ନୂଆଦିଲ୍ଲୀ: ଆଜି ମହାସାଗର ସମ୍ମିଳନୀ (One Ocean Summit)କୁ ଭିଡିଓ କନଫରେନ୍ସି ଯୋଗେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଭାରତ ସବୁବେଳେ ବିଶାଳ ଓ ନିବିଡ ସଭ୍ୟତାରେ ରହିଆସିଛି । ଆଉ ଭାରତ ସାଂସ୍କୃତିକ, ସାମାଜିକ ଓ ଅର୍ଥନୈତିକ ଭାବେ ମହାସାଗର ସହ ଜଡିତ ହୋଇ ରହିଛି ।
-
India has always been a maritime civilisation. India supports the French initiative of a high ambition coalition on biodiversity beyond national jurisdiction. We hope for a legally binding international treaty this year: PM Narendra Modi's remarks at One Ocean Summit pic.twitter.com/H8KFuQT633
— ANI (@ANI) February 11, 2022 " class="align-text-top noRightClick twitterSection" data="
">India has always been a maritime civilisation. India supports the French initiative of a high ambition coalition on biodiversity beyond national jurisdiction. We hope for a legally binding international treaty this year: PM Narendra Modi's remarks at One Ocean Summit pic.twitter.com/H8KFuQT633
— ANI (@ANI) February 11, 2022India has always been a maritime civilisation. India supports the French initiative of a high ambition coalition on biodiversity beyond national jurisdiction. We hope for a legally binding international treaty this year: PM Narendra Modi's remarks at One Ocean Summit pic.twitter.com/H8KFuQT633
— ANI (@ANI) February 11, 2022
ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଫ୍ରାନ୍ସର ପ୍ରାଥମିକ ରାଷ୍ଟ୍ରୀୟ ଅଧିକାରକୁ ସବୁବେଳେ ଗଠନ ମୂଳକ ସମର୍ଥନ ଦେଇ ଆସିଛି । ଆମର ବିଶ୍ବାସ ଏହି ଆନ୍ତଃରାଷ୍ଟ୍ରୀୟ ସନ୍ଧି ଚଳିତ ବର୍ଷ ପୁରା ହେବ । ଭାରତ ବର୍ତ୍ତମାନ ସିଙ୍ଗଲ ପ୍ଲାଷ୍ଟିକ ବ୍ୟବହାର ଉପରେ ଯୋର ଦେଉଛି । ଆମର ନୌସେନାକୁ ସମୁଦ୍ରରୁ ପ୍ଲାଷ୍ଟିକ ଆବର୍ଜନା ସଫା କରିବା ପାଇଁ ଚଳିତ ବର୍ଷ ଶହେ ଦିନ ସମୟ ଦେଇଛି । ଏହାସହ ତଟୀୟ ଅଞ୍ଚଳରେ ଆମର ସ୍ବେଚ୍ଛାସେବୀ ଓ ଯୁବବର୍ଗ ବିଶେଷ ଭାବେ ଏକ ଅଭିଯାନ ଆରମ୍ଭ କରି 13 ଟନରୁ ଅଧିକ ଆବର୍ଜନା ସମୁଦ୍ରରୁ ସଫା କରିଛନ୍ତି ।
ଆମେ ଆମର ପ୍ରାକୃତିକ ପରିବେଶକୁ ସଫା ରଖିବା ବହୁତ ଜରୁରୀ । ଖାଲି ଏତିକି ନୁହେଁ ଭାରତ-ଫ୍ରାନ୍ସ ସିଙ୍ଗଲ ପ୍ଲାଷ୍ଟିକ ବ୍ୟବହାର ଉପରେ ମିଳିତ ଭାବେ କାମ କଲେ ଆମେ ଖୁସି ହେବୁ ବୋଲି ମୋଦି କହିଛନ୍ତି ।
ଏହି ଉଚ୍ଚସ୍ତରୀୟ ଶିଖର ସମ୍ମିଳନୀକୁ ଜର୍ମାନୀ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ଜାପାନ ଓ କାନାଡର ରାଷ୍ଟ୍ର ଅଧ୍ୟକ୍ଷ ସମ୍ବୋଧିତ କରିଛନ୍ତି । ମହାସାଗର ସମ୍ମିଳନୀ (One Ocean Summit) କୁ ଚଳିତ ଥର ଫ୍ରାନ୍ସ ଓ ବିଶ୍ବବ୍ୟାଙ୍କ ମିଳିତ ଭାବେ ଆୟୋଜନ କରୁଛନ୍ତି । ଏହା ଫ୍ରାନ୍ସର ବ୍ରେଷ୍ଟ ସହରରେ 9 ତାରିଖରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲିଥିଲା । ଏହି ସମ୍ମିଳନୀରେ ମୁଖ୍ୟ ଉଦ୍ଦେଶ୍ୟ ବିଶ୍ବବାସୀଙ୍କୁ ଏକ ସୁସ୍ଥ ଓ ନିରାପଦ ପରିବେଶ ପ୍ରଦାନ କରିବା । ଏହାସହ ସାମୁଦ୍ରିକ ଇକୋ ସିଷ୍ଟମ ସଂରକ୍ଷଣକୁ ସମର୍ଥନ ଓ ପ୍ରତ୍ସାହନ ଦେବା ।
ଏହି ଶିଖର ସମ୍ମିଳନୀରେ ଆୟୋଜକ ଦେଶ ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଅଧ୍ୟକ୍ଷତା କରିଥିବା ବେଳେ, ଅଶଂଗ୍ରହଣକାରୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଉପସ୍ଥିତ ଥିଲେ ।
@ANI