯାଉଥିବାବେଳେ ଏହାର ପ୍ରକୃତ କାରଣ ସ୍ପଷ୍ଟ ଭାବେ ଜଣାପଡି ନାହିଁ । ନରେନ୍ଦ୍ର ଗିରିଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେବଭୂମି ଉତ୍ତରାଖଣ୍ଡରେ ମୋଟ ୨୨ ଜଣ ସନ୍ଥଙ୍କ ମୃତ୍ୟୁ ଘଟିସାରିଛି । ତେବେ ଜମିଜମା ବିବାଦକୁ କେନ୍ଦ୍ରକରି ଏପରି ଗୋଟିଏ ପରେ ଗୋଟିଏ ସନ୍ଥଙ୍କ ମୁଣ୍ଡ ଗଡୁଥିବା ଏକ ରିପୋର୍ଟରେ କୁହାଯାଇଛି ।

ନରେନ୍ଦ୍ର ଗିରି ଏକମାତ୍ର ସନ୍ଥ ନୁହଁନ୍ତି ଯାହାଙ୍କ ଏପରି ମୃତ୍ୟୁ ହୋଇଛି, ତାଙ୍କ ଭଳି ଅନେକ ସନ୍ଥ ରହିଛନ୍ତି ଯେଉଁମାନେ ସମ୍ପତ୍ତି ଜନିତ ବିବାଦ ଯୋଗୁଁ ଜୀବନ ହରାଇଛନ୍ତି । ଦୁନିଆର ଯାବତୀୟ ମୋହମାୟାରୁ ଦୂରେଇ ରହିବାକୁ ଉପଦେଶ ଦେଉଥିବା ସନ୍ଥ ଖୋଦ୍ ମୋହ ମାୟାରେ ଫସୁଛନ୍ତି । ଯାହାର ଜୀବନ୍ତ ଉଦାହରଣ ପାଲଟିଛି ଦେବଭୂମି ଉତ୍ତରାଖଣ୍ଡ । ଜମିବାଡି ବିବାଦକୁ କେନ୍ଦ୍ରକରି ଦୁଇ ଦଶକରୁ ଏଯାବତ୍ ଦୁଇ ଡର୍ଜନରୁ ଅଧିକ ସନ୍ଥଙ୍କୁ ହତ୍ୟା କରାଯାଇଛି । ସେମାନଙ୍କ ମଧ୍ୟରେ ଏମିକି ବି କିଛି ଜଣ ରହିଛନ୍ତି, ଯାହାଙ୍କ ବାବଦରେ ଆଜି ଯାଏଁ କୌଣସି ସୁରାକ୍ ମିଳି ପାରିନାହିଁ ।

କେବଳ ଏତିକି ନୁହେଁ, ଉତ୍ତରଖଣ୍ଡର ବିଭିନ୍ନ କୋର୍ଟରେ ଜମିବାଡି ପ୍ରସଙ୍ଗକୁ ନେଇ ହଜାରରୁ ଅଧିକ ମକଦ୍ଦମା ଚାଲୁଅଛି । ଅନ୍ୟକୁ ମୋହ ମାୟା ତ୍ୟାଗର ଜ୍ଞାନ ଦେଉଥିବା ବ୍ୟକ୍ତି ହିଁ କିପରି ନିଜେ ସେଥିରେ ଘାଣ୍ଟି ହେଉଛନ୍ତି ତାହା ଦର୍ଶାଉଛି ।

ଉତ୍ତରାଖଣ୍ଡର କିଛି ଚର୍ଚ୍ଚିତ ସାଧୁଙ୍କ ମର୍ଡର:

  • 1991 ଅକ୍ଟୋବର ୨୫ ଦିନ ସନ୍ଥ ରାଘବାଚାର୍ଯ୍ୟ ରାମାୟଣ ସତସଙ୍ଗ ଭବନ ଯାଇଥିବାବେଳେ କେହି ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି କରିବା ସହ ଛୁରାମାଡ କରିଥିଲା । ଯେଉଁ ପ୍ରାଣ ହରାଇଥିଲେ ସନ୍ଥ ।
  • ୧୯୯୩ ଡିସେମ୍ବର ରେ: ରାମାୟଣ ସତସଙ୍ଗ ଭବନର ସନ୍ଥ ରାଘବାଚାର୍ଯ୍ୟଙ୍କ ଅନୁଗାମୀ ରଙ୍ଗାଚାର୍ଯ୍ୟଙ୍କୁ ମଧ୍ୟ ଏହି ଦିନ କେହି ହତ୍ୟା କରିଥିଲା ।
  • ୨୦୦୦ ମସିହା ଫେବୃୟାରୀ ୧ ତାରିଖ ଦିନ ଟ୍ରଷ୍ଟର ଜଣେ ସଦସ୍ୟ ଗିରିଶ ଚାନ୍ଦ ଯିଏକି ତାଙ୍କ ସାଥୀ ରମେଶଙ୍କ ସହ କୋର୍ଟକୁ ଯାଉଥିଲେ, ଏହି ସମୟରେ ଏକ ଜିପ୍ ତାଙ୍କୁ ଚାପି ଦେଇଥିଲା । ଏହି ହତ୍ୟା ମାମଲାରେ ସ୍ବାମୀ ନଗେନ୍ଦ୍ର ବ୍ରହ୍ମଚାରୀ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇ ଜେଲ୍ ପଠାଯାଇଥିଲା ।
  • ୨୦୦୦ ବର୍ଷ ଡିସେମ୍ବରରେ ସ୍ବାଧବୀ ପ୍ରେମାନନ୍ଦଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ୨୦୦୧ରେ ବାବା ସୁତେନ୍ଦ୍ର ବେଙ୍ଗାଲିଙ୍କୁ ମଧ୍ୟ କେହି ହତ୍ୟା କରିଥିଲେ ।
  • ୨୦୦୧ ଜୁନ ୬ରେ ବାବା ବିଷ୍ଣୁଗିରିଙ୍କ ସମେତ ୪ ଜଣ ସାଧୁଙ୍କ ହରକି ପାଇଡି ଠାରେ ହତ୍ୟା କରାଯାଇଥିଲା ।
  • ୨୦୦୨ ଅଗଷ୍ଟ ୧୭ ତାରିଖ ଦିନ ବାବା ହର୍ୟାନନ୍ଦ ଏବଂ ତାଙ୍କ ଶିଷ୍ୟମାନଙ୍କୁ କେହି ମର୍ଡର କରିଥିଲେ । ଅନ୍ୟ ଜଣେ ସାଧୁ ନରେନ୍ଦ୍ର ଦାସଙ୍କ ମଧ୍ୟ ହତ୍ୟା ମାମଲା ସାମ୍ନାକୁ ଆସିଥିଲା ।
  • ସାଙ୍ଗପୁରୀ ଆଶ୍ରମର ବିଶିଷ୍ଟ ସନ୍ଥ ପ୍ରେମାନନ୍ଦ ଛଦ୍ମନାମ ଭୋଳେ ବାବା ୨୦୦୩ ଅଗଷ୍ଟ ୬ରେ ନିଖୋଜ ହୋଇଯାଇଥିଲେ । ନିଖୋଜର ଗୋଟିଏ ମାସ ପରେ ତାଙ୍କ ମୃତ୍ୟୁ ସମ୍ପର୍କରେ ଜଣାପଡିଥିଲା ଏବଂ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଥିଲା ।
  • ୨୦୦୪ ଡିସେମ୍ବର ୨୮ ତାରିଖରେ ସନ୍ଥ ଯୋଗେନ୍ଦ୍ରନାଥଙ୍କୁ କେହି ହତ୍ୟା କରିଥିଲେ । ଆଜି ଯାଏଁ ବି ତାଙ୍କ ହତ୍ୟାକାରୀ ଧରା ପଡିପାରିନାହିଁ ।
  • ୨୦୦୬ ମେ ୧୫ ତାରିଖରେ ସ୍ବାମୀ ଅମ୍ରିତାନନ୍ଦଙ୍କ ହତ୍ୟା ହୋଇଥିଲା ।
  • ୨୦୦୮ ଫେବୃୟାରୀ ୮ ତାରିଖରେ ନିରଞ୍ଜନ ଅଖରାର ୭ ଜଣ ସାଧୁ ବିଷପାନ ଯୋଗୁଁ ପ୍ରାଣ ହରାଇଥିଲେ ।
  • ୨୦୧୨ ଅପ୍ରିଲ ୧୪ ତାରିଖରେ ନିରୱାନି ଆଖରାର ମହନ୍ତ ସୁଧୀର ଗିରିଙ୍କୁ ହତ୍ୟା କରାଯାଇଥିଲା ।
  • ୨୦୧୨ ଜୁନ ୨୬ରେ ଉତ୍ତରାଖଣ୍ଡରେ ଏକ ତ୍ରିପଲ ମର୍ଡର ଘଟିଥିଲା । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ । ବିଳମ୍ବିତ ରାତିରେ ହରିଦ୍ବାର ଅନ୍ତର୍ଗତ ହନୁମାନ ମନ୍ଦିରରେ ତିନି ଜଣ ସାଧୁଙ୍କୁ ହତ୍ୟା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.