ETV Bharat / bharat

Shocking: 4 ବର୍ଷର ଶିଶୁକୁ ଝୁଣି ଖାଇଲେ କୁକୁର ପଲ - 4 ବର୍ଷର ଶିଶୁକୁ ଝୁଣି ଖାଇଲେ କୁକୁର ପଲ

କୁକୁର ପଲଙ୍କ ଆକ୍ରମଣରେ ଚାରି ବର୍ଷ ଶିଶୁପୁତ୍ରର ମୃତ୍ୟୁ । ହାଇଦ୍ରାବାଦରେ ଘଟିଛି ଏପରି ଛାତିଥରା ଘଟଣା । ଅଧିକ ପଢନ୍ତୁ

four years old boy was killed in stray dogs attack

author img

By

Published : Feb 21, 2023, 2:31 PM IST

ହାଇଦ୍ରାବାଦ: ହାଇଦ୍ରାବାଦରେ ଛାତିଥରା ଘଟଣା । ଚାରି ବର୍ଷର ଶିଶୁକୁ ଝୁଣି ଖାଇଲେ କୁକୁର ପଲ । କୁକୁରଙ୍କ ଆକ୍ରମଣରେ ଶେଷରେ ନିଷ୍ପାପ ଶିଶୁଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଶିଶୁ ଜଣଙ୍କ ହେଉଛନ୍ତି 4 ବର୍ଷୀୟ ପ୍ରଦୀପ । ଗତ ରବିବାର ଦିନ ହାଇଦ୍ରାବାଦରେ ଏପରି ଅଭାବନୀୟ ଘଟିଥିବା ଜଣାପଡିଛି । ଆକ୍ରମଣ ସମୟର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି ।

ପୋଲିସର ସୂଚନା ମୁତାବକ, ମୃତ ଶିଶୁଟି ନିଜାମାବାଦ ଜିଲ୍ଲାର ଇନ୍ଦଲୱାଇ ମଣ୍ଡଳ ଅଞ୍ଚଳର ହୋଇଥିବାବେଳେ ତା'ର ବାପା ଗଙ୍ଗାଧର ଚାରି ବର୍ଷ ପୂର୍ବେ ଚାକିରି ପାଇଁ ହାଇଦ୍ରାବାଦ ଆସିଥିଲେ । ସେ ଚୌରାଷ୍ଟା ଠାରେ କାର ସର୍ଭିସ ସେଣ୍ଟରରେ ସିକ୍ୟୁରିଟି ଭାବରେ କାର୍ଯ୍ୟ କରୁଥିଲେ । ସେ ତାଙ୍କ ପତ୍ନୀ ଜାନପ୍ରିୟା, ଛଅ ବର୍ଷର ଝିଅ ଏବଂ ପୁଅ ପ୍ରଦୀପଙ୍କ ସହ ବାଗ ଅମ୍ବରପେଟର ଏରୁକୁଲା ବସ୍ତିରେ ରହୁଥିଲେ ।

ରବିବାର ଛୁଟିଦିନ ଥିବାରୁ ସେ ଝିଅ ଓ ପୁଅକୁ ସାଙ୍ଗରେ ନିଜ କର୍ମସ୍ଥଳକୁ ନେଇ ଯାଇଥିଲେ । ଗଙ୍ଗାଧର ଝିଅକୁ ପାର୍କିଂ ସ୍ଥଳରେ ଥିବା କ୍ୟାବିନରେ ରହିବାକୁ କହିଥିବା ବେଳେ ପୁଅକୁ ସର୍ଭିସ ସେଣ୍ଟର ଭିତରକୁ ନେଇଥିଲେ । ସେଠାରେ ପ୍ରଦୀପ ଖେଳୁଥିବା ସମୟରେ ଗଙ୍ଗାଧର ଅନ୍ୟ ଏକ ସ୍ଥାନକୁ ଚାଲିଯାଇଥିଲେ । ତେବେ କିଛି ସମୟ ଖେଳିବା ପରେ ଶିଶୁଟି ଭଉଣୀକୁ ଖୋଜିବାକୁ କ୍ୟାବିନ ପଟକୁ ଯାଇଥିଲା । ଏହି ସମୟରେ ଏକ କୁକୁର ଗୋଷ୍ଠୀ ତାଙ୍କୁ ଗୋଡାଇଥିଲା । ଶିଶୁଟି ଜୀବନ ରକ୍ଷା ପାଇଁ ଏଣେ ତେଣେ ଦୌଡିଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ କୁକୁର ତାଙ୍କୁ ଆକ୍ରମଣ କରିଥିଲେ ।

ଫଳରେ ଶିଶୁଟି ଗୁରୁତର ଆହତ ହୋଇଥିଲା । ପ୍ରଦୀପର ଚିତ୍କାର ଶୁଣିବା ପରେ ତାଙ୍କ ଭଉଣୀ ଘଟଣାସ୍ଥଳକୁ ଯାଇଥିଲେ । ଏହାପରେ ଭାଇକୁ କୁକୁର କାମୁଡୁଥିବା ଦେଖି ସଙ୍ଗେ ସଙ୍ଗେ ବାପାଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଗଙ୍ଗାଧର ପହଞ୍ଚି ଶିଶୁଟିକୁ କୁକୁର ପଲଙ୍କ କବଳରୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଶିଶୁଟିର ମୃତ୍ୟୁ ହୋଇଥିବା ଡାକ୍ତର ଜଣାଇଥିଲେ ।

ନିକଟରେ କୁକୁର ଭୟରେ ଜଣେ ଡେଲିଭରି ବୟ ତୃତୀୟ ମହଲାରୁ ଡେଇଁ ପଡିଥିବା ଖବର ସାମ୍ନାକୁ ଆସିଥିଲା । ହାଇଦ୍ରାବାଦର ବଞ୍ଜାରା ହିଲ ନିକଟରେ ଏପରି ଘଟଣା ଘଟିଥିଲା । ଯୁବକ ଜଣଙ୍କ ମହମ୍ମଦ ରିଜଓ୍ବାନ ବୋଲି ଜଣାପଡିଥିଲା । ଖାଦ୍ୟ ଦେବା ପାଇଁ ବଞ୍ଜାରା ହିଲରେ ଥିବା ଲୁମ୍ବିନି ରକ ଆପାଟମେଣ୍ଟକୁ ଯାଇଥିଲେ ଯୁବକ ଜଣଙ୍କ । ଏହି ସମୟରେ ଆପାଟମେଣ୍ଟର ତୃତୀୟ ମହଲାରେ ଥିବା ଏକ କୁକୁର ତାଙ୍କୁ ଦେଖି ଭୁକିବା ଆରମ୍ଭ କରିଥିଲା । ଫଳରେ ଭୟଭୀତ ହୋଇ ଡେଲିଭରି ବୟ ଜଣଙ୍କ ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.