ETV Bharat / bharat

ବିରୋଧୀ ମୁକ୍ତ ସଂସଦ ଚାହୁଁଛି ବିଜେପି: ମଲ୍ଲିକାର୍ଜୁନ ଖାଡ୍ଗେ

author img

By

Published : Aug 1, 2022, 3:17 PM IST

ସଞ୍ଜୟ ରାଉତଙ୍କ ଗିରଫଦାରୀ ପରେ ରାଜନୈତିକ ବୟାନବାଜୀ ଆରମ୍ଭ । BJP ବିରୋଧୀ ମୁକ୍ତ ସଂସଦ ଚାହୁଁଥିବା କହିଲେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍ଗେ । ଅଧିକ ପଢନ୍ତୁ

ମଲ୍ଲିକାର୍ଜୁନ ଖାଡ୍ଗେଙ୍କ ବୟାନ, ବିରୋଧୀ ମୁକ୍ତ ସଂସଦ ଚାହୁଁଛି ବିଜେପି

ନୂଆଦିଲ୍ଲୀ: ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଗିରଫଦାରୀ ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି । ରାଉତଙ୍କ ଗିରଫଦାରୀ ନେଇ ବିଜେପି ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ଦଳର ଫ୍ଲୋର ଲିଡର ମଲ୍ଲିକାର୍ଜୁନ ଖାଡ୍ଗେ । ଖାଡ୍ଗେ କହିଛନ୍ତି, ବିଜେପି ବିରୋଧୀ ମୁକ୍ତ ସଂସଦ କରିବାକୁ ଚାହୁଁଛି । ସଞ୍ଜୟ ରାଉତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ମୂଳକ ବୋଲି ଖାଡ୍ଗେ କହିଛନ୍ତି ।

  • They (BJP) want an 'Opposition-mukt' parliament, that's why the action against Sanjay Raut. We'll raise issues of inflation, Gujarat hooch tragedy in Parliament. 'Op Keechad' by them (BJP) in Jharkhand will also be raised today: LoP Rajya Sabha & Cong leader Mallikarjun Kharge pic.twitter.com/ZKiEBwKVbU

    — ANI (@ANI) August 1, 2022 " class="align-text-top noRightClick twitterSection" data=" ">

ଖାଡ୍ଗେ କହିଛନ୍ତି,‘‘ ଆମେ ସଂସଦରେ ବଜେପି ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଛୁ । ଆମେ ଦରଦାମ ବୃଦ୍ଧି, ମୁଦ୍ରାସ୍ଫିତି, ବିଜେପି ଶାସନାଧୀନ ଗୁଜୁରାଟରେ ମଦମୃତ୍ୟୁ ଓ ଝାଡଖଣ୍ଡରେ ସେମାନେ ହେମନ୍ତ ସୋରେନ ସରକାର ଭାଙ୍ଗିବା ପାଇଁ ଜାରି ରଖିଥିବା ଅପରେସନ କିଚଡ ସମ୍ପର୍କରେ ପ୍ରଶ୍ନ କରିବାକୁ ପ୍ରସ୍ତୁତ ଅଛୁ ।’’ ପୂର୍ବରୁ ମଧ୍ୟ ବିରୋଧୀ କଂଗ୍ରେସ ସମେତ ଅନ୍ୟ କିଛି ଦଳ ସରକାର ଦରଦାମ ବୃଦ୍ଧି ଓ ଜିଏସଟି ବୃଦ୍ଧି ଉପରେ ଚର୍ଚ୍ଚା କରିବା ପାଇଁ ଅଡି ବସିଥିଲେ । ନାରାବାଜୀ ଓ ହଟ୍ଟଗୋଳ ପାଇଁ ବିଭିନ୍ନ ବିରୋଧୀ ଦଳର କିଛି ସାଂସଦ ସମ୍ପୂର୍ଣ୍ଣ ଅଧିବେଶନରୁ ଓ ଅନ୍ୟ କିଛି ସାମୟିକ ଭାବେ ନିଲମ୍ବିତ ମଧ୍ୟ ହୋଇଛନ୍ତି ।

ଏହାରି ମଧ୍ୟରେ ଇଡି ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି ରଖିଥିବା କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ମଧ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି । ପଶ୍ଚିମବଙ୍ଗରେ ମମତାଙ୍କ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରେ ମନି ଲଣ୍ଡ୍ରିଂ ମାମଲାରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.