ETV Bharat / bharat

Opposition Unity: ପାଓ୍ବାର ଓ ଉଦ୍ଧବଙ୍କୁ ଭେଟିଲେ ନୀତିଶ, ନବୀନ କହିଲେ ତୃତୀୟ ସାମ୍ମୁଖ୍ୟ ସାମ୍ଭାବନା ନାହିଁ - ନୀତିଶ କୁମାରଙ୍କ ମହାରାଷ୍ଟ୍ର ଗସ୍ତ

ଆଜି ମୁମ୍ବାଇରେ ଶରଦ ପାଓ୍ବାର ଓ ଉଦ୍ଧବ ଠାକରେଙ୍କୁ ଭେଟିଲେ ନୀତିଶ । ନିକଟରେ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିଥିଲେ । ହେଲେ ତୃତୀୟ ସାମ୍ମୁଖ୍ୟ ସମ୍ଭାବନାକୁ ଏଡାଇଲେ ବନୀନ । ଅଧିକ ପଢନ୍ତୁ

Opposition unity: ପାଓ୍ବର ଓ ଉଦ୍ଧବଙ୍କୁ ଭେଟିଲେ ନୀତିଶ

author img

By

Published : May 11, 2023, 9:26 PM IST

Updated : May 11, 2023, 10:00 PM IST

ମୁମ୍ବାଇ: 2024 ଲୋକସଭା ନିର୍ବାଚନ ଯେତିକି ପାଖଉଛି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧୀ ଏକତା ଅଭିଯାନ ମଧ୍ୟ ସେତିକି ତ୍ବରିତ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଜି (ଗୁରୁବାର) ନୀତିଶ କୁମାର ମହାରାଷ୍ଟ୍ର ଗସ୍ତ କରି ଏନସିପି ମୁଖ୍ୟ ଶରଦ ପାଓ୍ବାର ଓ ଶିବସେନା (ଉଦ୍ଧବ) ଗୋଷ୍ଠୀର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଛନ୍ତି । ପୂର୍ବଥର ପରି ଏଥର ମଧ୍ୟ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ନୀତିଶଙ୍କ ସହ ଅଛନ୍ତି ।

ଉଭୟ ନେତାଙ୍କୁ ଭେଟିବା ପରେ ନୀତିଶ ଗଣମାଧ୍ୟକୁ ସମ୍ବୋଧିତ କରିଛନ୍ତି । କହିଛନ୍ତି, ବିଜେପି ଯାହା କରୁଛି, ତାହା ଦେଶର ସ୍ବାର୍ଥରେ ନୁହେଁ । ଯଦି ମିଳିତ ବିରୋଧୀ ମଞ୍ଚରେ ଶରଦ ପାଓ୍ବାର ମୁଖ୍ୟ ଚେହେରା ହୁଅନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ନୀତିଶ କହିଥିଲେ, ଏହା ଠାରୁ ଆଉ ଖୁସିର କଥା କିଛି ହୋଇନପାରେ । ଦେଶର ସ୍ବାର୍ଥରେ ଅଧିକରୁ ଅଧିକ ବିରୋଧୀ ଏକାଠି ହେଉଛନ୍ତି । ତାହା ଦେଶ ପାଇଁ ନିଶ୍ଚୟ ଭଲ ହେବ ବୋଲି ନୀତିଶ କହିଥିଲେ ।

ଆଲୋଚନା ପରେ ଶରଦ ପାଓ୍ବରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଶରଦ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ନୀତିଶ ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀଙ୍କୁ ସ୍ବାଗତ । ଆଜି ମୋର ବାସଭବନରେ ମିଳିତ ବିରୋଧୀଙ୍କର ଏକତାକୁ ସୁଦୃଢ କରିବା ନେଇ ଆଲୋଚନା କଲୁ । ଦେଶର ଗଣତନ୍ତ୍ରକୁ ବଞ୍ଚାଇବାକୁ ହେଲେ ଏକାଠି କାମ କରିବାକୁ ପଡିବ । ଏବେ ଦେଶର ସାମ୍ପ୍ରତିକ ସ୍ଥିତିରେ ଆମେ ଏକାଠି କାର୍ଯ୍ୟ କଲେ ବିକଳ୍ପ ଭାବେ ସାମ୍ନାକୁ ଆସିପାରିବୁ ।’’ ସେହପିରି କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହେବାକୁ ଯାଉଥିବା କହିଛନ୍ତି ଶରଦ । କର୍ଣ୍ଣାଟକବାସୀ ବିଜେପିକୁ କ୍ଷମତାରୁ ହଟାଇବେ ଓ ଏକ ନିରେପକ୍ଷ ସରକାର ଗଠନ କରିବା ପାଇଁ ଭୋଟ ଦେଇଥିବା ଶରଦ କହିଛନ୍ତି ।

ପୂର୍ବରୁ ନୀତିଶ ଏକାଧିକ ବିଜେପି ବିରୋଧୀ ନେତାଙ୍କୁ ସାକ୍ଷାତ କରି ସମାନ ପ୍ରସଙ୍ଗରେ ଆଲୋଚନା କରି ସାରିଛନ୍ତି । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ସିପିଆଇଏମ ମହାସଚିବ ସୀତାରାମ ୟାଚୁରୀଙ୍କ ସହ ଆଲୋଚନା କରିସାରିଛନ୍ତି ।

ଏହା ପୂର୍ବରୁ ନିକଟରେ ନୀତିଶ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ନବୀନ ନୀବାସରେ ଉଭୟଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲା । ହେଲେ ଏହି ସାକ୍ଷାତ ଆଲୋଚନାକୁ ଅଣରାଜନୈତିକ କହି ବିରୋଧୀ ଏକତା ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଥିଲେ ନବୀନ । ନୀତିଶ ତାଙ୍କର ଦୀର୍ଘକାଳୀନ ସହଯୋଗୀ ଓ ଏହା ସୌଜନ୍ୟମୂଳକ ସାକ୍ଷତ ଥିଲା ବୋଲି ନବୀନ କହିଥିଲେ । ଆଜି ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ନବୀନ ସିଧାସଳଖ ବିରୋଧୀଙ୍କ ତୃତୀୟ ସାମୁଖ୍ୟ ଗଠନ ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି । ସେ ସେପରି କିଛି ସମ୍ଭାବନା ସେ ଦେଖୁନାହାନ୍ତି ବୋଲି ନବୀନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 11, 2023, 10:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.