ETV Bharat / bharat

ଖୋଲିବ ତାଜମହଲର 20ଟି ରହସ୍ୟମୟ କୋଠରୀ ! ହାଇକୋର୍ଟରେ ଯାଚିକା ଦାଖଲ - ତାଜମହଲର ରହସ୍ୟମୟ କୋଠରି

ବାରଣାସୀର ଜ୍ଞାନବ୍ୟାପୀ ମସଜିଦ ପରେ ଏବେ ପୁଣି ଚର୍ଚ୍ଚାରେ ତାଜମହଲ । ତାଜମହଲରେ ବର୍ଷ ବର୍ଷ ଧରି ବନ୍ଦ ପଡିରହିଥିବା ରହସ୍ୟମୟ ୨୦ଟି କୋଠରୀ ଖୋଲିବାକୁ ଆବେଦନକରି ଆହ୍ଲାବାଦ ହାଇକୋର୍ଟରେ ଅକ ପିଟିସନ ଦାୟର ହୋଇଛି । ଅଧିକ ପଢନ୍ତୁ

ଖୋଲିବ ତାଜମହଲର ରହସ୍ୟମୟ କୋଠରି! ହାଇକୋର୍ଟରେ ଯାଚିକା ଦାଖଲ

author img

By

Published : May 9, 2022, 10:40 AM IST

ନୂଆଦିଲ୍ଲୀ: ବାରଣାସୀର ଜ୍ଞାନବ୍ୟାପୀ ମସଜିଦ ପରେ ଏବେ ପୁଣି ଚର୍ଚ୍ଚାରେ ତାଜମହଲ(Taj Mahal) । ତାଜମହଲରେ ବର୍ଷ ବର୍ଷ ଧରି ବନ୍ଦ ପଡିରହିଥିବା ରହସ୍ୟମୟ ୨୦ଟି କୋଠରୀ ଖୋଲିବାକୁ ଆବେଦନକରି ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଛି । ଜ୍ଞାନବ୍ୟାପୀ ମସଜିଦ ତଳେ ହିନ୍ଦୁ ଦେବାଦେବିଙ୍କ ମୂର୍ତ୍ତି ରହିଛି ଏବଂ ମନ୍ଦିର ଭଙ୍ଗାଯାଇ ମସଜିଦ କରାଯାଇଛି ବୋଲି ଅଭିଯୋଗ ଉଠିବା ପରେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଏହାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ଏବେ ତାଜମହଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଜମହଲରେ ବନ୍ଦ ରହିଥିବା ୨୨ କୋଠରିକୁ ଖୋଲିବା ପାଇଁ ଦାବି କରାଯାଇଛି ।

ଏହି କୋଠରୀ ଖୋଲାଯାଇ ଏହାର ରହସ୍ୟ ଉନ୍ମୋଚନ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣକୁ (ASI) ନିର୍ଦ୍ଦେଶ ଦେବାକୁ ଦାବି କରାଯାଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ମୌ ପୀଠରେ ଏକ ଯାଚିକା ଦାଖଲ କରାଯାଇଛି । ଏହି କୋଠରୀ ମଧ୍ୟରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ରହିଛି ବୋଲି କୁହାଯାଉଥିବା ବେଳେ ଏହାକୁ ଖୋଲାଗଲେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଆବେଦନରେ କୁହାଯାଇଛି । ଏହା ସହ ତାଜମହଲ ସ୍ଥାନରେ ପୂର୍ବେ ମନ୍ଦିର ରହିଥିବା ଦାବିକୁ ମଧ୍ୟ ଯାଚିକାରେ ଉଲ୍ଲେଖ କରାଯାଇଛି ।

ଆବେଦନରେ କୁହାଯାଇଛି ଯେ, ତାଜମହଲର ପ୍ରକୃତ ନାମ ତେଜୋ ମହାଳୟ ହୋଇଥିବା ତଥା ଏଠାରେ ପୂର୍ବରୁ ଶିବ ମନ୍ଦିର ଥିବାକଥା କୁହାଯାଇଛି । ତାଜମହଲକୁ ଦୀର୍ଘ ଦିନରୁ ହିନ୍ଦୁବାଦୀ ସଂଗଠନ ତେଜୋମହଲ ହେବାର ଦାବି କରି ଆସୁଛନ୍ତି । ଅନେକ ହିନ୍ଦୁବାଦୀ ସଂଗଠନ ପକ୍ଷରୁ ଶ୍ରାବଣ ମାସରେ ତାଜମହଲରେ ଶିବ ଆଳତୀ କରିବାକୁ ଉଦ୍ୟମ କରାଯାଇଛି । ବିଜେପିର ଅଯୋଦ୍ଧା ମିଡିଆ ପ୍ରଭାରୀ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ମାମଲା ଦାୟର କରିଛନ୍ତି । ବନ୍ଦ ପଡିଥିବା ଏହି କୋଠରୀ ଖୋଲିବା ସହ ASIର ଯାଞ୍ଚ ପାଇଁ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.