ETV Bharat / bharat

Presidential poll: ଦିଲ୍ଲୀରେ ବିରୋଧୀଙ୍କ ବୈଠକ ଆରମ୍ଭ - ରାଷ୍ଟ୍ରପତି ନିର୍ବାଚନ

ଦିଲ୍ଲୀରେ ଆରମ୍ଭ ହେଲା ବହୁପ୍ରତୀକ୍ଷିତ ମିଳିତ ବିରୋଧୀଙ୍କ ବୈଠକ । 18 ଦଳର ନେତା ସାମିଲ । ପ୍ରମୁଖ ଚେହେରାଙ୍କ ମଧ୍ୟରେ ଦେବେଗୌଡା, ଶରଦ ପାଓ୍ବାର, ମଲ୍ଲିକାର୍ଜୁନ ଖାର୍ଗେ ପ୍ରମୁଖ ସାମିଲ । 22 ଅଣବିଜେପି ଦଳକୁ ନିମନ୍ତ୍ରଣ କରିଥିଲେ ମମତା । ଯୋଗ ଦେଲେନି ଜଗନ, ନବୀନ ଓ କେସିଆର । ଅଧିକ ପଢନ୍ତୁ

Presidential poll: ଦିଲ୍ଲୀରେ ବିରୋଧୀଙ୍କ ବୈଠକ ଆରମ୍ଭ

author img

By

Published : Jun 15, 2022, 4:37 PM IST

Updated : Jun 15, 2022, 11:02 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଆହୁତ ବିରୋଧୀଙ୍କ ବୈଠକ ଦିଲ୍ଲୀରେ ଆରମ୍ଭ ହୋଇଛି । କିଛି ସମୟ ପୂର୍ବରୁ ଦିଲ୍ଲୀର କଂଷ୍ଟିଚ୍ୟୁସନ କ୍ଲବରେ ଆରମ୍ଭ ହୋଇଥିବା ଏହି ବୈଠକରେ ବହୁ ବରିଷ୍ଠ ନେତାଙ୍କ ସମେତ 17 ରାଜନୈତିକ ଦଳର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି ।

  • #WATCH Opposition leaders' meeting called by TMC leader & West Bengal CM Mamata Banerjee ahead of Presidential poll, underway at Constitution Club of India in Delhi pic.twitter.com/BJjzUaIbig

    — ANI (@ANI) June 15, 2022 " class="align-text-top noRightClick twitterSection" data=" ">

ଅଂଶଗ୍ରହଣ କରିଥିବା ଦଳଙ୍କ ମଧ୍ୟରେ ଟିଏମସି, କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଏମଏଲ, ଆରଏସପି, ଶିବସେନା, ଏନସିପି, ଆରଜେଡି, ଏସପି, ନ୍ୟାସନାଲ କନଫରେନ୍ସ, ପିଡିପି, ଜେଡି (ଏସ), ଡିଏମକେ, ଆରଏଲଡି ଏବଂ ଜେଏମଏମ ଅଂଶଗ୍ରହଣ କରିଛନ୍ତି । ଏହି ସବୁ ଦଳର ବରିଷ୍ଠ ନେତା ତଥା ପ୍ରତିନିଧିମାନେ ଏହି ବୈଠକରେ ଅଂଶଗ୍ରହଣ କରି ଆଲୋଚନା ଜାରି ରଖିଛନ୍ତି । ତେବେ ଏହି ବୈଠକରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ,ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଅଂଶଗ୍ରହଣ କରିନାହାନ୍ତି ।

ବରିଷ୍ଠ ଚେହେରାଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡା, ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଚର୍ଚ୍ଚାରେ ଥିବା ଏନସିପି ମୁଖ୍ୟ ଶରଦ ପାଓ୍ବାର, ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓ ମଲ୍ଲିକାର୍ଜୁନ ଖାଡଗେ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ପ୍ରାୟ 22 ଅଣ ବିଜେପି ଦଳକୁ ନିମନ୍ତ୍ରଣ କରିଥିଲେ ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଆଜିର ଏହି ବୈଠକର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 15, 2022, 11:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.