ETV Bharat / bharat

18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଟୀକାକରଣ, ପ୍ରଥମ ଦିନରେ 1.70 କୋଟି ପଞ୍ଜିକରଣ

author img

By

Published : Apr 29, 2021, 3:46 PM IST

28 ଏପ୍ରିଲରୁ 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି ତେବେ ଗୋଟିଏ ଦିନରେ ପ୍ରାୟ 1.70 କୋଟିରୁ ଅଧିକ ଲୋକ ଟୀକାକରଣ ପାଇଁ ପଞ୍ଜୀକୃତ ହୋଇଛନ୍ତି । ଅଧିକ ପଢନ୍ତୁ...

18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଟୀକାକରଣ
18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଟୀକାକରଣ

ନୂଆଦିଲ୍ଲୀ: 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଦିଆଯିବ ଟିକା । ଏନେଇ ଆରମ୍ଭ ହୋଇଯାଇଛି ରେଜିଷ୍ଟ୍ରେସନ ପ୍ରକ୍ରିୟା । କୋ-ୱିନ ପୋର୍ଟାଲ ଯାଇ 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକମାନେ ନିଜ ନାମ ପଞ୍ଜୀକୃତ କରିପାରିବେ । ତେବେ 28 ଏପ୍ରିଲରୁ 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି ତେବେ ଗୋଟିଏ ଦିନରେ ପ୍ରାୟ 1.70 କୋଟିରୁ ଅଧିକ ଲୋକ ଟୀକାକରଣ ପାଇଁ ପଞ୍ଜୀକୃତ ହୋଇଛନ୍ତି । ପୋର୍ଟାଲ୍ ପ୍ରତି ସେକେଣ୍ଡରେ 50 ହଜାରରୁ ଅଧିକ ଆପ୍ଲିକେସନ୍ ପ୍ରୋଗ୍ରାମ ଇଣ୍ଟରଫେସ୍ API କଲ୍ ପରିଚାଳନା କରିଥିଲା । 18 ବର୍ଷରୁ ଅଧିକ ଲୋକଙ୍କ ପାଇଁ ଟୀକାକରଣ ଶନିବାର ଠାରୁ ଆରମ୍ଭ ହେବ । ତେବେ ଏନେଇ ସରକାର କହିଛନ୍ତି, କୋ-ୱିନ୍ ଡିଜିଟାଲ୍ ପ୍ଲାଟଫର୍ମ କୌଣସି ବୈଷୟିକ ତ୍ରୁଟି ବିନା କାର୍ଯ୍ୟ ଜାରି ରଖିଛି ।

18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଟୀକାକରଣ
18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଟୀକାକରଣ

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ପ୍ରଥମ 3 ଘଣ୍ଟା ମଧ୍ୟରେ ଅର୍ଥାତ ଅପରାହ୍ନ 4 ଟାରୁ ସନ୍ଧ୍ୟା 7 ଟା ସୁଦ୍ଧା 80 ଲକ୍ଷରୁ ଅଧିକ ଲୋକ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିଛନ୍ତି। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ କୋ-ୱିନ୍ ପ୍ଲାଟଫର୍ମର ସର୍ଭର୍ କୌଣସି ପ୍ରକାରେ ମଧ୍ୟ ଡାଉନ୍ ହୋଇନାହିଁ । ଏଥିରେ କୁହାଯାଇଛି ଯେ ପ୍ରଥମ 3 ଘଣ୍ଟା ମଧ୍ୟରେ 383 ନିୟୁତ API ଆସୁଥିଲା ଏବଂ ପ୍ରାୟ 1.45 କୋଟି SMS ସଫଳତାର ସହ ପଠାଯାଇଥିଲା ।

କୋ-ୱିନ ସଫ୍ଟୱେର୍ ନିର୍ଭରଶୀଳ । କୋଭିଡ-19 ଟୀକାକରଣ ପାଇଁ ଯେକୌଣସି ସ୍ଥାନରେ ମଧ୍ୟ ପଞ୍ଜୀକରଣ କରିପାରିବେ । ଏହା ଏକ ଅନନ୍ୟ ଡିଜିଟାଲ୍ ପ୍ଲାଟଫର୍ମ, ଯାହାକୁ ଗତି, ଅନ୍ତର୍ଭୂକ୍ତତାକୁ ଧ୍ୟାନରେ ରଖାଯାଇ ପ୍ରସ୍ତୁତ କରାଯାଇଛି । ଏହା ବ୍ୟତିତ ଦେଶରେ ଏପର୍ଯ୍ୟନ୍ତ 15 କୋଟିରୁ ଅଧିକ ଟିକା ଡୋଜ ଦିଆଯାଉଛି। ବୁଧବାର ଦିନ 21 ଲକ୍ଷରୁ ଅଧିକ ଟିକା ଦିଆଯାଉଥିଲା। ଗତ 24 ଘଣ୍ଟା ମଧ୍ୟରେ 2 ଲକ୍ଷ 69 ହଜାରରୁ ଅଧିକ ଲୋକଙ୍କୁ ଡିସଚାର୍ଜ କରାଯାଇଥିଲା।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 79 ହଜାରରୁ ଅଧିକ ନୂତନ କୋଭିଡ-19 ମାମଲା ସାମ୍ନାକୁ ଆସିଛି । ଏହା ସହିତ ମୋଟ ମାମଲା 1 କୋଟି 83 ଲକ୍ଷରୁ ଅଧିକ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ 1.5 କୋଟିରୁ ଅଧିକ ଲୋକ ସଂକ୍ରମଣରୁ ମୁକ୍ତି ପାଇଛନ୍ତି। ପୁନରୁଦ୍ଧାର ହାର 82.10 ପ୍ରତିଶତ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.