ETV Bharat / bharat

କୋରୋନା କୋପରେ ରାଜଧାନୀ ଦିଲ୍ଲୀ: ଜଳୁଛି ଚିତା, ବିବଶ ସରକାର !

କୋରୋନା ତାଣ୍ଡବରେ ଅସହାୟ ଦେଶ ! ସବୁଠି ବିବଶତା ! ଏମିତି ସ୍ଥିତି ବୋଧେ ଭାରତବାସୀ କେବେ କଳ୍ପନା କରିନଥିଲେ । ଅସାବଧାନତା- ଅଭାବର ସୁଯୋଗ ନେଇ ଭୟଙ୍କର ରୂପ ଦେଖାଉଛି କୋରୋନା । ଏହାରି ଭିତରେ ଗତ 7 ଦିନ ମଧ୍ୟରେ 1200ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ନେଇସାରିଛି କିଲର ଭାଇରସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Apr 21, 2021, 9:02 AM IST

କୋରୋନା କୋପରେ ରାଜଧାନୀ ଦିଲ୍ଲୀ: ଜଳୁଛି ଚିତା, ବିବଶ ସରକାର !
କୋରୋନା କୋପରେ ରାଜଧାନୀ ଦିଲ୍ଲୀ: ଜଳୁଛି ଚିତା, ବିବଶ ସରକାର !

ନୂଆଦିଲ୍ଲୀ: ମହାମାରୀ କୋପରେ ଭାରତ ! କୋରୋନାର କଳାବାଦଲ ଦେଶରେ ଯେମିତି ହାହାକାର ପରିସ୍ଥିତି ! ଦୈନିକ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଚାଲିଛନ୍ତି । ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ନେଉଛି କୋରୋନା । ଶ୍ମଶାନରେ ଲିଭୁନି ଚିତା । ଅନବରତ ମଶାଣିରେ ଜଳୁଛି ଜୁଇ । ଆତ୍ମୀୟ ସ୍ବଜନ ଆଖି ଆଗରେ ଜୀବନ ହରାଉଛନ୍ତି ଲୋକେ । ସବୁଠି ବିବଶତା । ଏଥିରୁ ବାଦ ପଡିନି ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ।

ଦୈନିକ ହଜାର ହଜାର ସଂକ୍ରମିତ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍‌ ନୁହେଁ । ରିପୋର୍ଟ କହୁଛି ଗତ 7 ଦିନ ମଧ୍ୟରେ ମହାମାରୀ ନେଇଛି 1200ରୁ ଊର୍ଦ୍ଧ୍ବ ଜୀବନ । ଗତ ମଙ୍ଗଳବାର ଦିଲ୍ଲୀରେ 277 ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ବିଗତ ଦିନର ମୃତ୍ୟୁ ସଂଖ୍ୟା ଅପେକ୍ଷା ଢେର ଅଧିକ । ଯାହା ଦିଲ୍ଲୀ ସରକାରଙ୍କ ହୋସ୍ ଉଡାଇ ଦେଇଛି । ଦେଶର ଦୈନିକ ସଂକ୍ରମଣ ଭଳି ରାଜଧାନୀରେ ମଧ୍ୟ ବିସ୍ଫୋରକ ଭାବେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର 28.395 ଆକ୍ରାନ୍ତଙ୍କ ଚିହ୍ନଟ ହୋଇ ଦ୍ବିତୀୟ ଲହରର ସମସ୍ତ ରେକର୍ଡକୁ ପଛକୁ ଛାଡି ଦେଇଛି ।

ନଜର ପକାନ୍ତୁ ସରକାରୀ ତଥ୍ୟ ଉପରେ...

ଏପ୍ରିଲ 15 - 112 ଜଣଙ୍କ ମୃତ୍ୟୁ

ଏପ୍ରିଲ 16- 141 ଜଣଙ୍କ ମୃତ୍ୟୁ

ଏପ୍ରିଲ 17- 167 ଜଣଙ୍କ ମୃତ୍ୟୁ

ଏପ୍ରିଲ 18- 161 ଜଣଙ୍କ ମୃତ୍ୟୁ

ଗୋଟେ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଅକ୍ସିଜେନର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି । ଏପରିକି ବେଡ୍‌ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି କୋରୋନା ଆକ୍ରାନ୍ତ । ଦେଶର ରାଜଧାନୀରେ ସ୍ଥିତି ଏପରି । ଲୋକେ ଜୀବନ-ମରଣ ସଂଘର୍ଷ କରୁଥିବା ବେଳେ ଅବ୍ୟବସ୍ଥା ନେଉଛି ଜୀବନ ! ଅକ୍ସିଜେନ ଅଭାବକୁ ନେଇ କେନ୍ଦ୍ରକୁ ସହାୟତା ମାଗିଛନ୍ତି ସରକାର । ଆଉ ସରକାରୀ ହସ୍ପିଟାଲରେ ସ୍ଥିତି ନକହିବା ଭଲ ! ଏପରି ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ସଚେତନତା ଜରୁରୀ । ସରକାରୀ ତଥ୍ୟ ଅନୁସାରେ ଦୈନିକ ଦେଶରେ 1000ରୁ ଊର୍ଦ୍ଧ୍ବ ଲୋକଙ୍କ କୋରୋନାରେ ମୃତ୍ୟୁ ହେଉଛି । କିନ୍ତୁ ଦେଶର ଏମିତି ଅନେକ ରାଜ୍ୟ ଯେଉଁଠି ଅନବରତ ଜଳୁଛି ଚିତା । ସରକାରଙ୍କ ତଥ୍ୟ ଗୋଟେ କିନ୍ତୁ ସତ୍ୟତା ଅଲଗା ବୋଲି କହୁଛନ୍ତି ଲୋକେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.