ETV Bharat / bharat

ରାମ ମନ୍ଦିର ନିର୍ମାଣ ଭୂମି ପୂଜନକୁ ଏକବର୍ଷ; ଅଯୋଧ୍ୟାରେ ବିଶେଷ କାର୍ଯ୍ୟକ୍ରମ

author img

By

Published : Aug 5, 2021, 10:51 AM IST

ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ଭଗବାନ ରାମଲଲାଙ୍କ ଦର୍ଶନ କରିବେ । ଏହାସହ ଅଯୋଧ୍ୟରେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥଙ୍କୁ ସାକ୍ଷାତ କରିବେ । ଅଧିକ ପଢନ୍ତୁ...

ରାମ ମନ୍ଦିର ନିର୍ମାଣ ଭୂମି ପୂଜନକୁ ଏକବର୍ଷ
ରାମ ମନ୍ଦିର ନିର୍ମାଣ ଭୂମି ପୂଜନକୁ ଏକବର୍ଷ

ଅଯୋଧ୍ୟା: ରାମ ଜନ୍ମଭୂମି ଅଯୋଧ୍ୟରେ ଭବ୍ୟ ଦିବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନକୁ ପୁରିଲା ଏକ ବର୍ଷ । ଗତ ବର୍ଷ ଆଜିର ଦିନରେ କୋଭିଡ କଟକଣା ମଧ୍ୟରେ ଆୟୋଜିତ ହୋଇଥିଲା ଭୂମି ପୂଜନ । ଆଉ ଭୂମି ପୂଜନର ଏକ ବର୍ଷ ପୂର୍ତ୍ତୀ ଅବସରରେ ଆଜି ଅଯୋଧ୍ୟାରେ ଆୟୋଜିତ ହେଉଛି ଭବ୍ୟ କାର୍ଯ୍ୟକ୍ରମ । ଯାହାକୁ ନେଇ ଚଳ ଚଞ୍ଚଳ ହୋଇପଡିଛି ରାମ ନଗରୀ ଅଯୋଧ୍ୟ । ଏହି ଅବସରରେ ଆଜି ଅଯୋଧ୍ୟ ଯାତ୍ରାରେ ଅଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ଭଗବାନ ରାମଲଲାଙ୍କ ଦର୍ଶନ କରିବେ । ଏହାସହ ଅଯୋଧ୍ୟରେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥଙ୍କୁ ସାକ୍ଷାତ କରିବେ । ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଅଯୋଧ୍ୟା ବାସୁଦେବ ଘାଟରେ ହେବାକୁ ଥିବା ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାସହ ମନ୍ଦିର ନିର୍ମାଣ ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ଅଯୋଧ୍ୟ ଗସ୍ତ ପୂର୍ବରୁ ଟ୍ବିଟ କରି ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ବର୍ଷପୂର୍ତ୍ତୀର ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟଯେ ଗତ ବର୍ଷ ଆଜିର ଦିନରେ ଏକ ଭବ୍ୟ କାର୍ଯ୍ୟକ୍ରମ ଜରିଆରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପଡିଥିଲା ଭିତ୍ତିପ୍ରସ୍ତର । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ, ଉତ୍ତର ପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ, ସଂଘ ପ୍ରମୁଖ, ଦେଶର ବିଭିନ୍ନ କୋଣ ଅଣୁକୋଣରୁ ସାଧୁ ସନ୍ଥ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.