ETV Bharat / bharat

Encounter in Dhamtari: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ - ଧାମତାରିରେ ନକ୍ସଲ ନିହତ

ଛତିଶଗଡ଼ ଧାମତାରି ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Aug 27, 2023, 9:21 PM IST

ରାୟପୁର: ଛତିଶଗଡ଼ ଧାମତାରି ଜିଲ୍ଲାରେ ରବିବାର ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି । ବୋରାଇ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା କାରିପାଣି ଗାଁ ନିକଟ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଏହି ଅପରେସନ ହୋଇଥିଲା । ଏଥିରେ ଜଣେ ନକ୍ସଲ ନିହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଧାମତାରି ଡିଆରଜି ଓ ଗରିଆବନ୍ଦ ଡିଆରଜିଙ୍କ ମିଳିତ ଉଦ୍ୟମରେ ଶନିବାର ସନ୍ଧ୍ୟାରୁ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ ହୋଇଥିଲା । ଏହି ଅପରେସନ ସମୟରେ ନକ୍ସଲ ଓ ସୁରକ୍ଷାକର୍ମୀ ସାମ୍ନାସାମ୍ନି ହୋଇଥିଲେ । ଏହା ପରେ ଉଭୟ ପାର୍ଶ୍ବରୁ ଗୁଳି ବିନିମୟ ହୋଇଥିଲା । ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରେ ଆଖି ବୁଜା ଗୁଳି ବିନିମୟ କରିଥିବା ପୋଲିସ କହିଛି । ଏହି ସମୟରେ ଜଣେ ନକ୍ସଲ ଶରୀରରେ ଗୁଳି ବାଜିବା ପରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିବା ବୋଲି କହିଛି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନକ୍ସଲମାନେ ଛତ୍ରଭଙ୍ଗ ଦେବା ପରେ ଉକ୍ତ ଅଞ୍ଚଳରୁ ପୋଲିସ ବହୁ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ମୃତ୍ୟୁବରଣ କରିଥିବା ନକ୍ସଲର ମୃତଦେହ ଉଦ୍ଧାର କରିଛି ।

ଏହା ବି ପଢନ୍ତୁ- ଗରିଆବନ୍ଦ ଜିଲ୍ଲା ପୋଲିସକୁ ସଫଳତା, ଜଣେ ନକ୍ସଲ ନିହତ

ଉଭୟ ପକ୍ଷରୁ ଗୁଳି ବିନିମୟ ହେବା ପରେ ଅନ୍ୟ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘନ ଜଙ୍ଗଲ ମଧ୍ୟରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ମୃତ୍ୟୁବରଣ କରିଥିବା ନକ୍ସଲର ପରିଚୟ ଏଯାବତ ମିଳିନାହିଁ ବୋଲି ପୋଲିସ କହିଛି । ତାର ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଏନେଇ ଧାମତାରି ଏସପି ପ୍ରଶାନ୍ତ ଠାକୁର କହିଛନ୍ତି, "ଯେଉଁମାନେ ଖସି ପଳାଇଛନ୍ତି ସେମାନଙ୍କ ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି । ଧାମତାରି ଡିଆର୍‌ଜି ଓ ଗରିଆବନ୍ଦ ଡିଆର୍‌ଜିଙ୍କ ମିଳିତ ଉଦ୍ୟମରେ ଜାରି ରହଛି ଅପରେସନ । ରବିବାର ସକାଳେ ଏହି ଏନକାଉଣ୍ଟର ହୋଇଥିଲା ।"

ସୂଚନା ଥାଉ କି ବୋରାଇ ହେଉଛି ନକ୍ସଲ ପ୍ରବଣ ଅଞ୍ଚଳ । ଏଠାରେ ନକ୍ସଲ କମାଣ୍ଡର ସତ୍ୟମ ଗାୱାଡେ ସକ୍ରିୟ ରହିଛି । ଏହାସହ ପଡ଼ୋଶୀ ଜିଲ୍ଲା ଯେପରିକି କାଙ୍କେର, ଗରିଆବନ୍ଦ ସମେତ ପଡୋଶୀ ରାଜ୍ୟ ଓଡ଼ିଶା ସୀମାରେ ମଧ୍ୟ ଏମାନେ ସକ୍ରିୟ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ପହଞ୍ଚିବା ଲାଗି ନକ୍ସଲମାନେ ଛତିଶଗଡ଼ ଧାମତାରି ଜିଲ୍ଲାର ବୋରାଇ ଅଞ୍ଚଳ ସୀମା ଦେଇ ଯାଇଥାନ୍ତି । ସେପଟେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନକ୍ସଲ ସଂଗଠନରେ ସାମିଲ ହେବା ଲାଗି ଗତ କିଛି ଦିନ ଧରି ନକ୍ସଲମାନେ ସ୍ଥାନୀୟ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ । ଏଥିଲାଗି ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ଲଗାତାର ଭାବେ ସର୍ଚ୍ଚ ଅପରେସନ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.