ETV Bharat / bharat

ରାଜ୍ୟସଭାରେ ‘ମୋଦି-ଆଦାନୀ ଭାଇ ଭାଇ’ ନାରା: ପ୍ରଧାନମନ୍ତ୍ରୀ କହିଲେ କାଦୁଅ ଯେତେ ଫିଙ୍ଗିବ, ପଦ୍ମ ସେତେ ଫୁଟିବ

author img

By

Published : Feb 9, 2023, 4:08 PM IST

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବରେ ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ବିରୋଧୀ ଲଗାଇଲେ ‘‘ମୋଦି-ଆଦାନୀ ଭାଇ ଭାଇ’’ ନାରା । ଅଧିକ ପଢନ୍ତୁ

ରାଜ୍ୟସଭାରେ ମୋଦି-ଆଦାନୀ ଭାଇ ଭାଇ ନାରା
ରାଜ୍ୟସଭାରେ ମୋଦି-ଆଦାନୀ ଭାଇ ଭାଇ ନାରା

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଆରମ୍ଭରୁ ରାଜ୍ୟସଭାରେ ମଧ୍ୟ ଆଦାନୀ ପ୍ରସଙ୍ଗ ଉଠାଇ ହୋହାଲ୍ଲା ଆରମ୍ଭ କରିଥିଲେ ବିରୋଧୀ । ଶୁଣିବାକୁ ମିଳିଥିଲା ‘‘ମୋଦି-ଆଦାନୀ ଭାଇ ଭାଇ’’ ନାରା । ପ୍ରବଳ ହଟ୍ଟଗୋଳ ଓ ହୋହାଲ୍ଲା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟ ରଖିଛନ୍ତି । ବିରୋଧୀଙ୍କ ପ୍ରବଳ ନାରାଜାବୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିରୋଧୀଙ୍କ ଏପରି ମନ୍ତବ୍ୟ ଓ ଆଚରଣ କେବଳ ସଦନ ପାଇଁ ନୁହେଁ ପୁରା ଦେଶକୁ ନିରାଶ କରିବା ପରି ।

ବିରୋଧୀଙ୍କୁ ପାଲଟା ଟାର୍ଗେଟ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଏକ ହିନ୍ଦୀ ସାଏରୀ ମଧ୍ୟ ଆବୃତ୍ତି କରିଥିବା ଦେଖିବାକୁ ମିଳିଥିଲା । ‘‘କିଚଡ୍‌ ଉସକେ ପାସ ହୈ, ମେରେ ପାସ ଗୁଲାଲ... ଯୋ ଭି ଜିସକେ ପାସ ଥା ଉସନେ ଦିଆ ଉଛାଲ’’ । ବିରୋଧୀ ଯେତେ କାଦୁଅ ଫିଙ୍ଗିବେ, ପଦ୍ମ ସେତେ ଖେଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ , ଏହି ସଦନ ମାଧ୍ୟମରେ ଅନେକ ବୁଦ୍ଧିଜୀବୀ ଦେଶକୁ ସଠିକ୍‌ ଦିଶା ଦେଇଛନ୍ତି । ଦେଶର ମାର୍ଗଦର୍ଶନ କରିଛନ୍ତି । ଏହି ସଦନରେ ଯାହା ଚର୍ଚ୍ଚା ହୁଏ, ତାହା ଦେଶବାସୀ ଗମ୍ଭୀରତାର ସହ ଶୁଣନ୍ତି । ବିରୋଧୀଙ୍କ ଆଦାନୀ ହଟ୍ଟଗୋଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଧନ୍ୟବାଦ ପ୍ରସ୍ତାବ ଉତ୍ତରରେ ସରକାରଙ୍କ ବିକାଶର ଚିତ୍ର ମଧ୍ୟ ରଖିଥିଲେ ।

ଗତ 3 ରୁ 4 ବର୍ଷ ମଧ୍ୟରେ କେନ୍ଦ୍ର ସରକାର 11 କୋଟି ଘରେ ପିଇବା ପାଣି ପହଞ୍ଚାଇଛି । ପୂର୍ବରୁ ଯୋଜନା ହେଉଥିଲା କିନ୍ତୁ କାର୍ଯ୍ୟକାରୀ ନହୋଇପାରି ଅଟକି ରହୁଥିଲା, ଫଳରେ କରଦାତାଙ୍କ ଅର୍ଥରାଶି ନଷ୍ଟ ହେଉଥିଲା । ଏହା କଂଗ୍ରେସର କାର୍ଯ୍ୟ କରିବାର ତରିକା ଥିଲା । ଏଥିପାଇଁ 6 ଦଶନ୍ଧି ନଷ୍ଟ ହୋଇଛି ବୋଲି କହି ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ସମାଲଚନା କରିଥିଲେ । ଏବେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗତିଶକ୍ତି ପ୍ଲାନ ନେଇଆସିଛନ୍ତି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- Lok Sabha: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ କୋଟି ଭାରତୀୟଙ୍କୁ ଦିଶା ଦେଖାଇଛି: ମୋଦି

ସେହିପରି ସାଧାରଣ ଲୋକଙ୍କୁ ବ୍ୟାକିଂ ବ୍ୟବସ୍ଥା ସହ ଯୋଡିବା ପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଧନଜନ ଯୋଜନା ମଧ୍ୟ ସଫଳ କାର୍ଯ୍ୟକାରିତା ଦିଗରେ ଆଗକୁ ବଢୁଛି । ଏବେ ସୁଦ୍ଧା ଦେଶରେ 1 କୋଟି 70 ଲକ୍ଷ ଧନଜନ ଯୋଜନାରେ ଖାତା ଖୋଲିଛି । ସେହିପରି ଯେଉଁ ସ୍ଥାନରେ ବିଜୁଳି ଅପହଞ୍ଚ ଥିଲା, ସେଠାରେ ଏବେ ବିଜୁଳି ପହଞ୍ଚିଛି । ପ୍ରାୟ 22 ଘଣ୍ଟିଆ ବିଜୁଳି ଯୋଗାଣ ମଧ୍ୟ ସମ୍ଭବ ହେଲାଣି ଅଣପାରମ୍ପରିକ ତଥା ନବୀକରଣଯୋଗ୍ୟ ପ୍ରାକୃତିକ ଶକ୍ତି କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.