ହିସାର: ନୃଶଂସତାର ସବୁ ସୀମା ଶେଷ। ହରିୟାଣାରେ ଜଣେ ଓଡିଆ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ। 6 ମାସ ଧରି ଦୁଷ୍କର୍ମର ଶିକାର ହୋଇଛନ୍ତି ଯୁବତୀ ଜଣକ । ବର୍ତ୍ତମାନ ଏହି ଘଟଣାରେ ସମ୍ପୃକ୍ତ 5 ଜଣଙ୍କ ନାଁରେ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି ପୋଲିସ।
ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ମହିଳା ଜଣକ କହିଛନ୍ତି ଯେ, ମାର୍ଚ୍ଚ 2020 ରେ ସେ ତାଙ୍କ ବନ୍ଧୁ ଜାମିନାଙ୍କ ସହ ଏଲେନାବାଦରୁ ହିସାରକୁ ଆସିଥିଲେ। ସେଠାରେ ପାଖାପାଖି 15 ଦିନ ରହିବା ସହ ଜାମିନାଙ୍କ ସାଙ୍ଗଙ୍କ ଘରକୁ ଯାଇଥିଲେ। ଯେଉଁମାନେ ଯୁବତୀ ଜଣକ ସହ ଦୁଷ୍କର୍ମ କରିଥିଲେ।
ଏ ବିଷୟରେ ଅଭିଯୋଗକାରୀଙ୍କ କହିବାନୁସାରେ, ସେ ଡରି ଯାଇଥିଲେ ତେଣୁ ସେ ସମୟରେ ଅଭିଯୋଗ କରିପାରିନଥିଲେ। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ରିଙ୍କୁ, ବିଜୟ, ଦେବ, ଜାମିନା ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।