ETV Bharat / bharat

G-7 ଗ୍ରୁପ୍‌କୁ ପଛରେ ପକାଇଲା ଭାରତ, ଅଗଷ୍ଟରେ ଦେଲା 18 କୋଟି ଭ୍ୟାକ୍ସିନ - ଭାରତ ଟୀକାକରଣ

ଟୀକାକରଣ ମାମଲାରେ ଜି-୭ ଦେଶଗୁଡିକୁ ପଛରେ ପକାଇଦେଇଛି ଭାରତ । ଅଗଷ୍ଟ ମାସରେ ଭାରତରେ ୧୮ କୋଟି ଭ୍ୟାକ୍ସିନ ଡୋଜ ଦେଇ ସୃଷ୍ଟିକଲା ରେକର୍ଡ । ଅଧିକ ପଢନ୍ତୁ...

G-7 ଗ୍ରୁପ୍‌କୁ ପଛରେ ପକାଇଲା ଭାରତ, ଅଗଷ୍ଟରେ ଲଗାଇଲା 18 କୋଟି ଭ୍ୟାକ୍ସିନ

author img

By

Published : Sep 5, 2021, 3:36 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ମାତ ଦେବାକୁ ଦେଶରେ ବ୍ୟାପକ ସ୍ତରରେ ଜାରି ରହିଛି ମେଗା ଟୀକାକରଣ କାର୍ଯ୍ୟକ୍ରମ । ଟୀକାକରଣ ମାମଲାରେ ଜି-୭ ଦେଶଗୁଡିକୁ ପଛରେ ପକାଇଛି ଭାରତ । କେବଳ ଅଗଷ୍ଟ ମାସରେ ଭାରତରେ ୧୮ କୋଟି ଭ୍ୟାକ୍ସିନ ଡୋଜ ଦିଆଯାଇଥିବା ସରକାରଙ୍କ ପକ୍ଷରୁ ମିଳିଛି ସୂଚନା ।

  • Yet another achievement! With more than 180 million vaccine doses administered in the month of August, India leaves a mark on the Global map of leading its way in vaccinating its population on priority. #LargestVaccineDrive pic.twitter.com/ftvdHVIWMk

    — MyGovIndia (@mygovindia) September 5, 2021 " class="align-text-top noRightClick twitterSection" data=" ">

ଭାରତରେ ଅଗଷ୍ଟରେ ହୋଇଥିବା ଟୀକାକରଣ ଜି-୭ ଦେଶଗୁଡିକଠାରୁ ଅନେକ ଗୁଣରେ ଅଧିକ ବୋଲି କୁହାଯାଉଛି । ଜି-୭ ଦେଶଗୁଡିକରେ ଏହି ସଂଖ୍ୟା ୧୦.୧ କୋଟି ରହିଛି । କେନ୍ଦ୍ର ସରକାରଙ୍କ MyGovIndia ଟ୍ବିଟର ଆକାଉଣ୍ଟ ଜରିଆରେ ଏହି ସୂଚନା ସେୟାର କରାଯାଇଛି । ଟ୍ବିଟ୍‌ରେ ଲେଖାଯାଇଛି, ଆଉ ଏକ ଉପଲବ୍ଧି । ଅଗଷ୍ଟରେ ୧୮ କୋଟିରୁ ଊର୍ଦ୍ଧ୍ବ କୋରୋନା ଭ୍ୟାକ୍ସିନ ଡୋଜ୍‌ ସହିତ ଭାରତ ବିଶ୍ବମଞ୍ଚରେ କୀର୍ତ୍ତିମାନ ସ୍ଥାପନ କରିଛି ।

କାନାଡା ଅଗଷ୍ଟରେ 30 ଲକ୍ଷ ଟିକା ଡୋଜ ଦିଆଯାଇଛି । ଏଥି ସହିତ ବ୍ରିଟେନ 50 ଲକ୍ଷ, ଇଟାଲୀ 80 ଲକ୍ଷ ଏବଂ ଜର୍ମାନୀ ୯୦ ଲକ୍ଷ ଡୋଜ ଦେଇଛନ୍ତି । ଜି-7 ଦେଶ ମଧ୍ୟରୁ କେବଳ ଜାପାନ, ଆମେରିକା ଏବଂ ଫ୍ରାନ୍ସ ୧୦ କୋଟିରୁ ଅଧିକ ଡୋଜ ଦେବାରେ ସକ୍ଷମ ହୋଇଛନ୍ତି । ଜାପାନ ୪ କୋଟି ଡୋଜ ଦେଇଥିବାବେଳେ ଆମେରିକା ଏବଂ ଫ୍ରାନ୍ସ ଯଥାକ୍ରମେ 2.3 କୋଟି ଏବଂ 1.3 କୋଟି ଟିକା ଡୋଜ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.