ନୂଆଦିଲ୍ଲୀ: ଦିଲ୍ଲୀରେ ଜାରି ରହିଥିବା ବିରୋଧିଙ୍କ ବୈଠକ ଶେଷ ହୋଇଛି । ବିରୋଧୀଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇପାରିନାହିଁ । ପ୍ରଥମରୁ ଚର୍ଚ୍ଚାରେ ଥିବା ଏନସିପି ମୁଖ୍ୟ ଶରଦ ପାଓ୍ବାର ପ୍ରାର୍ଥୀତ୍ବ ନେଇ ଅନିଚ୍ଛା ପ୍ରକାଶ କରିଥିବା ସୂଚନା ସାମ୍ନାକୁ ଆସିଛି । ଆଜି ବୈଠକରେ ବିରୋଧୀମାନେ ଏକ ମିଳିତ ପ୍ରାର୍ଥୀ ଘୋଷଣା କରିବା ନେଇ ସଙ୍କଳ୍ପ ପାରିତ କରିଛନ୍ତି ।
-
Opposition leaders adopted a resolution to field a common candidate in the forthcoming Presidential poll. A candidate who can truly serve as custodian of the Constitution & stop Modi govt from doing further damage to Indian democracy and India's social fabric: Sudheendra Kulkarni pic.twitter.com/rzDPAAAo3I
— ANI (@ANI) June 15, 2022 " class="align-text-top noRightClick twitterSection" data="
">Opposition leaders adopted a resolution to field a common candidate in the forthcoming Presidential poll. A candidate who can truly serve as custodian of the Constitution & stop Modi govt from doing further damage to Indian democracy and India's social fabric: Sudheendra Kulkarni pic.twitter.com/rzDPAAAo3I
— ANI (@ANI) June 15, 2022Opposition leaders adopted a resolution to field a common candidate in the forthcoming Presidential poll. A candidate who can truly serve as custodian of the Constitution & stop Modi govt from doing further damage to Indian democracy and India's social fabric: Sudheendra Kulkarni pic.twitter.com/rzDPAAAo3I
— ANI (@ANI) June 15, 2022
ମମତା ବାନାର୍ଜୀ କହିଛନ୍ତି, ଆଜି ବୈଠକରେ ସାମିଲ ହୋଇଥିବା ପ୍ରାୟ ସମସ୍ତ ଦଳ ଶରଦ ପାଓ୍ବାରଙ୍କ ପ୍ରାର୍ଥୀତ୍ବ ନେଇ ସହମତ ଥିଲେ । କିନ୍ତୁ ଶରଦ ପାଓ୍ବର ନିଜେ ପ୍ରାର୍ଥୀତ୍ବ ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି । ଆଜି ପ୍ରାର୍ଥୀତ୍ବ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରି ନଥିବା ବେଳେ ପାରିତ ସଙ୍କଳ୍ପ ଆଧାରରେ ବିରୋଧୀମାନେ ମିଳିତ ପ୍ରାର୍ଥୀ ଦେବା ନେଇ ସହମତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ