ETV Bharat / bharat

Operation Ganga: ଫେରିଲେଣି ୧୭ ହଜାରରୁ ଅଧିକ ଭାରତୀୟ - ୟୁକ୍ରେନ ଋଷିଆ ଯୁଦ୍ଧ

ଅପରେସନ ଗଙ୍ଗା ମାଧ୍ୟମରେ ଏବେସୁଦ୍ଧା ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଫେରିଛନ୍ତି ୧୭,୪୦୦ ଭାରତୀୟ । ଆଜି ଆସିପାରେ ଆଉ ଦୁଇଟି ବିମାନ । ଅଧିକ ପଢନ୍ତୁ

Operation Ganga: ଫେରିଲେଣି ୧୭ ହଜାରରୁ ଅଧିକ ଭାରତୀୟ

author img

By

Published : Mar 8, 2022, 7:04 AM IST

Updated : Mar 8, 2022, 9:02 AM IST

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ମଧ୍ୟରୁ ସୋମବାର ଆଉ ୧,୩୧୪ ଭାରତୀୟ ସ୍ବଦେଶ ଫେରିଛନ୍ତି । ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କୁ ୟୁକ୍ରେନ ପଡୋଶୀ ରାଷ୍ଟ୍ରଗୁଡିକରୁ ଉଦ୍ଧାର କରାଯାଇଛି । ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ(ଡିଜିସିଏ) ଅନୁଯାୟୀ, ଯୁଦ୍ଧ ଆରମ୍ଭରୁ ଅପରେସନ ଗଙ୍ଗା ମାଧ୍ୟମରେ ଏବେସୁଦ୍ଧା ଯୁଦ୍ଧ ପ୍ରଭାବିତ ରାଷ୍ଟ୍ରରୁ ୧୭,୪୦୦ ଭାରତୀୟ ନାଗରିକଙ୍କୁ ଦେଶକୁ ଅଣାଯାଇଛି । ଆଜି(ମଙ୍ଗଳବାର) ସୁକେଭାରୁ ଆଉ ଦୁଇଟି ବିମାନ ଭାରତୀୟଙ୍କୁ ନେଇ ଫେରିବ ବୋଲି ଆଶା କରାଯାଉଛି ।

ମନ୍ତ୍ରଣାଳୟ ଅନୁସାରେ, ଏଯାବତ୍ ୭୩ଟି ସ୍ବତନ୍ତ୍ର ବେସାମରିକ ବିମାନ ଦ୍ବାରା ୧୫,୨୦୬ ଭାରତୀୟ ଦେଶକୁ ଫେରିଛନ୍ତି । ଅପେରସନ ଗଙ୍ଗାର ଏକ ଅଂଶ ଭାବେ ଭାରତୀୟ ବାୟୁସେନାର ୧୦ଟି ବିମାନ ଯୋଗେ 2,056 ନାଗରିକଙ୍କୁ ୟୁକ୍ରେନରୁ ଉଦ୍ଧାର କରାଯାଇଛି । ବିଶେଷକରି ଯୁଦ୍ଧ ଅଞ୍ଚଳ ଖାର୍କିଭ, କିଭ୍ ଏବଂ ସୁମିରୁ ଭାରତୀୟଙ୍କୁ ସ୍ଥାନାନ୍ତରଣ ଉପରେ ଗୁରୁତ୍ବାରୋପ କରାଯାଉଛି ।

ସୋମବାର ୟୁକ୍ରେନରୁ ପଡୋଶୀ ରାଷ୍ଟ୍ରରୁ ଭାରତୀୟଙ୍କୁ ନେଇ ଫେରିଥିବା ବେସାମରିକ ବିମାନ ମଧ୍ୟରୁ ୪ଟି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି ଏବଂ ଦୁଇଟି ମୁମ୍ବାଇରେ ପହଞ୍ଚିଛି । ଆଜି ସୁକେଭାରୁ ଆଉ ଏକ ବିମାନ ଯୋଗେ ୪୦୦ ଭାରତୀୟ ଫେରିବେ ବୋଲି କୁହାଯାଉଛି । ପ୍ରକାଶଥାଉ କି, ୟୁକ୍ରେନର ଆକାଶପଥ ସିଲ୍ ହୋଇଥିବାରୁ ଭାରତୀୟଙ୍କୁ ସ୍ଲୋଭାକିଆ, ରୋମାନିଆ, ହଙ୍ଗେରୀ, ମୋଲଡୋଭା, ସୁକେଭା ଏବଂ ପୋଲାଣ୍ଡ ଦେଇ ଭାରତ ଅଣାଯାଉଛି ।

Last Updated : Mar 8, 2022, 9:02 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.