ETV Bharat / bharat

ଜଳ ପ୍ରଳୟ ମଧ୍ୟରେ ଏମିତି ଏକ ବିବାହ...

ହିମାଚଳପ୍ରଦେଶରେ ବର୍ଷାର ତାଣ୍ଡବ ମଧ୍ୟରେ ଏକ ନିଆରା ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ନିଆରା ବିବାହର ଲାଇଭ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି । ଅଧିକ ପଢନ୍ତୁ

author img

By

Published : Jul 12, 2023, 7:12 PM IST

ବର୍ଷାର ତାଣ୍ଡବ ମଧ୍ୟରେ ନିଆରା ବିବାହ
ବର୍ଷାର ତାଣ୍ଡବ ମଧ୍ୟରେ ନିଆରା ବିବାହ
ବର୍ଷାର ତାଣ୍ଡବ ମଧ୍ୟରେ ନିଆରା ବିବାହ

ଶିମଲା: ହିମାଚଳପ୍ରଦେଶରେ ବର୍ଷାର ତାଣ୍ଡବ ମଧ୍ୟରେ ସାମନାକୁ ଆସିଛି ଏକ ନିଆରା ଭିଡିଓ। ଯାହାକୁ ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଲଗାଣ ବର୍ଷା କାରଣରୁ ହିମାଚଳପ୍ରଦେଶରେ ଜନବୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇପଡିଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଏକ ନିଆରା ଦୃଶ୍ୟ ସାମନାକୁ ଆସିଛି। ପ୍ରବଳ ବର୍ଷା କାରଣରୁ ଅନଲାଇନରେ ହୋଇଛି ବିବାହ। ଶିମଲାର ଆଶିଷ ସିଂଘା କୁଲ୍ଲୁର ଶିବାନୀ ଠାକୁରଙ୍କ ସହ ଅନଲାଇନରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ଶିମଲା ଜିଲ୍ଲାର କୋଟଗଡର ଆଶିଷ ସିଂଘା ଓ କୁଲ୍ଲୁର ଶିବାନୀ ଠାକୁରଙ୍କ ବିବାହ ଗତ 10 ତାରିଖକୁ ଧାର୍ଯ୍ୟ ହୋଇଥିଲା। ହେଲେ ହିମାଚଳରେ ଗତ କିଛି ଦିନ ହେବ ମୂଷଳଧାରରେ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି। ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଘରେ ପାଣି ପଶିଥିବାବେଳେ ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ଏପରିସ୍ଥଳରେ ବର୍ଷା ଯୋଗୁ ବିବାହ ଉତ୍ସବ ବାତିଲ ହେବାର ଆଶଙ୍କା କରାଯାଉଥିଲା। ହେଲେ ଭର୍ଚୁଆଲ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଉଭୟ ବରକନ୍ୟା।

ଭର୍ଚୁଆଲ ଯୋଗେ ଭିଡିଓ କଲରେ ଉଭୟ ବର ଓ କନ୍ୟା ବସିବା ପରେ ପଣ୍ଡିତ ମନ୍ତ୍ରପାଠ କରିଥିଲେ। ହେଲେ ହିନ୍ଦୁ ରୀତିନୀତି ଅନୁସାରେ ସମସ୍ତ କର୍ମ ହୋଇପାରିନଥିଲା। ବିବାହ ଉତ୍ସବ ଭର୍ଚୁଆଲ ମାଧ୍ୟମରେ ହେଉଥିବାରୁ କନ୍ୟାଙ୍କୁ ସିନ୍ଦୁର ପିନ୍ଧାଇପାରିନଥିଲେ ବର। ଏହାସହ ନିୟମ ଅନୁସାରେ ଉଭୟ ସାତ ଥର ଅଗ୍ନି ଚାରିପଟେ ମଧ୍ୟ ବୁଲିପାରିନଥିଲେ। ତଥାପି ଭିଡିଓ କଲ୍ ଜରିଆରେ ଯଥା ସମ୍ଭବ ରୀତିନୀତି କରାଯାଇ ପଣ୍ଡିତଙ୍କ ମନ୍ତ୍ରପାଠ ସହ ବିବାହ ସମ୍ପନ୍ନ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ...ବିନା ବରରେ କନ୍ୟା ଘରକୁ ଗଲା ବରଯାତ୍ରୀ, ଟିଭି ସ୍କ୍ରିନରେ ଯୋଡ଼ିହେଲେ ବରକନ୍ୟା

ତେବେ ପ୍ରବଳ ବର୍ଷା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବର ଓ କନ୍ୟା ପକ୍ଷଙ୍କ ପରିବାରଲୋକେ। ଲଗାଣ ବର୍ଷାରେ ବରଯାତ୍ରୀ ନେଇ କନ୍ୟା ଘରକୁ ଯିବା ସମ୍ଭବ ହୋଇପାରି ନଥିବାରୁ ଅନଲାଇନ ବିବାହ ପାଇଁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ବିନା କୌଣସି ବାଧାବିଘ୍ନରେ ଇଣ୍ଟରନେଟ୍ ସାହାଯ୍ୟରେ ବିବାହ ଉତ୍ସବ ସମ୍ପନ୍ନ କରାଯାଇଥିବା କହି ଖୁସି ବ୍ୟକ୍ତ କରିଛନ୍ତି ପରିବାର।

ଆଶିଷ ବର ବେଶରେ ଏକ ହୋଟେଲରେ ବସିଥିବା ସମୟର ଲାଇଭ ଭିଡିଓ କରାଯାଇଥିଲା। ଏହି ନିଆରା ବିବାହର ଲାଇଭ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଥିବାବେଳେ ପୂର୍ବତନ ବିଧାୟକ ରାକେଶ ସିଂଘାଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ପୂର୍ବତନ ବିଧାୟକ ରାକେଶ ମଧ୍ୟ ଏହି ନିଆରା ବିବାହରେ ଯୋଗ ଦେଇଥିବା ଜଣାପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.