ETV Bharat / bharat

Cheetah Death: କୁନୋ ଜାତୀୟ ପାର୍କରେ ଆଖି ବୁଜିଲା ମାଈ ଚିତା ଧାତ୍ରୀ, କାରଣ ଅସ୍ପଷ୍ଟ - କୁନୋ ନ୍ୟାସନାଲ ପାର୍କ

କୁନୋ ଜାତୀୟ ପାର୍କରେ ବଢୁଛି ଆଫ୍ରିକୀୟ ଚିତାଙ୍କ ମୃତ୍ୟୁସଂଖ୍ୟା । 5 ମାସରେ ଗଲାଣି 9 ଚିତାଙ୍କ ଜୀବନ । ଅଧିକ ପଢନ୍ତୁ

5 ମାସରେ ଗଲେଣି 9 ଚିତାଙ୍କ ଜୀବନ
5 ମାସରେ ଗଲେଣି 9 ଚିତାଙ୍କ ଜୀବନ
author img

By

Published : Aug 2, 2023, 4:00 PM IST

ଭୋପାଳ: କୁନୋ ନ୍ୟାସନାଲ ପାର୍କରେ ଗଲା ଆଉ ଏକ ମାଈ ଚିତାର ଜୀବନ । ପାଞ୍ଚ ମାସରେ ଗଲାଣି 9 ଚିତାଙ୍କ ଜୀବନ । କୁନୋ ନ୍ୟାସନାଲ ପାର୍କରେ ଆଜି ସକାଳେ ମାଈ ଚିତା ଧାତ୍ରୀର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟର କାରଣ ସ୍ପଷ୍ଟ ହେବବୋଲି ପାର୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ପାର୍କ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, କୁନୋ ପାର୍କରେ ମୋଟ 14ଟି ଚିତା ଅଛନ୍ତି । ସେଥିମଧ୍ୟରୁ 7ଟି ଅଣ୍ଡିରା, 6ଟି ମାଇ ଏବଂ ଗୋଟିଏ ମାଇ ଚିତା ଶାବକ ରହିଛି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି । ସମସ୍ତେ ସୁସ୍ଥ ରହିଛନ୍ତି । ସବୁ ସମୟରେ ବନ୍ୟ ସ୍ବେଚ୍ଛାସେବୀ ଓ ନାମ୍ବିଆ ଏକ୍ସପର୍ଟ ସେମାନଙ୍କ ସ୍ବାସ୍ଥ୍ୟ ମନିଟରିଂ କରୁଛନ୍ତି । ତେବେ ନିକଟରେ ଦୁଇଟି ମାଈ ଚିତାଙ୍କୁ ମୁକ୍ତ କରାଯାଇଥିବା ବେଳେ ସେଥିମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ତେବେ କାହିଁକି ଚିତା ଧାତ୍ରୀର ମୃତ୍ୟୁ ଘଟିଛି ତାର ଉପଯୁକ୍ତ ଯାଞ୍ଚ କରାଯିବ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ତେବେ ଗତ 5 ମାସ ମଧ୍ୟରେ ମଧ୍ୟ ପ୍ରଦେଶର ନ୍ୟାସନାଲ ପାର୍କରେ 3ଟି ଚିତା ଶାବକକୁ ମଶାଇ 9ଟି ଚିତାଙ୍କ ଜୀବନ ଗଲାଣି । ଗତ ମାର୍ଚ୍ଚ ୨୭ ତାରିଖରେ କୁନୋ ଜାତୀୟ ଉଦ୍ୟାନରେ ପ୍ରଥମ ଚିତା ଶାଶାର ମୃତ୍ୟୁ ହୋଇଥିଲା । ଭାରତ ଆସିବା ପରେ ଶାଶା କିଡନୀ ସଂକ୍ରମିତ ଥିଲା । ପରେ ଏପ୍ରିଲ ୨୩ରେ ଅଣ୍ଡିରା ଚିତା ଉଦୟ ଆଖି ବୁଜିଥିଲା । ମେ' ୯ରେ ମାଈ ଚିତା ଦୀକ୍ଷା ଏବଂ ପରେ ଚିତା ଜ୍ବାଳା ଜନ୍ମ ଦେଇଥିବା ୪ ଶାବକଙ୍କ ମଧ୍ୟରୁ ପ୍ରଥମ ଶାବକର ମୃତ୍ୟୁ ହୋଇଥିଲା । ଏହାର କିଛି ଦିନ ପରେ ଆଉ ଦୁଇଟି ଶାବକ ମଧ୍ୟ ଆଖି ବୁଜିଥିଲେ । ଏହାପରେ ଜୁଲାଇ 11ରେ ତେଜସ ଏବଂ ଜୁଲାଇ 14ରେ ସୁରଜର ମୃତଦେହ ଉଦ୍ଧାର କରାଯାଇଥିଲା ।

ଅଧିକ ପଢନ୍ତୁ: Cheetah Death: କୁନୋରେ ବଢୁଛି ଚିତା ମୃତ୍ୟୁ, କାରଣ ଖୋଜୁଛି ସ୍ବତନ୍ତ୍ର ଟିମ୍‌

ସୂଚନା ଅନୁଯାୟୀ, ପ୍ରୋଜେକ୍ଟ ଚିତା ଅଧିନରେ ଦୁଇଟି ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାର ନାମ୍ବିଆରୁ ଭାରତକୁ ୨୦ଟି ଚିତା ଅଣାଯାଇଥିଲା । ଗତବର୍ଷ ସେପ୍ଟେମ୍ବରରେ ନାମ୍ବିଆରୁ ୮ଟି ଚିତା ଭାରତ ଆସିଥିଲେ । ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦି ଚିତାମାନଙ୍କୁ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏହାପରେ ଗତ ଫେବୃଆରୀରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୨ ଚିତା କୁନୋ ଆସିଥିଲେ । ହେଲେ ଧୀରେଧୀରେ ଚିତା ବଂଶ ଭାରତରେ ପୁଣି ଲୋପ ପାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.