ନୂଆଦିଲ୍ଲୀ: ସୋମବାର ଠୁ ଦେଶରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍(Booster Shot) ଟୀକାକରଣ । ୬୦ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ, ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ଏହି ପ୍ରିକସନ ଡୋଜ୍ ବା ବୁଷ୍ଟର ଡୋଜ୍ ଦିଆଯାଉଛି । ତେବେ ଏହି ଟୀକାକରଣ ଆରମ୍ଭ ହେବାର ଗୋଟିଏ ଦିନରେ ଅର୍ଥାତ୍ ସୋମବାର ରାତି ୮ଟା ସୁଦ୍ଧା ପ୍ରାୟ ୯ ଲକ୍ଷରୁ ଅଧିକ ହିତାଧିକାରୀ ବୁଷ୍ଟର୍ ସଟ୍ ନେଇଛନ୍ତି(booster doses on first day) । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
-
#LargestVaccineDrive
— Ministry of Health (@MoHFW_INDIA) January 10, 2022 " class="align-text-top noRightClick twitterSection" data="
➡️More than 9 lakh Precaution Doses administered.
➡️India’s cumulative vaccination coverage crosses 152.78 crore.https://t.co/fOIzIfePrQ pic.twitter.com/Cq1T5VTmHU
">#LargestVaccineDrive
— Ministry of Health (@MoHFW_INDIA) January 10, 2022
➡️More than 9 lakh Precaution Doses administered.
➡️India’s cumulative vaccination coverage crosses 152.78 crore.https://t.co/fOIzIfePrQ pic.twitter.com/Cq1T5VTmHU#LargestVaccineDrive
— Ministry of Health (@MoHFW_INDIA) January 10, 2022
➡️More than 9 lakh Precaution Doses administered.
➡️India’s cumulative vaccination coverage crosses 152.78 crore.https://t.co/fOIzIfePrQ pic.twitter.com/Cq1T5VTmHU
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏବେସୁଦ୍ଧା ଦେଶରେ ମୋଟ ଟୀକାକରଣ 152.78 କୋଟିରେ ପହଞ୍ଚିଛି । ସେଥିମଧ୍ୟରୁ ୯,୩୬,୨୬୪ ହିତାଧିକାରୀ ପ୍ରିକସନ ଡୋଜ୍(Booster Shot) ଗ୍ରହଣ କରିଛନ୍ତି । ମୋଟ ଟୀକାକରଣ କଥା କହିଲେ, ଏଯାବତ୍ ମୋଟ ୮୮,୯୭,୮୨,୫୫୫ ଜଣ ପ୍ରଥମ ଡୋଜ୍ ନେଇଛନ୍ତି ଏବଂ ୬୩,୭୧,୧୭,୧୩୨ ଦ୍ବିତୀୟ ଡୋଜ୍ ଗ୍ରହଣ କରିଛନ୍ତି । ୪୫-୫୯ ବର୍ଷ ବୟସ୍କଙ୍କ ମଧ୍ୟରେ ୧୯,୬୩,୬୩,୫୨୯ ପ୍ରଥମ ଡୋଜ୍ ଓ ୧୫୬୯୫୭୬୪୧ ଦ୍ବିତୀୟ ଡୋଜ୍ ନେଇଛନ୍ତି । ସେହିପରି ଏବେସୁଦ୍ଧା ୨,୫୯୮,୭,୭୪୧ କିଶୋର କିଶୋରୀଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି ।
ସାରା ଦେଶରେ ବୁଷ୍ଟର ସଟ୍(Booster Shot) ଟୀକାକରଣ ପାଇଁ ୫.୭୫ କୋଟି ଯୋଗ୍ୟ ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨.୭୫ କୋଟି ୬୦ ବର୍ଷରୁ ଊର୍ଦ୍ଧ୍ବ, ୧ କୋଟି ସ୍ବାସ୍ଥ୍ୟକର୍ମୀ ଓ ଦୁଇ କୋଟି ସମ୍ମୁଖ ଯୋଦ୍ଧା ରହିଛନ୍ତି । ଓମିକ୍ରନ ସଂକ୍ରମଣ ତଥା ତୃତୀୟ ଲହରକୁ ଦୃଷ୍ଟିରେ ରଖି ନିକଟରେ ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ଡୋଜ୍ ଟୀକାକରଣ ପାଇଁ ଘୋଷଣା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ