ନୂଆଦିଲ୍ଲୀ: ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଭାରତ-ଋଷ ମଧ୍ୟରେ ଭାଗିଦାରୀ ସ୍ଥିର ରହିଛି । ମହାମାରୀ, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଏକବିଂଶ ଶତାଦ୍ଦୀ ଉପରେ ବିପଦ ସୃଷ୍ଟି କରିପାରେ ବୋଲି ଏକବିଂଶ ଶତାଦ୍ଦୀ ଗ୍ଲୋବାଲ ଚ୍ୟାଲେଞ୍ଜ ସେମିନାରରେ (Global Challenges of 21st Century ) ଯୋଗ ଦେଇ କହିଛନ୍ତି ଭାରତୀୟ ଜନତା ପାର୍ଟିର (BJP National President) ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ।
ସେ ଆହୁରି କହିଛନ୍ତି କୋରୋନା ସମୟରେ ଔଷଧ ଏବଂ ଅନ୍ୟାନ୍ୟ ଉପକରଣ ନେଇ ଅନ୍ୟ ଦେଶକୁ ଆମ ସହଯୋଗ ରହିଆସିଛି । ଭାରତ ଓ ଋଷ ମଧ୍ୟରେ ଆମର ଦୀର୍ଘ ଦିନର ବନ୍ଧୁତ୍ବ ରହିଛି । ମାତ୍ର ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହି ସମ୍ପର୍କ ସ୍ଥିର ରହିଛି ବୋଲି କହିଛନ୍ତି ନଡ୍ଡା । ମହାମାରୀ, ଜଳବାୟୁ ପରିବର୍ତ୍ତନ ଓ ଆତଙ୍କବାଦ ପ୍ରତି ଆମର ପ୍ରଥମ ପ୍ରାଥମିକତା ରହିବ ବୋଲି କହିଛନ୍ତି ।
କୋରୋନା ମହାମାରୀକୁ କେନ୍ଦ୍ର ଅଧିକ ଗୁରୁତ୍ବ ଦେଇଛି । ବିଶ୍ବକୁ ଏକ ବିବିଧ ଶୃଙ୍ଖଳାର ଆବଶ୍ୟକତା ଅଛି । ଭାରତରେ ଏହା ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଏବଂ ଆମର ଦ୍ବିଗୁଣିତ କରିଛି। ଆମ ଅର୍ଥନୀତିର ଉତ୍ପାଦନ ଆଧାରକୁ ବିସ୍ତାର କରିବାକୁ ଆମର ଯୋଜନା ଜାରି ଥିବା କହିଛନ୍ତି ନଡ୍ଡା ।
ମହାମାରୀକୁ ରୋକିବା ପାଇଁ ସରକାରଙ୍କ ଉଦ୍ୟମ ଉପରେ ଗୁରୁତ୍ବାରୋପ କରି ନଡ୍ଡା କହିଛନ୍ତି ସଙ୍କଟର ମାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ ବିଜେପି କର୍ମୀଙ୍କୁ ଜନସାଧାରଣଙ୍କ ସେବା କରିବାକୁ କୁହାଯାଇଥିଲା, ସମଗ୍ର ଦଳ ଲୋକଙ୍କ ସେବା କରିଛି ବୋଲି କହିଛନ୍ତି ନଡ୍ଡା ।
@ANI