ETV Bharat / bharat

Operation Kaveri: ସୁଦାନରୁ ସ୍ବଦେଶ ଫେରିଲେ ଆଉ ୨୫୬ ଭାରତୀୟ - ଅପରେସନ କାବେରୀ

ସୁଦାନରେ ସେନା ଓ ଅର୍ଦ୍ଧସାମରିକ ସେନା ମଧ୍ୟରେ ଜାରି ରହିଛି ସଂଘର୍ଷ । ହିଂସା ପ୍ରବଣ ଦେଶରୁ ଫେରିଲେ ଆଉ ୨୫୬ ଭାରତୀୟ ନାଗରିକ । ଅଧିକ ପଢନ୍ତୁ

Operation Kaveri
Operation Kaveri
author img

By

Published : Apr 28, 2023, 9:46 AM IST

ନୂଆଦିଲ୍ଲୀ: ସେନା ଓ ଅର୍ଦ୍ଧସାମରିକ ସେନା ମଧ୍ୟରେ ସଂଘର୍ଷ ଯୋଗୁଁ ଅଶାନ୍ତ ରହିଛି ସୁଦାନ । ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଥିବା ବେଳେ ହିଂସା ପ୍ରବଣ ଦେଶରୁ ନିଜ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ କାବେରୀ ଜରିଆରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି । ଆଜି ପଞ୍ଚମ ଦିନରେ ହିଂସା ପ୍ରବଣ ସୁଦାନରୁ ୨୫୬ ଭାରତୀୟ ନାଗରିକ ଉଦ୍ଧାର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଜେଧା ବିମାନ ବନ୍ଦରରେ ପହଞ୍ଚାଯାଇଛି । ସେଠାରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ସମସ୍ତଙ୍କୁ ସ୍ବାଗତ କରିଛନ୍ତି । ତେବେ ଆଜି ଜେଧାରେ ପହଞ୍ଚିଥିବା ବ୍ୟାଚରେ ଭାରତୀୟ ଦୂତାବାସ ଅଧିକାରୀଙ୍କ ପରିବାର ସଦସ୍ୟ ମଧ୍ୟ ରହିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ମୁରଲୀଧରନ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ବାୟୁସେନାର C 130 J ବିମାନ ଯୋଗେ ସୁଦାନରୁ ଅଷ୍ଟମ ବ୍ୟାଚରେ ୧୨୧ ଜଣ ଓ ନବମ ବ୍ୟାଚରେ ୧୩୫ ଜଣ ଭାରତୀୟ ନାଗରିକ ଜେଧାରେ ପହଞ୍ଚିଛନ୍ତି । ଏହାପରେ ସେମାନଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଯିବ । ଉଦ୍ଧାର ହୋଇଥିବା ଅଷ୍ଟମ ବ୍ୟାଚ୍ ହିଂସା ପ୍ରଭାବିତ ସୁଦାନ ରାଜଧାନୀ ଖାର୍ତୁମ ନିକଟରେ ଥିବା ଯୋଗୁଁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଥିଲା । ପୋର୍ଟ ସୁଦାନରୁ ନବମ ବ୍ୟାଚକୁ ଉଦ୍ଧାର କରାଯାଇଛି ।

ଏହାପୂର୍ବରୁ ଗତକାଲି(ଗୁରୁବାର) ସପ୍ତମ ବ୍ୟାଚରେ ୧୩୫ ନାଗରିକ ବାୟୁସେନା ବିମାନରେ ପୋର୍ଟ ସୁଦାନରୁ ଜେଧାରେ ପହଞ୍ଚିଥିଲେ । ଭାରତୀୟଙ୍କ ଉଦ୍ଧାର ସମ୍ପର୍କରେ ଟ୍ବିଟ୍ କରି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ସୂଚନା ଦେଇଥିଲେ । ଅନ୍ୟପଟେ ସୁଦାନରେ ୭୨ ଘଣ୍ଟା ଯୁଦ୍ଧ ବିରତି ପରେ ମଧ୍ୟ ଖାର୍ତୁମ ସମେତ ବିଭିନ୍ନ ସ୍ଥାନରେ ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଜାରି ରହିଛି ।

ଏପ୍ରିଲ ୧୫ରୁ ଏହି ହିଂସା ଆରମ୍ଭ ହୋଇଥିଲା । ହିଂସା ଯୋଗୁଁ ଇତିମଧ୍ୟରେ ୪୫୦ରୁ ଅଧିକ ପ୍ରାଣ ଯାଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଯେଉଁ କାରଣରୁ ସୁଦାନରେ ଥିବା ନିଜ ନାଗରିକଙ୍କୁ ଉଦ୍ଧାର କରିବାକୁ ବିଭିନ୍ନ ରାଷ୍ଟ୍ର ପ୍ରଚେଷ୍ଟା ଆରମ୍ଭ କରିଥିଲେ । ଭାରତ ମଧ୍ୟ ସେଠାରେ କଣ୍ଟ୍ରୋଲ ରୁମ୍ ସ୍ଥାପନ କରିବା ସହ ଅପରେସନ କାବେରୀ ଆରମ୍ଭ କରିଥିଲା । ଏହି ଅପରେସନ ଜରିଆରେ ଏବେ ସୁଦ୍ଧା ୨୦୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଗଲାଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.