ETV Bharat / bharat

କୋଭିଡ ରିଲିଫ ପାଣ୍ଠିକୁ ବର୍ଷକର ଦରମା ଦେବେ କର୍ଣ୍ଣାଟକ କ୍ୟାବିନେଟ ମନ୍ତ୍ରୀ

କର୍ଣ୍ଣାଟକର ସମସ୍ତ କ୍ୟାବିନେଟ ମନ୍ତ୍ରୀ ଗୋଟିଏ ବର୍ଷର ଦରମା କୋଭିଡ 19 ରିଲିଫ ପାଣ୍ଠିକୁ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

author img

By

Published : May 14, 2021, 7:37 AM IST

କୋଭିଡ ରିଲିଫ ପାଣ୍ଠିକୁ 1ବର୍ଷର ଦରମା ଦାନ କରିବେ କର୍ଣ୍ଣାଟକର କ୍ୟାବିନେଟ ମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ସମସ୍ତ କ୍ୟାବିନେଟ ମନ୍ତ୍ରୀ ଗୋଟିଏ ବର୍ଷର ଦରମା କୋଭିଡ 19 ରିଲିଫ ପାଣ୍ଠିକୁ ଦେବେ । ଏନେଇ ରାଜ୍ୟର ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ଦିରପ୍ପା । ତେବେ କର୍ଣ୍ଣାଟକରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ରାଜ୍ୟରେ ଏବେ କୋରୋନାର ଦୈନିକ ସଂକ୍ରମଣ 40ରୁ 50 ହଜାର ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ 6 ଲକ୍ଷ ରହିଛି । ଏହାଦ୍ବାରା ହସ୍ପିଟାଲରେ ଶଯ୍ୟା, ଅକ୍ସିଜେନ ଓ ଅତ୍ୟାବଶ୍ୟକ ଔଷଧ ଗୁଡିକର ଅଭାବ ପରିଲକ୍ଷିତ ହେଉଛି । ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.