ETV Bharat / bharat

National Emblem Inauguration: ଅସନ୍ତୋଷ ଝାଡିଲେ ବିରୋଧୀ - ଅଶୋକ ସ୍ତମ୍ଭ ଉନ୍ମୋଚନକୁ ନେଇ ବିରୋଧୀ ଅସନ୍ତୁଷ୍ଟ

ନୂତନ ସଂସଦର ଛାତ ଉପରେ ବ୍ରୋଞ୍ଜରେ ନିର୍ମିତ ଅଶୋକ ସ୍ତମ୍ଭ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବର୍ତ୍ତମାନ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଅଧିକ ପଢ଼ନ୍ତୁ

National Emblem Inauguration: ଅସନ୍ତୋଷ ଜାହିଲ କଲେ ବିରୋଧୀ

author img

By

Published : Jul 11, 2022, 8:22 PM IST

ନୂଆଦିଲ୍ଲୀ: ନୂତନ ସଂସଦର ଛାତ ଉପରେ ବ୍ରୋଞ୍ଜରେ ନିର୍ମିତ ଅଶୋକ ସ୍ତମ୍ଭ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବର୍ତ୍ତମାନ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଲୋକସଭା ବାଚସ୍ପତିଙ୍କ ବଦଳରେ ପ୍ରଧାନମନ୍ତ୍ରୀ ଏହି ସଂସଦ ଉପରେ ଜାତୀୟ ସଙ୍କେତର ଉନ୍ମୋଚନ କରିବା ଯଥାର୍ଥ ନୁହେଁ ବୋଲି କହିଛନ୍ତି ବିରୋଧୀ । ଏହା ମୋଦିଙ୍କ ଏକଛତ୍ରବାଦ ଶାସନର ଚିତ୍ର ବୋଲି ଅଭିଯୋଗ କରିଛନ୍ତି ବିରୋଧି । ସେପଟେ ଏଭଳି ଅଭିଯୋଗର କଡ଼ା ଜବାବ ରଖିଛି ଶାସକ ଦଳ ବିଜେପି ।

ଖାଲି ସେତିକି ସଂସଦରେ ଏହି ଉଦଘାଟନୀ କାର୍ଯ୍ୟକ୍ରମ ହେଉଥିବାରୁ ଏଥିରେ ବିରୋଧୀଙ୍କୁ ମଧ୍ୟ ନିମନ୍ତ୍ରଣ ଦେବାର ଥିଲା । କିନ୍ତୁ ମୋଦି ସରକାରଙ୍କ ପକ୍ଷରୁ ତାହା ମଧ୍ୟ କରାଯାଇନାହିଁ । ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ବିରୋଧି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ପାଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, CBI, ଆୟକର ବିଭାଗ ରହିଥିବାରୁ ବିରୋଧୀଙ୍କ ପ୍ରତି ଏଭଳି ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ । ବିଶେଷ କରି କଂଗ୍ରେସ ନେତାଏ ଓ AIMIM ମୁଖ୍ୟ ଅସାଦ୍ଦୁଦିନ ଓବେଶୀ ଏହାକୁ ନେଇ କେନ୍ଦ୍ରକୁ କଡ଼ା ବାଣୀ ଶୁଣାଇଛନ୍ତି ।

ସଂସଦ କୌଣସି ନିର୍ଦ୍ଦିଷ୍ଟ ଦଳର ନୁହେଁ, ଏହା ଗଣତନ୍ତ୍ରର ମନ୍ଦିର । ସଂସଦ ହେଉଛି ନିର୍ବାଚିତ ସମସ୍ତ ସଂସଦଙ୍କର । ତେବେ କେନ୍ଦ୍ର ସରକାର ଏହାକୁ ବୁଝିବାରେ ଅସମର୍ଥ ହୋଇଥିବା ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ଗୌରବ ଗୋଗଇ ।

ସେପଟେ ବିରୋଧୀଙ୍କ ଏଭଳି ଘନଘନ ଟାର୍ଗେଟ ପରେ ପାଲଟା ଜବାବ ଦେଇଛି ବିଜେପି । ବିଜେପି ପ୍ରବକ୍ତା ସୁଧାଂଶୁ ତ୍ରୀବେଦି କହିଛନ୍ତି, "ଦେଶରେ ଏଭଳି କିଛି ନେତା ଅଛନ୍ତି, ଯେଉଁମାନେ ଯେତେବେଳେ ଯାଏଁ କୌଣସି ଉନ୍ନତିମୂଳକ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନକରି ରହି ପାରୁନାହାନ୍ତି । ଏଭଳି କିଛି ନେତାଙ୍କୁ ନେଇ ଗଢ଼ା ହୋଇଛି କଂଗ୍ରେସ ଦଳ । ମୋଦିଙ୍କ ନେତୃତ୍ବରେ ଦେଶ ବିକାଶ ରାସ୍ତାରେ ଆଗଉଛି । ଦୁର୍ନୀତି ଗ୍ରସ୍ତ ଦଳ ହେଉଛି କଂଗ୍ରେସ । ନିଜକୁ ନିଜ ନିରପେକ୍ଷ ଦଳ ବୋଲାଉଥିବା କଂଗ୍ରେସର ବିଜେପି ବିରୋଧରେ ଭିତ୍ତିହୀନ ଅଭିଯୋଗ କରିବା ଅଭ୍ୟାସ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.