ETV Bharat / bharat

ଓଡିଆ IPSଙ୍କୁ NCB ନିର୍ଦ୍ଦେଶକ ଦାୟିତ୍ବ - NCB New Director

ଓଡିଆ IPS ସତ୍ୟ ନାରାୟଣ ପ୍ରଧାନଙ୍କୁ NCB ନିର୍ଦ୍ଦେଶକ ଦାୟିତ୍ବ । ଆଇପିଏସ ରାକେଶ ଆସ୍ଥାନାଙ୍କ ଠାରୁ ନେବେ ଦାୟିତ୍ବ । ଅଧିକ ପଢନ୍ତୁ...

ଓଡିଆ IPS ସତ୍ୟ ନାରାୟଣ ପ୍ରଧାନ NCB ନୂଆ ନିର୍ଦ୍ଦେଶକ

author img

By

Published : Jul 29, 2021, 7:00 PM IST

Updated : Jul 29, 2021, 7:23 PM IST

ନୂଆଦିଲ୍ଲୀ: ଓଡିଆ IPS ସତ୍ୟ ନାରାୟଣ ପ୍ରଧାନଙ୍କୁ ନୂଆ ଦାୟିତ୍ବ । ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (NCB)ର ନୂଆ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ନେବେ ସତ୍ୟନାରାୟଣ ପ୍ରଧାନ । ପୂର୍ବରୁ ସେ NDRF ର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଥିବା ବେଳେ ଏବେ କେନ୍ଦ୍ର ସରକାର ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅବସ୍ଥାପିତ କରିଛନ୍ତି । ସେ ରାକେଶ ଆସ୍ଥାନାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ।

  • Took over additional charge of Narcotics Control Bureau (NCB) from Shri Rakesh Asthana today. Hope to do my bit towards sustaining the national mission against narcotics & psychotropic substances.
    Jai Hind
    🙏🏻🇮🇳🙏🏻@HMOIndia @PIBHomeAffairs @ANI @DDNewsHindi @PTI_News @NDRFHQ pic.twitter.com/XJFuPYYvGa

    — ѕαtчα prαdhαnसत्य नारायण प्रधान ସତ୍ଯପ୍ରଧାନ-DG NDRF (@satyaprad1) July 29, 2021 " class="align-text-top noRightClick twitterSection" data=" ">

ସତ୍ୟ ନାରାୟଣ ପ୍ରଧାନ ୧୯୮୮ ବ୍ୟାଚର ଝାଡଖଣ୍ଡ କ୍ୟାଡର ଅଧିକାରୀ ଭାବେ ସର୍ବ ଭାରତୀୟ ପୋଲିସ ସେବାରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ବେଳେ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାରେ ଗୁରୁଦାୟିତ୍ବ ତୁଲାଇ ଚର୍ଚ୍ଚାକୁ ଆସିଥିଲେ । NDRF ମହାନିର୍ଦ୍ଦେଶ ଭାବେ ପ୍ରାକୃତିର ବିପର୍ଯ୍ୟୟ ପରିଚାଳନାରେ ତାଙ୍କର ଦକ୍ଷତା ପାଇଁ ମଧ୍ୟ ସେ ସାରା ଦେଶରେ ପ୍ରଂଶସିତ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ନିଶା ନିୟନ୍ତ୍ରଣ ବ୍ୟୁରୋର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦେଇଛନ୍ତି କେନ୍ଦ୍ର ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 29, 2021, 7:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.