ETV Bharat / bharat

ଦେଶରେ ଟୀକାକରଣର ରେକର୍ଡ, ଗୋଟିଏ ଦିନରେ ଦିଆଗଲା 1 କୋଟି ଡୋଜ - ଟୀକାକରଣ

ଟୀକାକରଣ କ୍ଷେତ୍ରରେ ସୃଷ୍ଟି ହୋଇଛି ନୂଆ ରେକର୍ଡ । ଶୁକ୍ରବାର ଗୋଟିଏ ଦିନରେ ଏକ କୋଟି ଟୀକାକରଣ ସହ ଦେଶ ରଚିଛି ଇତିହାସ । ଅଧିକ ପଢନ୍ତୁ...

ଦେଶରେ ଟୀକାକରଣର ରେକର୍ଡ, ଗୋଟିଏ ଦିନରେ ଦିଆଗଲା 1 କୋଟି ଡୋଜ

author img

By

Published : Aug 27, 2021, 10:49 PM IST

ନୂଆଦିଲ୍ଲୀ: ମହାମାରୀ ବିରୁଦ୍ଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢୁଛି ଭାରତ । ଟୀକାକରଣ କ୍ଷେତ୍ରରେ ସୃଷ୍ଟି ହୋଇଛି ନୂଆ ରେକର୍ଡ । ଶୁକ୍ରବାର ଗୋଟିଏ ଦିନରେ ଏକ କୋଟି ଟୀକାକରଣ ସହ ଦେଶ ରଚିଛି ଇତିହାସ ।

ମହାମାରୀକୁ ମାତ ଦେବାକୁ ମହାସଂଗ୍ରାମ ଜାରି ରହିଛି । ସରକାର ଗୋଟିଏ ପକ୍ଷେ ଟିକା ନିର୍ମାତାଙ୍କୁ ଅନୁମୋଦନ କରି କୋରୋନା ବିରୋଧରେ ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ଭାବେ ବିବେଚନା କରାଯାଉଥିବା ଟୀକା ଉପଲବ୍ଧତାକୁ ସୁନିଶ୍ଚିତ କରିଥିବାବେଳେ ଅନ୍ୟପକ୍ଷେ ଟୀକାକରଣକୁ କରାଯାଉଛି ତ୍ବରାନ୍ବିତ। ଶୁକ୍ରବାର ଏକ କୋଟିରୁ ଅଧିକ ଟିକା ଡୋଜ ଦିଆଯାଇଥିବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ମିଳିଛି ।

ଟୀକାକରଣରେ ରେକର୍ଡ ସୃଷ୍ଟି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଗୋଟିଏ ଦିନରେ ଏକ କୋଟିରୁ ଅଧିକ ଟୀକାକରଣ ହୋଇଥିବାରୁ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ବୁଧବାର ଦେଶରେ ଟୀକାକରଣ ୬୦ କୋଟି ଅତିକ୍ରମ କରିଥିଲା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ବିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ ସବକା ବିକାଶ ଅଭିଯାନରେ ଭାରତ ୬୦କୋଟି ଟୀକାକରଣ ଅତିକ୍ରମ କରିଥିବା ସୂଚନା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.