ETV Bharat / bharat

ରାମ ରହିମ୍‌ଙ୍କୁ ଜେଡ୍ ପ୍ଲସ ସୁରକ୍ଷା - ରାମ ରହିମ୍‌ଙ୍କୁ ଜେଡ୍ ପ୍ଲସ ସୁରକ୍ଷା

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲଦଣ୍ଡ ଭୋଗୁଥିବା ଗୁରମିତ୍ ରାମ ରହିମ ସିଂହଙ୍କୁ ଜେଡ୍ ପ୍ଲସ୍‌( Z-plus) ସୁରକ୍ଷା । ଅଧିକ ପଢନ୍ତୁ

ରାମ ରହିମ୍‌ଙ୍କୁ ମିଳିଲା ଜେଡ୍ ପ୍ଲସ ସୁରକ୍ଷା
ରାମ ରହିମ୍‌ଙ୍କୁ ମିଳିଲା ଜେଡ୍ ପ୍ଲସ ସୁରକ୍ଷା
author img

By

Published : Feb 23, 2022, 6:59 AM IST

ଚଣ୍ଡିଗଡ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ ସିଂହ(Dera Sacha Sauda chief Gurmeet Ram Rahim Singh)ଙ୍କୁ ମିଳିଛି ଜେଡ୍ ପ୍ଲସ୍‌( Z-plus) ସୁରକ୍ଷା । ଖଲିସ୍ତାନ ସମର୍ଥକଙ୍କ ପକ୍ଷରୁ ତାଙ୍କ ଜୀବନ ପ୍ରତି ବଡ ବିପଦ ଥିବା ନେଇ ହରିୟାଣା ସରକାର ରାମ ରହିମଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା କଭର ଯୋଗାଇଛନ୍ତି । ମଙ୍ଗଳବାର ଅଧିକାରୀ ସୂତ୍ରରୁ ଏନେଇ ସୂଚନା ଦିଆଯାଇଛି ।

ନିଜ ଆଶ୍ରମରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିବା ମାମଲାରେ ୨୦ ବର୍ଷ ଜେଲ୍ ଦଣ୍ଡ ଏବଂ ଜଣେ ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ଗୁରୁମିତ ରାମ ରହିମ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଜେଲ୍‌ ଦଣ୍ଡ ଭୋଗିଥିବା ଗୁରୁମିତ୍ ୨୧ ଦିନ ପାଇଁ ପାରୋଲରେ ସୁନାରିଆ ଜେଲରୁ ବାହାରିଛନ୍ତି ଏବଂ କଡା ସୁରକ୍ଷା ମଧ୍ୟରେ ଏବେ ଗୁରୁଗ୍ରାମ ଆଶ୍ରମରେ ଅଛନ୍ତି । ଖଲିସ୍ତାନ ସମର୍ଥକଙ୍କ ଦ୍ବାରା ତାଙ୍କ ଜୀବନ ପ୍ରତି ବିପଦ ଥିବା ଜଣାପଡିବା ପରେ ହରିୟାଣା ସରକାର ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.