ETV Bharat / bharat

Encounter in JK: ଜଣେ ଆତଙ୍କୀ ନିପାତ, 3 ଯବାନ ଆହତ, ଆଖି ବୁଜିଲା ସେନା କୁକୁର - ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

କାଶ୍ମୀରର ରଜୌରୀରେ ଏନକାଉଣ୍ଟରରେ ଜଣେ ଆତଙ୍କୀ ସଫା । 3 ଯବାନ ଆହତ । ଅପରେସନରେ ପ୍ରାଣବଳୀ ଦେଲା ସେନାର ପ୍ରଶିକ୍ଷିତ କୁକୁର । ଅଧିକ ପଢନ୍ତୁ

Encounter in jk: ଜଣେ ଆତଙ୍କୀ ସଫା, 3 ଯବାନ ଆହତ

author img

By ETV Bharat Odisha Team

Published : Sep 12, 2023, 10:45 PM IST

ଶ୍ରୀନଗର: କାଶ୍ମୀରର ରଜୌରୀରେ ଆଜି ଆତଙ୍କୀ ବିରୋଧୀ ଅପରେସନ ବେଳେ ଏନକାଉଣ୍ଟରେ ଜଣେ ଆତଙ୍କୀ ନିପାତ ହୋଇଛି । ଏହି ଅପରେସନରେ ସୁରକ୍ଷାବଳର 3 ଯବାନ ମଧ୍ୟ ଆହତ ହୋଇଛନ୍ତି । ସେହିପରି ଅପରେସନରେ ସାମିଲ ଥିବା ସେନାର ଏକ କୁକୁର ମଧ୍ୟ ଆଖି ବୁଜିଛି । ଆଜି (ମଙ୍ଗଳବାର) ଅପରାହ୍ନରେ ସେନା ଓ ଏସଓଜି ଦ୍ବାରା ଏହି ମିଳିତ ଅପରେସନ ହୋଇଥିଲା । ଏଥିରେ ଅନ୍ୟ କିଛି ଆତଙ୍କୀ ଖସି ପଳାଇଥିବା ମଧ୍ୟ ଅନୁମାନ କରାଯାଉଛି । ଉକ୍ତ ଏରିଆକୁ କର୍ଡନ କରାଯାଇ ଅଧିକ ଫୋର୍ସ ମୁତୟନ କରାଯାଇଛି ।

ଜମ୍ମୁ ଜୋନ ADGP ମୁକେଶ ସିଂଙ୍କ ସୂଚନା ଅନୁସାରେ, ରଜୌରୀର ନର୍ଲା ଗ୍ରାମ ଆଖପାଖରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଏହି ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କୀମାନେ ସୁରକ୍ଷାବଳ ଉପରେ ଆକ୍ରମଣ କରିବା ପରେ ସେନା ମଧ୍ୟ ପାଲଟା ଜବାବ ଦେଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଛି । ଅନ୍ୟ କିଛି ଆତଙ୍କୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ନିକଟବର୍ତ୍ତୀ ସ୍ଥାନରେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଧିକ ଫୋର୍ସ ପହଞ୍ଚିଛନ୍ତି । ଆତଙ୍କବାଦୀଙ୍କ ଗୁପ୍ତ ଆଡ୍ଡା ଠାବ କରିବା ପାଇଁ ଆର୍ମିର ଏକ କୁକୁର ମଧ୍ୟ ଅପରେସନରେ ନିୟୋଜିତ ହୋଇଥିଲା । ଏହି ଏନକାଉଣ୍ଟରରେ ତାର ମଧ୍ୟ ମୃତ୍ୟୁ ହୋଇଛି । ସେନାର ଏହି ପ୍ରଶିକ୍ଷିତ କୁରୁରଟି 21- ଆର୍ମି ଡଗ ୟୁନିଟରେ କାର୍ଯ୍ୟରତ ଏକ ମାଈ ଲାବ୍ରଡୋର ପ୍ରଜାତିର ଥିଲା । ସେହିପରି ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- Manipur: ପୁଣି ହିଂସା, ଦଙ୍ଗାକାରୀଙ୍କ ଗୁଳିରେ 3ମୃତ

ତେବେ ଘାଟିରେ ନିୟମିତ ଆତଙ୍କୀ ନିରୋଧୀ ଅପରେସନ ସତ୍ତ୍ବେ ମଧ୍ୟ ବେଳେ ବେଳେ ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଉଭୟ ସ୍ଥାନୀୟ ପୋଲିସ, ସେନା ଗୁଇନ୍ଦା ବିଭାଗର ଇନପୁଟ ସୂଚନା ଆଧାରରେ ନିୟମିତ ସର୍ଚ୍ଚ ଅପରେସନ ଓ ଏନକାଉଣ୍ଟର ଜାରି ରଖିଛନ୍ତି । ନିକଟରେ ଏକାଧିକ ଏନକାଉଣ୍ଟରରେ ମଧ୍ୟ ଆତଙ୍କୀଙ୍କୁ ନିପାତ କରିବାର ସଫଳତା ସେନା ହାତରେ ଲାଗିଛି । ଘାଟିରେ ଗତ କିଛି ମାସ ପୂର୍ବରୁ ଟାର୍ଗେଟ କିଲିଂକୁ ରୂପ ଦେଇଥିଲେ ଆତଙ୍କୀ । ସେମାନଙ୍କ ଉପସ୍ଥିତି ଓ ପ୍ରଭାବ ଜାହିର କରିବା ପାଇଁ ସେମାନେ କାଶ୍ମୀର ହିନ୍ଦୁଙ୍କ ସମେତ ବିଭିନ୍ନ ଅଣସ୍ଥାନୀୟଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ପରେ କାଶ୍ମୀର ପଣ୍ଡିତ ସମ୍ପ୍ରଦାୟ ସୁରକ୍ଷା ଦାବି କରି ରାସ୍ତାକୁ ଓହ୍ଲାଇଥିଲା । କେନ୍ଦ୍ର ସରକାର ମଧ୍ୟ ଅତିରିକ୍ତ ଅର୍ଦ୍ଧ ସାମରିକ ବଳ ଘାଟିର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ କରିଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.