ETV Bharat / bharat

Mann Ki Baat: ପକାଇଛି ଗଭୀର ପ୍ରଭାବ, ଅତିକମରେ ଥରେ ଶୁଣିଛନ୍ତି ୧୦୦ କୋଟି - ୧୦୦ତମ ସଂସ୍କରଣ

ଆସନ୍ତା ଏପ୍ରିଲ ୩୦ ତାରିଖରେ ମନ କି ବାତ୍‌ ୧୦୦ତମ ସଂସ୍କରଣ ପୂରଣ କରିବାକୁ ଯାଉଛି । ଏହି ଅବସରରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଦେଶବାସୀଙ୍କ ଉପରେ ଗଭୀର ପ୍ରଭାବ ପକାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 24, 2023, 9:13 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ କାର୍ଯ୍ୟକ୍ରମ 'ମନ କି ବାତ' ଦେଶରେ ବେଶ ଲୋକପ୍ରିୟତା ହାସଲ କରିଛି । ଏହି କାର୍ଯ୍ୟକ୍ରମ ପ୍ରତି ମାସର ଶେଷ ରବିବାର ପ୍ରସାରିତ ହେଉଥିବା ବେଳେ ଅତିକମରେ ଥରେ ଶୁଣିଛନ୍ତି ୧୦୦ କୋଟି ଜନତା । ଏହାସହ ପ୍ରତି କାର୍ଯ୍ୟକ୍ରମକୁ ୧୩ କୋଟି ଲୋକ ଶୁଣିଥାନ୍ତି । ଏନେଇ ଏକ ସର୍ଭେରୁ ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମ ଦେଶର ନାଗରିକଙ୍କ ଉପରେ ଗଭୀର ପ୍ରଭାବ ପକାଇଥିବା ସର୍ଭେରୁ ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ପ୍ରଗତି, ବିକାଶ ଓ ସାମାଜିକ ମୁଦ୍ଦାକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଦିଙ୍କ ଯୋଗାଯୋଗ ଶୈଳୀକୁ ଦେଶବାସୀ ପସନ୍ଦ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାୟ ୯୬ ପ୍ରତିଶତ ଜନତା ଅବଗତ ଥିବା ସର୍ଭେରୁ ଜଣାପଡ଼ିଛି । ଆସନ୍ତା ଏପ୍ରିଲ ୩୦ ତାରିଖରେ ମନ କି ବାତ୍‌ ୧୦୦ତମ ସଂସ୍କରଣ ପୂରଣ କରିବାକୁ ଯାଉଛି । ଗତ ୨୦୧୪ ମସିହା ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଅବସରରେ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ୧୦୦ତମ ସଂସ୍କରଣ ପୂରଣ କରିବାକୁ ଯାଉଥିବାରୁ IIM ରୋହତାକ ପକ୍ଷରୁ ଲୋକଙ୍କ ଉପରେ ଏହି କାର୍ଯ୍ୟକ୍ରମର ପ୍ରଭାବକୁ ନେଇ ଏକ ସର୍ଭେ କରାଯାଇଥିଲା । ଏ ସମ୍ପର୍କରେ ସୋମବାର ପ୍ରସାର ଭାରତୀ ସିଇଓ ଗୌରବ ଦ୍ବିବେଦୀ ସୂଚନା ଦେଇଛନ୍ତି ।

ସର୍ଭେର ରିପୋର୍ଟ ଅନୁସାରେ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ଉଦବୋଧନରେ ଅନେକ ପ୍ରଭାବିତ ହୋଇଛନ୍ତି । ଆତ୍ମନିର୍ଭର ଭାରତ ଗଠନରେ ପ୍ରାୟ ୬୦% ମନୋନିବେଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତି ୫୯% ପ୍ରତିଶତ ଲୋକଙ୍କ ବିଶ୍ବାସ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ କାର୍ଯ୍ୟପନ୍ଥାରେ ଦେଶର ବିକାଶ ହେଉଛି ବୋଲି ୭୩% ପ୍ରତିଶତ ବିଶ୍ବାସ କରିଛନ୍ତି । ଆବାଳବୃଦ୍ଧବନିତାଙ୍କ ମଧ୍ୟରେ ପ୍ରାୟ ୯୬ ପ୍ରତିଶତ ଲୋକ ମନ କି ବାତ୍‌ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ରହିଛନ୍ତି । ଅତିକମରେ ଏହି କାର୍ଯ୍ୟକ୍ରମକୁ ଥରେ ଲେଖାଏଁ ଶୁଣିଛନ୍ତି ୧୦୦ କୋଟି ଜନତା ।

ଏହା ବି ପଢନ୍ତୁ- Operation Kaveri: ପୋର୍ଟ ସୁଦାନରେ ପହଞ୍ଚିଲେ 500 ଭାରତୀୟ, ପ୍ରସ୍ତୁତ ରହିଛି ବିମାନ ଓ ଜାହଜ

ସେହିପରି ୪୧ ପ୍ରତିଶତ ଲୋକ ନିୟମିତ ଶ୍ରୋତାରେ ପରିଣତ ହୋଇଛନ୍ତି । ଅଧିକାଂଶ ଲୋକ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ମନ କି ବାତ୍‌ କାର୍ଯ୍ୟକ୍ରମର ଶ୍ରୋତା ପାଲଟିଛନ୍ତି । ଶ୍ରୋତାମାନେ କାର୍ଯ୍ୟକ୍ରମର ବିଷୟବସ୍ତୁ ଓ ଯୋଗାଯୋଗର ଶୈଳୀକୁ ବେଶ ପସନ୍ଦ କରିଥାନ୍ତି । ଏହାଦ୍ବାରା ସେମାନେ ନିର୍ବାଚିତ କରିଥିବା ନେତା ଜ୍ଞାନୀ ବୋଲି ଦେଶବାସୀ ହୃଦବୋଧ କରନ୍ତି । ଏହି କାର୍ଯ୍ୟକ୍ରମ ଦେଶବାସୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ଆବେଗ ବନ୍ଧନ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମ ଦ୍ବାରା ପ୍ରଧାନମନ୍ତ୍ରୀ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ପ୍ରେରିତ କରିଥାନ୍ତି ।

ସର୍ଭେ ରିପୋର୍ଟ ଅନୁାସାରେ ୪୪.୭ ପ୍ରତିଶତ ଲୋକ ଟିଭି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହ ଯୋଡି ହେଉଥିବା ବେଳେ ୧୭.୬ ପ୍ରତିଶତ ରେଡିଓ ଓ ୩୭.୬ ପ୍ରତିଶତ ମୋବାଇଲ ମାଧ୍ୟମରେ ଶୁଣିଥାନ୍ତି । ୧୯ରୁ ୩୪ ବୟସ ବ୍ୟକ୍ତି ମୋବାଇଲରେ କାର୍ଯ୍ୟକ୍ରମ ଶୁଣିବାକୁ ପସନ୍ଦ କରନ୍ତି । ସେହିପରି ୬୦ ବୟସ ବ୍ୟକ୍ତି ଟିଭିରେ କାର୍ଯ୍ୟକ୍ରମ ଶୁଣିଥାନ୍ତି । ଅନ୍ୟପଟେ ୬୫ ପ୍ରତିଶତ ଜନତା ହିନ୍ଦୀ ଭାଷାରେ କାର୍ଯ୍ୟକ୍ରମ ଶୁଣୁଥିବା ବେଳେ ୧୮ ପ୍ରତିଶତ ଇଂରାଜୀ, ୪ପ୍ରତିଶତ ଉର୍ଦ୍ଦୁ, ୨ ପ୍ରତିଶତ ଲେଖାଏଁ ଡୋଗରି, ତାମିଲ ଏବଂ ୯ ପ୍ରତିଶତ ଅନ୍ୟ ଭାଷାରେ ଶୁଣିଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.