ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ (ଇଣ୍ଡିଆ)ର ପରବର୍ତ୍ତୀ ମୁମ୍ବାଇ ବୈଠକର ତାରିଖରେ ହୋଇପାରେ ପରିବର୍ତ୍ତନ । 26 ଦଳକୁ ନେଇ ହୋଇଥିବା ଏହି ମେଣ୍ଟର ପ୍ରଥମ ବୈଠକ ପାଟଣା ଦ୍ବିତୀୟ ବୈଠକ ବେଙ୍ଗାଲୁରରେ ଶେଷ ହୋଇଛି । ତୃତୀୟ ବୈଠକ ମୁମ୍ବାଇରେ ହେବାକୁ ଗୋଷଣା କରାଯାଇଛି । ଏହି ବୈଠକ ଅଗଷ୍ଟ 25 ଓ 26 ପରିବର୍ତ୍ତେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହୋଇପାରେ ।
ମୁ୍ମ୍ବାଇ ବୈଠକ ପାଇଁ ଆପତତଃ ତାରିଖ ଚୂଡାନ୍ତ ହୋଇଥିଲା । କିନ୍ତୁ କିଛି ଦଳର ନେତାଙ୍କ କାର୍ଯ୍ୟ ବ୍ୟସ୍ତତା କାରଣରୁ ନିର୍ଦ୍ଧାରିତ ତାରିଖରେ ସାମିଲ ହୋଇପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଏହାସହ କିଛି ମୁଖ୍ୟମନ୍ତ୍ରୀଙ୍କ ନିଜ ରାଜ୍ୟରେ ସରକାରୀ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହାକୁ ଦୃଷ୍ଟିରେ ରଖି ମେଣ୍ଟର ପରବର୍ତ୍ତୀ ବୈଠକ ଅଗଷ୍ଟ ବଦଳରେ ସେପ୍ଟେମ୍ବରରେ ହୋଇପାରେ । କାରଣ ମୁମ୍ବାଇ ବୈଠକରେ ମେଣ୍ଟର ଆବାହକ, ସଂଯୋଜକ, ପଦାଧିକାରୀ, କାର୍ଯ୍ୟ ସମିତି ଘୋଷଣା ହେବ ।
ଏହାବି ପଢନ୍ତୁ- Bengaluru Opposition meet: ‘କଂଗ୍ରେସ ଚାହୁଁନି ପ୍ରଧାନମନ୍ତ୍ରୀ ପଦବୀ’
ମିଳିଥିବା ସୂଚନା ଅନୁସାରେ ଅଗଷ୍ଟରେ ଏନସିପି ନେତା ଶରଦ ପାୱାର ମହାରାଷ୍ଟ୍ର ଗସ୍ତରେ ରହିବେ । ରାଜ୍ୟର ଏକାଧିକ ସ୍ଥାନକୁ ଗସ୍ତରେ ଯାଇ ଦଳୀୟ ନେତାଙ୍କୁ ଭେଟିବେ । ନିଜ ଦଳ ଦୁଇ ଗୋଷ୍ଠୀରେ ବିଭକ୍ତ ହେବା ପରେ ଏବେ ଶରଦ ନିଜ ଦଳକୁ ସଜାଡିବାକୁ ଉଦ୍ୟମ ଆରମ୍ଭ କରୁଛନ୍ତି । ଯାହା ଅଗଷ୍ଟରୁ ଆରମ୍ଭ ହେବ । ଯାହାକୁ ନେଇ ଶରଦ ଅଗଷ୍ଟରେ ବ୍ୟସ୍ତ ରହିବେ ।
ପୂର୍ବରୁ ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରଥମ ବୈଠକ ବିହାର ରାଜଧାନୀ ପାଟନାରେ 23 ଜୁନରେ ଆୟୋଜିତ ହୋଇଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବୈଠକ ଆୟୋଜିନ କରିଥିଲେ । ଦ୍ବିତୀୟ ବୈଠକ ଜୁଲାଇ 17 ଓ 18 ବେଙ୍ଗାଲୁରରେ ହୋଇଥିଲା । ଯାହାର ଆୟୋଜନ କଂଗ୍ରେସ କରିଥିଲା । ବେଙ୍ଗାଲୁର ବୈଠକରେ ମେଣ୍ଟର ନା ‘ଇଣ୍ଡିଆ’ ରଖିବାକୁ ସମ୍ମତି ହେବା ସହ ଘୋଷଣା ହୋଇଥିଲା ।