ନୂଆଦିଲ୍ଲୀ: ଦଶମ ଦିନରେ ପହଞ୍ଚିଛି ୟୁକ୍ରେନ-ଋଷିଆ ମହାସମର । ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ ନାଗରିକ । ଭାରତୀୟଙ୍କୁ ଯୁଦ୍ଧଗ୍ରସ୍ତ ଦେଶରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ଉଦ୍ଧାର ଅପରେସନ ବ୍ୟାପକ କରାଯାଇ ପ୍ରତିଦିନ ସ୍ବତନ୍ତ୍ର ବିମାନ ଯୋଗେ ଶହ ଶହ ନାଗରିକଙ୍କୁ ଭାରତ ଅଣାଯାଉଛି । ମିଶନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ଏଯାବତ୍ ୧୧ ହଜାରରୁ ଅଧିକ ଭାରତୀୟ ଦେଶକୁ ଫେରିଥିବା ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ସୂଚନା ଦେଇଛନ୍ତି ।
-
#OperationGanga is in full swing, with over 11,000 Indians evacuated from Ukraine so far.
— V. Muraleedharan (@MOS_MEA) March 4, 2022 " class="align-text-top noRightClick twitterSection" data="
Happy to have received a group of 170 Indians at New Delhi airport, evacuated through @AirAsiaIndia
Thank our Missions, foreign governments, & volunteers for their constant support. pic.twitter.com/LUuyhS7LAU
">#OperationGanga is in full swing, with over 11,000 Indians evacuated from Ukraine so far.
— V. Muraleedharan (@MOS_MEA) March 4, 2022
Happy to have received a group of 170 Indians at New Delhi airport, evacuated through @AirAsiaIndia
Thank our Missions, foreign governments, & volunteers for their constant support. pic.twitter.com/LUuyhS7LAU#OperationGanga is in full swing, with over 11,000 Indians evacuated from Ukraine so far.
— V. Muraleedharan (@MOS_MEA) March 4, 2022
Happy to have received a group of 170 Indians at New Delhi airport, evacuated through @AirAsiaIndia
Thank our Missions, foreign governments, & volunteers for their constant support. pic.twitter.com/LUuyhS7LAU
ଆଜି ମନ୍ତ୍ରୀ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ୧୭୦ ଜଣ ୟୁକ୍ରେନ ଫେରନ୍ତା ଭାରତୀୟଙ୍କୁ ସ୍ବାଗତ କରିଛନ୍ତି । ଟ୍ବିଟ୍ ଯୋଗେ ମନ୍ତ୍ରୀ କହିଛନ୍ତି, ଅପରେସନ ଗଙ୍ଗା ପୂର୍ଣ୍ଣ କ୍ଷମତାରେ ରହିଛି । ଏପର୍ଯ୍ୟନ୍ତ ୧୧୦୦୦ରୁ ଅଧିକ ନାଗରିକଙ୍କୁ ୟୁକ୍ରେନରୁ ଭାରତ ଅଣାଯାଇଛି । ଏୟାର ଏସିଆ ବିମାନ ଯୋଗେ ଦିଲ୍ଲୀରେ ଅବତରଣ କରିଥିବା ୧୭୦ ଭାରତୀୟଙ୍କୁ ସ୍ବାଗତ କରି ଅତ୍ୟନ୍ତ ଖୁସି । ମିଶନ ଗଙ୍ଗା, ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ବିଦେଶୀ ରାଷ୍ଟ୍ର ଏବଂ ସ୍ବେଚ୍ଛାସେବୀଙ୍କୁ ମୁରଲୀଧରନ ଧନ୍ୟବାଦ ଦେଇଛନ୍ତି ।
![ୟୁକ୍ରେନରୁ ଭାରତ ଫେରିଲେଣି ୧୧ ହଜାରୁ ଅଧିକ ନାଗରିକ](https://etvbharatimages.akamaized.net/etvbharat/prod-images/14641997_yj.jpg)
ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅପରେସନ ଗଙ୍ଗା ଜରିଆରେ ଭାରତୀୟ ବାୟୁସେନାର C-17 ସମେତ ୧୬ଟି ବିମାନ ଉଡାଣ ପାଇଁ ଯୋଜନା ରହିଛି । ଋଷ ଆକ୍ରମଣ ଯୋଗୁଁ ୟୁକ୍ରେନ ଆକାଶ ମାର୍ଗ ସିଲ୍ ହୋଇଛି । ତେଣୁ ୟୁକ୍ରେନ ସୀମାବର୍ତ୍ତୀ ୪ଟି ପଡୋଶୀ ରାଷ୍ଟ୍ର ଦେଇ ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି । ଏହାର ତଦାରଖ ପାଇଁ ଭାରତ ସରକାର ୪ କେନ୍ଦ୍ରମନ୍ତ୍ରୀଙ୍କୁ ଉକ୍ତ ପଡୋଶୀ ରାଷ୍ଟ୍ରଗୁଡିକୁ ପଠାଇଛନ୍ତି ।
@ANI