ETV Bharat / bharat

7ଦିନରେ ୟୁକ୍ରେନରୁ ଉଦ୍ଧାର ହେଲେଣି ୧୦ ହଜାରରୁ ଊର୍ଦ୍ଧ୍ବ ଭାରତୀୟ: Indian Embassy - ୟୁକ୍ରେନରୁ ସ୍ଥାନାନ୍ତରଣ ନେଇ ଦୂତାବାସର ସୂଚନା

ଗତ ସପ୍ତାହରେ ୟୁକ୍ରେନରୁ ଉଦ୍ଧାର ହେଲେଣି ୧୦ ହଜାରରୁ ଉର୍ଦ୍ଧ୍ବ । ସୁମି ସହର ସମ୍ପୂର୍ଣ୍ଣ ଭରତୀୟ ମୁକ୍ତ ହୋଇସାରିଥିବା ବେଳେ ଖାର୍କିଭ ଓ ଅନ୍ୟ ସହରରୁ ମଧ୍ୟ ସମସ୍ତ ଭାରତୀୟଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବା ନେଇ ସୂଚନା ଦେବା ସହ ସମସ୍ତ ସୁରକ୍ଷା ପ୍ରୋଟୋକଲ ପାଳନ କରିବାକୁ ଛାତ୍ରଙ୍କୁ ଆହ୍ବାନ ଦେଲା ଭାରତୀୟ ଦୂତାବାସ । ଅଧିକ ପଢନ୍ତୁ

ସପ୍ତାହେ ମଧ୍ୟରେ ୟୁକ୍ରେନରୁ ଉଦ୍ଧାର ହେଲେଣି ୧୦ ହଜାରରୁ ଉର୍ଦ୍ଧ୍ବ ଭାରତୀୟ: Indian embassy

author img

By

Published : Mar 5, 2022, 9:25 PM IST

ନୂଆଦିଲ୍ଲୀ: ଗତ ସପ୍ତାହକ ମଧ୍ୟରେ ୟୁକ୍ରେନରୁ ଉଦ୍ଧାର ହେଲେଣି ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଭାରତୀୟ ନାଗରିକ । ଯୁଦ୍ଧରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଦୁଇ ପ୍ରମୁଖ ୟୁକ୍ରେନୀୟ ସହର ଖାର୍କିଭ ଏବଂ ସୁମିରୁ ପ୍ରାୟତଃ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ସୁମିରେ ଆଉ କେହି ଭାରତୀୟ ନଥିବା ଦୂତାବାସ ସ୍ପଷ୍ଟ କରିଛି । ଅପରେସନ ଗଙ୍ଗାର ଅଗ୍ରଗତି ଓ ଆଗାମୀ କାର୍ଯ୍ୟକାରୀତା ନେଇ ବିସ୍ତୃତ ଭାବେ ଏକ ପ୍ରେସ ବିବୃତ୍ତୁିରେ ସୂଚନା ଦେଇଛନ୍ତି କିଭରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ।

  • Over 10,000 evacuated from #Ukraine barring Kharkiv and Sumy. We will leave no stone unturned in evacuating from Sumy. For Indians in transit to Western borders, wait for some more hours, goI will take you home soon: Message of Indian Envoy to Ukraine for stranded Indians. pic.twitter.com/jQEeFoVvJn

    — ANI (@ANI) March 5, 2022 " class="align-text-top noRightClick twitterSection" data=" ">

ବିବୃତ୍ତିରେ କୁହାଯାଇଛି, ୟୁକ୍ରେନ ସୀମା ଛାଡିଥିବା ଭାରତୀୟଙ୍କ ମଧ୍ୟରୁ ଅଧିକାଶଂ ଭାରତ ଅଭିମୁଖେ ଫେରି ସାରିଥିବାବେଳେ ଅବଶିଷ୍ଟ କିଛି ଛାତ୍ର ପୂର୍ବ ୟୁରୋପୀୟ ରାଷ୍ଟ୍ରରେ ପହଞ୍ଚି ସାରିଛନ୍ତି । ଆଉ ମାତ୍ର କିଛି ଘଣ୍ଟାର ବ୍ୟବଧାନ ମଧ୍ୟରେ ସେମାନଙ୍କୁ ମଧ୍ୟ ସ୍ବଦେଶ ଫେରାଇବାକୁ ପ୍ରକ୍ରିୟା ଆରମ୍ଭ ହେବା ନେଇ ମଧ୍ୟ ଦୂତାବାସ ପକ୍ଷରୁ ଆଶ୍ବାସନା ଦିଆଯାଇଛି ।

ସେହିପରି ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲଗୁଡିକ ଅନୁସରଣ କରିବା ଏବଂ ଦୂତାବାସ ସହ ନିରନ୍ତର ଯୋଗାଯୋଗରେ ରହିବା ପାଇଁ ଛାତ୍ରମାନଙ୍କୁ ଅନୁରୋଧ କରାଯାଇଛି । ଆଜି ୧୫ ବିମାନରେ ୩ ହଜାର ଭାରତୀୟ ସ୍ବଦେଶରେ ପହଞ୍ଚି ସାରିଥିବା ବେଳେ ଆସନ୍ତାକାଲି (ରବିବାର) ୧୧ଟି ବିମାନରେ ଆଉ ୨୨ ଶହ ଭରତୀୟ ସ୍ବଦେଶ ଅଭିମୁଖେ ଉଡାଣ ଭରିବା ନେଇ ମଧ୍ୟ ସୂଚନା ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.