ETV Bharat / bharat

Operation Ajay: ଷଷ୍ଠ ବ୍ୟାଚରେ ଇସ୍ରାଏଲରୁ ଫେରିଲେ 143 ଭାରତୀୟ, 2 ନେପାଳ ନାଗରିକ ବି ସାମିଲ - ଅପରେସନ ଅଜୟ

ଅପରେସନ ଅଜୟରେ 2 ନେପାଳ ନାଗରିକଙ୍କ ସହ ଇସ୍ରାଏଲରୁ ନୂଆଦିଲ୍ଲୀ ଫେରିଲେ ଆଉ 143 ଭାରତୀୟ । ଅଧିକ ପଢ଼ନ୍ତୁ

Operation Ajay
Operation Ajay
author img

By ETV Bharat Odisha Team

Published : Oct 23, 2023, 7:57 AM IST

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଜାରି ରହିଛି ଜୋରଦାର ସଂଘର୍ଷ । ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ ଅଜୟ ମାଧ୍ୟମରେ ସ୍ବଦେଶ ଫେରାଇ ଆଣୁଛନ୍ତି କେନ୍ଦ୍ର ସରାକାର । ରବିବାର ଷଷ୍ଠ ବ୍ୟାଚ୍‌ରେ ଦୁଇ ଜଣ ନେପାଳି ନାଗରିକଙ୍କ ସମେତ 143 ଜଣ ଭାରତୀୟ ନାଗରିକଙ୍କୁ ନେଇ ସ୍ୱତନ୍ତ୍ର ଚାର୍ଟାର ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା । କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲାସ୍ତେ ବିମାନ ବନ୍ଦରରେ ଉପସ୍ଥିତ ରହି ଭାରତୀୟମାନଙ୍କୁ ସ୍ବାଗତ କରିବା ସହ କଥାବାର୍ତ୍ତା ହୋଇଛନ୍ତି । ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇସ୍ରାଏଲରୁ ଫେରିଥିବା ସମସ୍ତ ଭାରତୀୟ । ଏହି ବିମାନକୁ ମିଶାଇ ମୋଟ 5ଟି ବିମାନ ଭାରତୀୟଙ୍କୁ ଧରି ଫେରି ସାରିଲାଣି । ଦିଲ୍ଲୀରେ ପହଞ୍ଚିବା ପରେ ବନ୍ଦେ ମାତରମ ଧ୍ବନୀରେ କମ୍ପିଉଠିଥିଲା ବିମାନବନ୍ଦର ।

କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲାସ୍ତେ କହିଛନ୍ତି ଯେ, ବିମାନ ବନ୍ଦରରେ ଇସ୍ରାଏଲରୁ ସ୍ବଦେଶ ଫେରିଥିବା ଭାରତୀୟଙ୍କୁ ମୁଁ ସ୍ବାଗତ କରିଛି । 143 ଜଣ ଭାରତୀୟ ଷଷ୍ଠ ପର୍ଯ୍ୟାୟରେ ଆସି ପହଞ୍ଚିଛନ୍ତି । ସମସ୍ତେ ନିରାପଦରେ ଭାରତ ଫେରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Operation Ajay: ଚତୁର୍ଥ ବ୍ୟାଚରେ ଇସ୍ରାଏଲରୁ ଫେରିଲେ 274 ଭାରତୀୟ

ଏନେଇ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଟ୍ବିଟ୍‌ କରି କହିଛନ୍ତି ଯେ, ଅପେରସନ ଅଜୟର ଷଷ୍ଠତମ ବିମାନ ଦିଲ୍ଲୀରେ ପହଞ୍ଚିଛି । 143 ଜଣ ଭାରତୀୟ ସମେତ 2ଜଣ ନେପାଳି ମଧ୍ୟ ସାମନଙ୍କ ମଧ୍ୟରେ ରହିଛନ୍ତି । ସମସ୍ତଙ୍କୁ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲାସ୍ତେ ସମସ୍ତଙ୍କୁ ସ୍ବାଗତ କରିଛନ୍ତି । ଯୁଦ୍ଧଗ୍ରସ୍ତ ଦେଶରୁ ତୃତୀୟ ଓ ଚତୁର୍ଥ ବ୍ୟାଚରେ ଯଥାକ୍ରମ 197 ଏବଂ 274 ଜଣ ଭାରତୀୟ ସ୍ବଦେଶକୁ ଫେରିଥିଲେ ।

ଏହା ମଧ୍ୟ ପଢନ୍ତୁ-Operation Ajay: ଇସ୍ରାଏଲରୁ ଦିଲ୍ଲୀ ଫେରିଲେ 18 ନେପାଳ ନାଗରିକଙ୍କ ସମେତ ଆଉ 286

ଗତ 17 ତାରିଖରେ ଅପରେସନ ଅଜୟର ପଞ୍ଚମ ବିମାନ ଇସ୍ରାଏଲରୁ ଆସିଭାରତରେ ପହଞ୍ଚିଥିଲା । 18 ନେପାଳ ନାଗରିକଙ୍କ ସମେତ ମୋଟ 286 ଜଣ ଭାରତ ଫେରିଥିଲେ । ତେବେ ତେଲ-ଅଭିଭରେ ଥିବା ଭାରତୀୟ ଦୂତାବାସ ସହ ସମନ୍ୱୟରେ ରେସ୍କ୍ୟୁ ଅପରେସନ ଜାରି ରଖିଛି ଭାରତ । ସେଠାରେ ପ୍ରାୟ 18 ହଜାର ଭାରତୀୟ ଥିବା ଜଣାପଡିଛି । ଯେଉଁମାନେ ସ୍ୱଦେଶ ଫେରିବାକୁ ଚାହାନ୍ତି ସେମାନେ ଦୂତାବାସ ପ୍ରକ୍ରିୟା ଅନୁସରଣ କରି ପଞ୍ଜୀକରଣ ଜାରି ରଖିଛନ୍ତି । ସେହି ଆଧାରରେ ‘ଅପରେସନ ଅଜୟ’ ମଧ୍ୟ ଆଗକୁ ବଢ଼ୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.