ETV Bharat / bharat

ଏକା ସାଙ୍ଗରେ ଦୁଇ ଯୁବତୀଙ୍କୁ ପ୍ରେମ, ଗୋଟିଏ ବେଦିରେ ପଡିଲା ହାତଗଣ୍ଠି - ଦୁଇ ଯୁବତୀଙ୍କୁ ବିବାହ କରିଛନ୍ତି ଯୁବକ

ଗୋଟିଏ ବରକୁ ବିବାହ କଲେ ଦୁଇ କନିଆ । ଗୋଟିଏ ବେଦିରେ ପଡିଲା ହାତଗଣ୍ଠି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 9, 2023, 11:03 AM IST

Updated : Mar 9, 2023, 12:02 PM IST

ହାଇଦ୍ରାବାଦ: ଏକା ସାଙ୍ଗରେ ଦୁଇ ଯୁବତୀଙ୍କୁ ପ୍ରେମ କରୁଥିଲେ ଯୁବକ । ତିନି ବର୍ଷର ଡେଟିଂ ପରେ ଦୁଇ ଯୁବତୀ ସନ୍ତାନ ଜନ୍ମ ଦେଇଥିଲେ । ଶେଷରେ ଦୁଇ ଯୁବତୀଙ୍କୁ ବିବାହ କରିଛନ୍ତି ଯୁବକ । ଏକା ସାଙ୍ଗରେ ପ୍ରେମ ଓ ଏକା ସାଙ୍ଗରେ ଗୋଟିଏ ବର ସହ ବେଦିରେ ପଡିଲା ଦୁଇ କନ୍ୟାଙ୍କ ହାତଗଣ୍ଠି । ତେଲେଙ୍ଗାନାର ଭଦ୍ରାଦ୍ରୀ କୋଥାଗୁଡେମ ଜିଲ୍ଲାରେ ଏପରି ନିଆରା ବିବାହ ଦେଖିବାକୁ ମିଳିଛି । ବିବାହର କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବର ଜଣଙ୍କ ହେଉଛନ୍ତି ସତୀବାବୁ । କଲେଜରେ ପାଠପଢା ସରିବା ପରେ ସେ ସ୍ବପ୍ନା କୁମାରୀ ନାମକ ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ । ଏଥି ସହ ସେ ତାଙ୍କ ସମ୍ପର୍କୀୟ ସୁନିତା ନାମକ ଜଣେ ଯୁବତୀଙ୍କୁ ମଧ୍ୟ ପସନ୍ଦ କରୁଥିଲେ । ଗତ ତିନି ବର୍ଷ ହେଲା ଦୁଇ ଯୁବତୀଙ୍କ ସହ ଏକାଠି ରହୁଥିଲେ ସତୀବାବୁ । ଦୁହେଁ ଦୁଇଟି ସନ୍ତାନ ମଧ୍ୟ ଜନ୍ମ ଦେଇଛନ୍ତି ।

ଏହାପରେ ସତୀ ବାବୁ ଦୁଇ ଯୁବତୀଙ୍କୁ ବିବାହ କରିବାକୁ ତାଙ୍କ ବାପା ମାଆଙ୍କୁ କହିଥିଲେ । ଏନେଇ ତିନୋଟି ଗ୍ରାମର ବରିଷ୍ଠ ବ୍ୟକ୍ତିଙ୍କୁ ନେଇ ପଞ୍ଚାୟତ ବସିଥିଲା । ସେଠାରେ ତିନି ଜଣଙ୍କୁ ନିଜ ଇଚ୍ଛା ବିଷୟରେ ପଚରାଯାଇଥିଲା । ସହମତି ପରେ ବିବାହର ଆୟୋଜନ ଆରମ୍ଭ ହୋଇଥିଲା । ଏଥିପାଇଁ ବିବାହର କାର୍ଡ ସମ୍ପର୍କୀୟଙ୍କୁ ଦିଆଯାଇଥିଲା । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଆଜି ସକାଳ ସମୟରେ ଗୋଟିଏ ବେଦିରେ ଗୋଟିଏ ବର ସହ ଦୁଇ କନ୍ୟାଙ୍କ ହାତଗଣ୍ଠି ପଡିଛି । ଗ୍ରାମବାସୀଙ୍କ ଉପସ୍ଥିତିରେ ଦୁଇ କନ୍ୟାଙ୍କୁ ମଙ୍ଗଳସୁତ୍ର ପିନ୍ଧାଇଛନ୍ତି ସତୀବାବା । ଦୁଇ କନ୍ୟା କହିଛନ୍ତି ଯେ, ଆମେ ତିନି ଜଣ ଏକାଠି ରହିବୁ । ଏଥିରେ କାହାର କୌଣସି ଅସୁବିଧା ନାହିଁ । ତିନି ଜଣ ଏକ ହୋଇ ଚଳିବୁ । ଦୁଇ କନ୍ୟା ପୂର୍ବରୁ ଦୁଇଟି ସନ୍ତାନ ଜନ୍ମ ଦେଇଥିଲେ ମଧ୍ୟ ବର୍ତ୍ତମାନ ଗର୍ଭବତୀ ଅଛନ୍ତି ।

ଦୁଇ ଯୁବତୀ ଓ ଯୁବକ ଆଦିବାସୀ ସମ୍ପ୍ରଦାୟର । ଏଠାକାର ଆଦିବାସୀ ସମ୍ପ୍ରଦାୟର ଯୁବକ ଯୁବତୀ ଯଦି ପରସ୍ପରକୁ ପସନ୍ଦ କରନ୍ତି ତେବେ ପ୍ରଥମେ ଡେଟିଂରେ ଯାଆନ୍ତି । ଏହାପରେ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇବା ପରେ ପରମ୍ପରା ଅନୁଯାୟୀ ବିବାହ ହୋଇଥାଏ । ତେବେ ବିବାହ ପୂର୍ବରୁ ମଧ୍ୟ ସେମାନେ ସନ୍ତାନ ମଧ୍ୟ ଜନ୍ମ ଦେଇପାରିବେ । ଏନେଇ ଗ୍ରାମବାସୀ ଓ ପରିବାର ଲୋକଙ୍କୁ ଜଣାଇ ସମସ୍ତଙ୍କ ସହମତିରେ ବିବାହ କରିଥାନ୍ତି । କିନ୍ତୁ ଏଥିପାଇଁ ଗ୍ରାମବାସୀଙ୍କୁ ଟଙ୍କା ଦେବାକୁ ପଡିଥାଏ ।

Last Updated : Mar 9, 2023, 12:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.