ETV Bharat / bharat

ରଜୌରୀ ଆତଙ୍କୀ ଆକ୍ରମଣ, ଆଉ ଜଣେ ଚିକିତ୍ସାଧୀନ ଯବାନ ଶହୀଦ - terrorist killed in jk

ରଜୌରୀରେ ସେନା କ୍ୟାମ୍ପ ଉପର ହୋଇଥିବା ଆତଙ୍କୀ ଆକ୍ରମଣରେ ଗୁରୁତର ହୋଇଥିବା ଆଉ ଜଣେ ସେନା ଯବାନ ଶହୀଦ । ଶହୀଦଙ୍କ ସଂଖ୍ୟା ୪କୁ ବୃଦ୍ଧି । ଅଧିକ ପଢନ୍ତୁ

ରଜୌରୀ ଆତଙ୍କୀ ଆକ୍ରମଣ, ଆଉ ଜଣେ ଚିକିତ୍ସାଧୀନ ଯବାନ ଶହୀଦ

author img

By

Published : Aug 11, 2022, 10:15 PM IST

ଶ୍ରୀନଗର: ରଜୌରୀରେ ସେନା କ୍ୟାମ୍ପ ଆତଙ୍କୀ ଆକ୍ରମଣ ଘଟଣାରେ ଆହତ ହୋଇଥିବା ଆଉ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଆକ୍ରମଣରେ ସାହାସର ସହ ଆତଙ୍କୀଙ୍କ ସାମ୍ନା କରି ଗୁରୁତର ହୋଇଥିବା ରାଇଫଲମ୍ୟାନ ନିଶାନ୍ତ ମଲିକ ଆଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶହୀଦ ହୋଇଛନ୍ତି । ଏନେଇ ହ୍ବାଇଟ ନାଇଟ ଫୋର୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

  • Jammu and Kashmir | Rifleman Nishant Malik who was injured while bravely fighting and eliminating 2 terrorists in Pargal, Rajouri has succumbed to injuries: White Knight Corps pic.twitter.com/1tmx01sYz3

    — ANI (@ANI) August 11, 2022 " class="align-text-top noRightClick twitterSection" data=" ">

କାଶ୍ମୀରର ରଜୌରୀ ଦାରହାଲ ଅଞ୍ଚଳର 25 କିଲୋମିଟର ଦୂର ପାରଗାଲରେ ସେନା କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ ୩ ସେନା ଯବାନ ଶହୀଦ ହୋଇଥିବା ବେଳେ ୨ ଆତଙ୍କୀ ମଧ୍ୟ ନିପାତ ହୋଇଥିଲେ । ଏଥିରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାଇଫଲମ୍ୟାନ ନିଶାନ୍ତ ମଲିକ ହସ୍ପିଟାଲରେ ଶହୀଦ ହୋଇଛନ୍ତି । ପୂର୍ବରୁ ୩ ଯବାନ ସୁବେଦାର ରାଜେନ୍ଦ୍ର ପ୍ରସାଦ, ରାଇଫଲମ୍ୟାନ ମନୋଜ କୁମାର ଏବଂ ରାଇଫଲମ୍ୟାନ ଲକ୍ଷ୍ମଣନାନ.ଡି ଶହୀଦ ହୋଇଥିଲେ । ଏବେ ଏହି ଶହୀଦ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.